ଜ୍ୟୋତିଷ

ସାବଧାନ ! ଭୁଲରେ ମଧ୍ୟ ଏହି ରାଶିର ଲୋକଙ୍କ ସହିତ ରଖନ୍ତୁ ନାହିଁ ସମ୍ପର୍କ, ମିଳିବ କେବଳ ଧୋକା ହିଁ ଧୋକା

ସବୁ ସମ୍ପର୍କ ବିଶ୍ବାସରେ ହିଁ ରହିଥାଏ। ଯଦି ଆପଣ କାହାକୁ ଜୀବନ ଦେଇ ଭଲ ପାଉଥିବେ ଏବଂ ସେ ଆପଣଙ୍କୁ ଧୋକା ଦେଉଛି ତେବେ ଆପଣଙ୍କୁ ଖରାପ ଲାଗିବା ସ୍ବାଭାବିକ୍। ପ୍ରେମରେ ଧୋକା ଖାଇବା ଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ନିଜର ଦୁଇଟି ନେତ୍ର ଖୋଲା ରଖିବା ଆବଶ୍ୟକ। କେବେବି କାହାକୁ ଆଖି ବନ୍ଦ କରି ଭରଷା କରିବା ଉଚିତ ନୁହେଁ। ଯଦି ଆପଣ ଏମିତି କରୁଛନ୍ତି ତେବେ ସତର୍କ ହୋଇଯାନ୍ତୁ।

coupleeନାମ ପୁର୍ବରୁ ଅକ୍ଷରରେ ଆମ ଜୀବନରେ ବହୁତ ମହତ୍ତ୍ବ ରହିଛି ବୋଲି କୁହାଯାଏ। ଆଜି ଆମେ ଏମିତି ନାମର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ତାଙ୍କ ସାଥୀଙ୍କୁ ଧୋକା ଦେଇଥାନ୍ତି। ଆପଣ ଯଦି ପ୍ରେମ କରୁଛନ୍ତି ତେବେ ଧୋକା ଦେଉଥିବା ଲୋକଙ୍କ ଲିଷ୍ଟରେ କେଉଁ ରାଶିର ଲୋକ ସାମିଲ ଅଛନ୍ତି।

କୁମ୍ଭ ରାଶି :

coupleଏହି ରାଶିର ଲୋକ ବହୁତ ଶାନ୍ତ ରହିଥାନ୍ତି, କିନ୍ତୁ ସ୍ବଭାବରେ ଡୋମିନେଟ ହୋଇଥାନ୍ତି। ଏମାନେ ନିଜ ଦୁନିଆରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କର ନିଜ ସାଥୀଙ୍କ ଠାରୁ ବହୁତ ଶୀଘ୍ର ମନ ଭରି ଯାଇଥାଏ। ଯେତେବେଳ ଏମାନେ ନିଜ ସାଥୀଙ୍କ ଠାରୁ ସେହି ସବୁ ଗୁଣ ଦେଖିବାକୁ ପାଆନ୍ତି ନାହିଁ ଯାହା ସେମାନେ ଚାହିଁଥାନ୍ତି ତେବେ ତାଙ୍କ ଠାରୁ ଦୂରତା ବନାଇବା ଆରମ୍ଭ କରିଦେଇଥାନ୍ତି।

ଏହା ସହ ପଢ଼ନ୍ତୁ : ହାତ ରେଖା କହିବ, ଆପଣଙ୍କ ସାଥିଙ୍କର କେତୋଟି ରହିଛି ପ୍ରେମ ସଂପର୍କ

ମେଷ ରାଶି

coupleଏହି ରାଶିର ବ୍ୟକ୍ତି କୌଣସି ଜିନିଷକୁ ଅପେକ୍ଷା କରନ୍ତି ନାହିଁ। ଏହାଛଡା ଏମାନେ ବହୁତ ସଚେତନ ହୋଇଥାନ୍ତି। ଏମାନେ ଦେଖିଥାନ୍ତି ଯଦି ରିଲେସନସିପ ତାଙ୍କ ହିସାବରେ ଚାଲିନଥାଏ ତେବେ ନିଜ ସାଥୀଙ୍କୁ ଏମାନେ ଅଣଦେଖା କରିବାକୁ ଲାଗିଥାନ୍ତି। ଅବଶ୍ୟ ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। କିନ୍ତୁ ଆପଣ ଏହି କାରଣରୁ ଏମାନଙ୍କୁ ଲୋୟାଲିଟିର ଆଶା ରଖନ୍ତୁ ନାହିଁ।

ଧନୁ ରାଶି

coupleଏହି ରାଶିର ଲୋକ ବହୁତ ଜଲଦୀ ଗୋଟିଏ ଜିନିଷକୁ ନେଇ ବୋର ହୋଇଯାଇଥାନ୍ତି। କିଛି ଏମିତି ହିଁ ସେମାନେ ନିଜ ସମ୍ପର୍କକୁ ନେଇ ହୋଇଥାନ୍ତି। ପ୍ରେମର ଆରମ୍ଭରେ ସେମାନେ ବହୁତ ଭଲପାଇବା ଦେଖାଇବେ ଆପଣଙ୍କ ପାଇଁ ସିରିୟସ ମଧ୍ୟ ହେବେ କିନ୍ତୁ କିଛି ସମୟ ମଧ୍ୟରେ ସେମାନେ ଆପଣଙ୍କ ଉପରେ ବୋର ହେବାକୁ ଲାଗିଥାନ୍ତି ଏବଂ ଆପଣଙ୍କ ସହିତ ଦୂରେଇ ରହିବାକୁ ଲାଗିଥାନ୍ତି। ଏହି ଲୋକ ମାନେ ନିଜ ସ୍ବାଧୀନତାକୁ ବହୁତ ଗୁରୁତ୍ବ ଦିଅନ୍ତି। ଏମାନଙ୍କୁ ସମ୍ପର୍କରେ ବାନ୍ଧି ରଖିବା କୌଣସି ସହଜ କାମ ନୁହେଁ।

ମୀନ ରାଶି

coupleମୀନ ରାଶିର ବ୍ୟକ୍ତି ବହୁତ ସ୍ବାର୍ଥପର ହୋଇଥାନ୍ତି। ଏମାନଙ୍କ ପାଇଁ ନିଜ ଭାବନା ଅଧିକ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ମୀନ ରାଶିର ଲୋକମାନେ ନିଜ ସାଥିଙ୍କ ଉବରେ ବହୁତ ଭରଷା ରଖିଥାନ୍ତି ଯେଉଁ କାରଣରୁ ଏମାନଙ୍କ ସମ୍ପର୍କରେ ସମସ୍ୟା ଆସିପାରେ।

ସିଂହ ରାଶି

coupleଏହି ରାଶିର ବ୍ୟକ୍ତିଙ୍କର ସ୍ବତନ୍ତ୍ରତା ହେଉଛି ଯେ ଏମାନେ ପ୍ରେମରେ ବହୁତ ପରଫେକ୍ଟ ହୋଇଥାନ୍ତି ଏବଂ ଭବିଶ୍ୟତରେ ବହୁତ ଭଲ ସାଥୀ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତି ନାଟକ କରିବାର ଗୁରୁ ହୋଇଥାନ୍ତି। ଏମାନେ ନିଜ ସାଥୀଙ୍କ ସହିତ ଖୁସିରେ ନଥିଲେ ସମ୍ପର୍କରୁ ବାହାରିଯାନ୍ତି।

ମିଥୁନ ରାଶି

coupleଏହି ରାଶିର ବ୍ୟକ୍ତିଙ୍କୁ ବହୁତ ଜ୍ଞାନବାନ ବୋଲି କୁହାଯାଏ। ଅନ୍ୟକୁ ନିଜ କଥାରେ କେମିତି ଆପଣେଇ ହେବ ମିଥୁନ ରାଶିର ଲୋକଙ୍କୁ ବହୁତ ଭଲ ଭାବରେ ଜଣାଥାଏ। ଏହି ରାଶିର ବ୍ୟକ୍ତି ନିଜ କଥାରେ ଅନ୍ୟକୁ ବୋକା କରିଦେଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button