ମହା ପଞ୍ଚୁକ (4 November) ରେ ଏହି କାମ କଲେ ମିଳିବ କୋଟିପୁଣ୍ୟ, ନିଶ୍ଚୟ କରନ୍ତୁ

ନମସ୍କାର ବନ୍ଧୁଗଣ, କାର୍ତ୍ତିକ ମାସର ଆରମ୍ଭ ହୋଇଛି । ଏହି କାର୍ତ୍ତିକ ମାସରେ ଦାନ ଧର୍ମ ପୂଣ୍ୟର ବହୁତ ମାନ୍ୟତା ରହିଛି ଏବଂ ଏହା କରିବା ଦ୍ଵାରା ଜୀବନରେ ବହୁତ କିଛିର ପରିବର୍ତ୍ତନ ହୋଇଥାଏ । ଏହି ପବିତ୍ର ମାସରେ ଲୋକମାନେ ଅନେକ ପୂଜା ବିଧି ଦାନ ଧର୍ମ ଇତ୍ୟାଦି କରିଥାନ୍ତି ନିଜ ପାପକୁ କମେଇବା ପାଇଁ ଏବଂ ଜୀବନରେ କିଛି ପୂଣ୍ୟକୁ ଯୋଡିବା ପାଇଁ । ତେବେ ନଭେମ୍ବର ପହିଲାରେ ଆସୁଥିବା ପଞ୍ଚୁକରେ କେଉଁ ସବୁ କାର୍ଯ୍ୟ କରିବା ଦ୍ଵାରା ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ଜାଣନ୍ତୁ ।
ପ୍ରଥମ: କାର୍ତ୍ତିକ ମାସ ପଞ୍ଚୁକରେ ପ୍ରଭୁ ରାଧା କ୍ରୀଷ୍ଣାଙ୍କ ପୂଜା ଅର୍ଚନା କରନ୍ତୁ । ପୂଜା କରିବା ବେଳେ ରାଧା କୃଷ୍ଣଙ୍କୁ ତୁଲସୀ କାଠରେ ଚନ୍ଦନ ଘୋରି ଲଗାନ୍ତୁ । ଦିତୀୟ: ପଞ୍ଚୁକ ପାଞ୍ଚ ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଭୋର ସମୟରେ ଉଠି ନିଜର ଘର ସଫା କରନ୍ତୁ । ସବୁଆଡେ ପରିଷ୍କାର ରଖିବା ଦ୍ଵାରା ଭଗବାନ ବିଷ୍ଣୁ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏବଂ ମା ଲକ୍ଷ୍ମୀ ଖୁସି ହୋଇ ତାଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ସର୍ବଦା ରଖିଥାନ୍ତି । କାରଣ ମା ଲକ୍ଷ୍ମୀ ସବୁବେଳେ ସ୍ଵଶ୍ଚ ଓ ନିର୍ମଳ ସ୍ଥାନରେ ରହିବା ପାଇଁ ଇଚ୍ଛା କରିଥାନ୍ତି ।
ତୃତୀୟ: ଆପଣ ଏହି ପଞ୍ଚୁକ ପାଞ୍ଚ ଦିନରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବିଛଣା ଛାଡି ଭୋରୁ ସ୍ନାନ କରି ଚଉରା ପୂଜା କରନ୍ତୁ । ପୂଜା କରିସାରିବା ପରେ ଆପଣ ଚଉଡ଼ା ପାଖରେ ବା ରାଧା କୃଷ୍ଣଙ୍କ ପାଖରେ ମୁରୁଜରେ କିଛି ରଙ୍ଗୋଲି କରନ୍ତୁ । ଏବଂ ସେହି ମୁରୁଜରେ ପଞ୍ଚୁକ ବୋଲି ମଧ୍ୟ ଲେଖନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୁରା ହୋଇଥାଏ ।
ଚତୁର୍ଥ: କାର୍ତ୍ତିକ ମାସ ପଞ୍ଚୁକ ପାଞ୍ଚ ଦିନରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ । ଏହା କରିବା ଫଳରେ ପ୍ରଭୁ ଜଗନ୍ନାଥଙ୍କ ମହିମା ଓ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଥାଏ । କାରଣ ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କର ପ୍ରତୀକ ଅଟେ । ପଞ୍ଚମ: ପଞ୍ଚୁକ ପାଞ୍ଚ ଦିନର ଶେଷ ଦିନଟି ଡଙ୍ଗା ଭସା ହୋଇଥାଏ ।
ଏହି ଦିନ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଡଙ୍ଗା କିଣି ନଇ କିମ୍ବା ପୋଖରୀରେ ଭସାଇଥାନ୍ତି । ଆପଣମାନେ ଯଦି ଏହିଦିନ କଡି ପଟୁଆରେ ଡଙ୍ଗା ତିଆରି କରି ଭସାନ୍ତି ତେବେ ତେବେ ଆପଣଙ୍କର ସମସ୍ତ ଇଚ୍ଛା ବହୁତ ଶୀଘ୍ର ପୂରଣ ହୋଇଥାଏ । ଅନ୍ୟ କୌଣସି ଡଙ୍ଗା ଭାଇସାଇବା ଫଳରେ ସେଥିରେ ଦୀପରୁ ବା ମହମବତିରୁ ନିଆ ଲାଗି ସମ୍ପୂର୍ଣ ଡଙ୍ଗା ଜାଳିଯାଏ ।
ଏହା ହେବା ଦ୍ଵାରା ଆପଣଙ୍କର ମନ ସ୍କାମନା ଅଧୁରା ରାହିଯାଏ । ତେଣୁ ଏହି ସମସ୍ତ କଥା ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ ।