IOCLରେ ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି, ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା

IOCLରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ । ଏହି ନିଯୁକ୍ତି ପାଇଁ ଟେକନିକଲ ଏବଂ ନନ୍ ଟେକନିକଲ ପଦବୀ ଖାଲି ପଡିଛି । ଆବେଦନ ପ୍ରକ୍ରିୟା ମେ ୩ରୁ ଚାଲୁ ରହିଛି । ଏହି ନିଯୁକ୍ତି ସମ୍ପର୍କରେ ଅଧିକ ବିବରଣୀ ପାଇଁ ଏହାର ଅପିସିଆଲ ୱେସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୧୭୦୦
ଆବେଦନ ତାରିଖ : ମେ ୩ରୁ ଜୁନ୍ ୨ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ୧୦ମ ସହିତ ଆଇଟିଆଇ/+୨/ ଗ୍ରାଜୁଏସନ/ଡିପ୍ଲୋମା/ବିଏସି ଡିଗ୍ରୀ ଯେକୌଣସି ମାନ୍ୟତା ପ୍ରାପ୍ତ ବିଦ୍ୟାଳୟରୁ ହାସଲ କରିଥିବା ଜରୁରୀ ।
ଆପ୍ରେଣ୍ଟିସର ଅବଧି : ୧୨ ମାସ
ଷ୍ଟାଇପେଣ୍ଟ : ଆପ୍ରେଣ୍ଟିସ୍ ଆକ୍ଟ ଅନୁଯାୟୀ ଇଚ୍ଛୁକ ପ୍ରାର୍ଥୀଙ୍କୁ ଷ୍ଟାଇପେଣ୍ଟ ପ୍ରଦାନ କରାଯିବ ।
ଚୟନ ପ୍ରକ୍ରିୟା : ସଂକ୍ଷିପ୍ତ ତାଲିକା, ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଏବଂ ଡାକ୍ତରୀ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ ।
ଡକ୍ୟୁମେଣ୍ଟ ଯାଞ୍ଚ ତାରିଖ : ଚୟନ ପ୍ରକ୍ରିୟା ଆଧାରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଜୁନ ୯ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଆବେଦନକାରୀଙ୍କୁ ଜୁନ୍ ୧୬ରୁ ୨୪ ପର୍ଯ୍ୟନ୍ତ ଡକାଯିବ ।
ଆବେଦନ ପ୍ରକ୍ରିୟା : ଆବେଦନକାରୀ ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରେ ହିଁ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଏହି ନିଯୁକ୍ତି ପାଇଁ NAPS/NATSପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ଜରୁରୀ । ନିଯୁକ୍ତି ଭର୍ତ୍ତି ପାଇଁ ଆବେଦନକାରୀ ଇଣ୍ଡିଆନ ଅଏଲର ୱେବସାଇଟକୁ ଯାଇ ଚେକ୍ କରିପାରିବେ ।




