ସ୍ୱାସ୍ଥ୍ୟ
ବାର୍ହା ଆକ୍ରମଣରେ ଛିଡ଼ିଗଲା ଶିଶୁ କନ୍ୟାର ପାପୁଲି

ବାର୍ହା ଆକ୍ରମଣରେ ଛିଡ଼ିଲା ଶିଶୁ କନ୍ୟାର ହାତ । ଖୋର୍ଦ୍ଧା ଜିଲ୍ଲା ଦଧିମାଛ ଗାଡ଼ିଆ ଠାରେ ଏହି ଅଘଟଣ ଘଟିଛି । ପିଲାଟି ଆଜି ସକାଳେ ଖେଳୁଥିବା ବେଳେ ବାର୍ହା ଆକ୍ରମଣ କରିଥିଲା । ଏଥିରେ ଶିଶୁ କନ୍ୟାଟିର ବାମ ହାତ ପାପୁଲିଟି ଛିଡ଼ା ଯାଇଥିଲା । ତାର ବାପା ମା କଟି ଯାଇଥିବା ପାପୁଲି ଧରି ଆହତ ପିଲାଟି ସହ ଖୋର୍ଦ୍ଧା ଡାକ୍ତରଖାନାରେ ପହଞ୍ଚିଥିଲେ । ତେବେ ଏଠାରେ ସେଭଳି ଅପରେସନ୍ର ସୁବିଧା ନଥିବାରୁ ସେମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ପଠାଇ ଦିଆଯାଇଛି ।





