ମନ୍ଦିରରୁ ଫେରିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ପବିତ୍ର ଶ୍ରାବଣ ମାସରେ ବିଶେଷ କରି ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରାଯାଏ । ଶୁଭ ଏବଂ ମଙ୍ଗଳ ପାଇଁ ଏହି ମାସରେ ବେଶୀ ସଂଖ୍ୟାର ଭକ୍ତଙ୍କ ଭିଡ଼ ମନ୍ଦିରରେ ଲାଗିଥାଏ । ଅନେକ ସମୟରେ ମନ୍ଦିର ଯିବା ସମୟରେ ହେଉ ଅବା ଫେରିବା ସମୟରେ ଜାଣତ ଏବଂ ଅଜାଣତରେ ଆମ ଦ୍ବାରା ଭୁଲ ହୋଇଯାଇଥାଏ । ଯାହା ଶୁଭ ଫଳ ବଦଳରେ ଅଶୁଭ ଫଳ ମିଳିଥାଏ । ଧାର୍ମିକ ଶାସ୍ତ୍ରରେ ଏଭଳି କିଛି କାର୍ଯ୍ୟ ରହିଛି ଯାହା ମନ୍ଦିରରୁ ଫେରିବା ସମୟରେ କରିବା ଉଚିତ୍ ନୁହେଁ । ଯାହାଫଳରେ ନକରାତ୍ମକ ପ୍ରଭାବ ପଡିବାର ଆଶଙ୍କା ଥାଏ । ତେବେ ଆସନ୍ତୁ ସମସ୍ତ ବିଷୟରେ ଜାଣିବା ।
ମନ୍ଦିରକୁ ଫେରିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ମନ୍ଦିର ଯିବା ସମୟରେ ଘଣ୍ଟି ବଜାଇବା ଶୁଭ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ କରାଯାଇଥାଏ । କିନ୍ତୁ ଫେରିବା ସମୟରେ ଘଣ୍ଟି ବଜାଇବା ଉଚିତ୍ ନୁହେଁ । ମନ୍ଦିରରୁ ଖାଲି ହାତରେ ମଧ୍ୟ ଫେରିବା ଉଚିତ୍ ନୁହେଁ । ଏହା ବ୍ୟତୀତ ମନ୍ଦିରରୁ ଆସିବା ପରେ ସାଙ୍ଗେ ସାଭେ୍ଗ ଖାଇବା ମଧ୍ୟ ଉଚିତ୍ ନୁହେଁ । ତେବେ ଏହା ପଛର କାରଣ କ’ଣ ସେ ସମ୍ପର୍କରେ ମଧ୍ୟ ଆସନ୍ତୁ ଜାଣିବା ।
ଧାର୍ମିକ ବିଶ୍ବାସନୁସାରେ, ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଇବା ଉଚିତ୍ ନୁହେଁ । କାରଣ ଏହା ମନ୍ଦିର ଯିବା ଦ୍ବାରା ସୃଷ୍ଟି ହୋଇଥିବା ସକରାତ୍ମକ ଭାବନା ବା ଶକ୍ତିକୁ ନଷ୍ଟ କରି ଦେଇଥାଏ । ଯେତେବେଳେ ଆମେ ମନ୍ଦିର ଭିତରକୁ ପ୍ରବେଶ କରିଥାଉ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ବିସ୍ତାର ହୁଏ । ତେଣୁ ଫେରିବା ସମୟରେ ମନ୍ଦିରର ଘଣ୍ଟି ବଜାଇବା ଅନୁଚିତ ବୋଲି ମାନାଯାଇଥାଏ ।
ଶିବ ମନ୍ଦିରରୁ ଫେରିବା ସମୟରେ ବାରମ୍ବାର ପଛକୁ ଚାହିଁବା ଉଚିତ୍ ନୁହେଁ । ଏହା ମଧ୍ୟ ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି ଯେ, ମନ୍ଦିରରୁ ଫେରିବା ସମୟରେ ଭଗବାନ ଶିବଙ୍କ ଧ୍ୟାନ ଭକ୍ତଠାରୁ ତାଙ୍କ ଦୁନିଆକୁ ଚାଲିଯାଏ । ଯାହା ଦ୍ବାରା ତାଙ୍କଠାରୁ ମିଳିଥିବା କୃପାକୁ ବାଧା ଦେଇପାରେ । ଏହା ସହିତ, ଅର୍ଜିତ ପୁଣ୍ୟ ମଧ୍ୟ କମିଯାଇଥାଏ । ତେଣୁ ମନ୍ଦିରରୁ ଘରକୁ ଯିବା ସମୟରେ ବାରମ୍ବାର ପଛକୁ ଚାହିଁବାକୁ ପରିହାର କରନ୍ତୁ ।
ପ୍ରାୟତଃ ଲୋକମାନେ ଦେବୀ କିମ୍ବା ଦେବତାଙ୍କୁ ପୂଜା କରିବା ପାଇଁ ଫୁଲ, ଫଳ, ମିଠା, ଧୂପ, ଦୀପ ଆଦି ସାଙ୍ଗରେ ନେଇ ଯାଇଥାନ୍ତି । ଭଗବାନଙ୍କୁ ଅର୍ପଣ କରିବା ପରେ ସେମାନେ ଘରକୁ ଖାଲି ହାତରେ ଫେରି ଆସିଥାନ୍ତି । ଯାହାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ତେଣୁ ମନ୍ଦିରରୁ ଫେରିବା ସମୟରେ ଭୋଗ କିମ୍ବା ପାଦୁକ କିମ୍ବା ଫୁଲ, ଫଳ ଆଦି ଜିନିଷ ସାଙ୍ଗରେ ଆଣନ୍ତୁ । ଯାହା ଆପଣଙ୍କ ପାଇଁ ଶୁଭମୟ ହେବ ।




