ଦେଶ- ବିଦେଶ
ପରେଡ ଦେଖି ଫେରୁଥିବା ବେଳେ ହେଲା ଦୁର୍ଘଟଣା : ଘଟଣାସ୍ଥଳରେ ୨ ମୃତ୍ୟୁ

ରାଉରକେଲା ମଙ୍ଗଳା ଛକରେ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ପରେଡ ଦେଖି ଫେରୁଥିବା ବେଳେ, ଟାଟା ଏସି ଗାଡ଼ି ଚଢିଯିବାରୁ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ହରିଷ ମୁର୍ମୁଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ସୋମ୍ୟରଞ୍ଜନ ପାତ୍ରକୁ ଆଇଜିଏଚ୍ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ବ୍ୟାପକ ଭଙ୍ଗାରୁଜା କରିବା ସହ ,ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।




