ମନୋରଞ୍ଜନ

ବିନୋଦ ବିହାରୀ ମଠରେ ରାଧା କୃଷ୍ଣଙ୍କ ଝୁଲଣ ଯାତ୍ରା ଖୁବ ଧୁମଧାମରେ ପାଳିତ

ଦୋଳିରେ ଝୁଲୁଛନ୍ତି ରାଧାମାଧବ । ଶ୍ରୀଅଙ୍ଗ ଶୃଙ୍ଗାର ହୋଇଛି, ଖିଲିଖିଲି ହସ ମୁଖରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବିନୋଦ ବିହାରୀ ମଠରେ ରାଧା କୃଷ୍ଣଙ୍କ ଝୁଲଣ ଯାତ୍ରା ଖୁବ ଧୁମଧାମରେ ପାଳନ ହୋଇଛି । ଦୋଳିରେ ବସିଥିବା ଯୁଗଳ ମୂର୍ତ୍ତିକୁ ଭକ୍ତ ଭାବ ବିହ୍ଵଳରେ ଝୁଲାଉଛନ୍ତି । ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ । ଝୁଲଣ ଯାତ୍ରାରେ ରାଧାକୃଷ୍ଣଙ୍କୁ ଝୁଲାଇ ଝୁଲାଇ ଭକ୍ତ ତା’ ମନ କଥା ପ୍ରକାଶ କରୁଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରାଧା ବିନୋଦ ବିହାରୀ ମଠରେ ଏହି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ ପରେ ରାଧା ବିନୋଦ ବିହାରୀଙ୍କୁ ଦୋଳିରେ ବସାଯାଇଥିଲା । ରାଧାକୃଷ୍ଣଙ୍କର ଏହି ଝୁଲଣ ଯାତ୍ରା ଗତକାଲିଠାରୁ ଆରମ୍ଭ କରି ପାଞ୍ଚ ଦିନ ପାଳନ କରାଯାଏ । ଏହି ତିଥି ଅତ୍ୟନ୍ତ ପୁଣ୍ୟ ତିଥି । କେଉଁ ପୁରାତନ କାଳରୁ ରାଧା ବିନୋଦ ବିହାରୀଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । କୁହାଯାଏ, ଶ୍ରାବଣ ମାସରେ ରାଧା କୃଷ୍ଣଙ୍କୁ ସଖି ମାନେ କୁଞ୍ଜରେ ଦୋଳି କରି ଝୁଲାଇ ଥାନ୍ତି ।

ଝୁଲଣ ଯାତ୍ରା ଏମିତି ଏକ ପରମ୍ପରା ଗାଁଠୁ ସହର ଯେଉଁଠି ରାଧା କୃଷ୍ଣଙ୍କ ମଠ, ମନ୍ଦିର ରହିଛି ସେଠାରେ ଏହି ଯାତ୍ରା କରାଯିବାର ପରମ୍ପରା ରହିଛି । ରାଧା କୃଷ୍ଣଙ୍କୁ ଦୋଳିରେ ବସାଇ ଧିରେ ଧିରେ ଟାଣି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥାନ୍ତି ଭକ୍ତ ଓ ଝୁଲାଇବା ସମୟରେ ଭକ୍ତ ମାନେ ବିଭିନ୍ନ ଗୀତ ଗାଇ ପରିବେଶକୁ ଭକ୍ତିମୟ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button