ଅପରାଧ

Delhi ଶ୍ରଦ୍ଧା ହତ୍ୟା ମାମଲାର ପୁନରାବୃତ୍ତି, ନିଜ ଝିଅ ସହ ବାପା କଲା ଏଭଳି କାଣ୍ଡ…ଧରା ପଡିବା ପରେ…

ଏକ ଶିଶୁ ଜନ୍ମ ହେବା ପୂର୍ବରୁ ମା ବାପା ନିଜ ନିଜ ମନରେ ସନ୍ତାନ କୁ ନେଇ ଅନେକ ସ୍ଵପ୍ନ ଦେଖି ଥାନ୍ତି । ଏହା କିଛି ଭୁଲ ମଧ୍ୟ ନୁହେଁ, କିନ୍ତୁ ବନ୍ଧୁଗଣ ପ୍ରତ୍ଯେକ ମା ବାପା ଙ୍କୁ କେବଳ ନିଜ ଖୁସି ହିଁ ନୁହେଁ ଅପିତୁ ନିଜ ସହ ସବୁବେଳେ ନିଜ ସନ୍ତାନ ଙ୍କର ଖୁସି କୁ ମଧ୍ୟ ଦେଖିବାକୁ ହୋଇଥାଏ । ଯେତେବେଳେ ଘରେ ଏକ ପୁଅ ର ଜନ୍ମ ହୋଇଥାଏ, ସେ ପୁଅ ମା’ର ଜୀବନ ହେବା ସମୟ ରେ, ଝିଅ ଟିଏ ସବୁବେଳେ ବାପାର ଅଧିକ ଗେଲ୍ହା ହୋଇଥାଏ ।

ପ୍ରତ୍ଯେକ ବାପା ମାନେ ସେମାନଙ୍କର ଝିଅ କୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି । କିନ୍ତୁ ଆଜି ଏପରି ଏକ ଖବର ମିଳି ଅଛି ଯାହା ଶୁଣି ଆପଣ ଙ୍କର ରୋମ ଟାଙ୍କୁରି ଉଠିବ । ଅନେକ ଥର ଆପଣ ଶୁଣି ଥାଇ ପାରନ୍ତି କି ପ୍ରେମ ସମ୍ପର୍କ ରେ ପ୍ରେମୀକ ଙ୍କର ପ୍ରେମୀ ଙ୍କ ଦ୍ଵାରା ହତୟଆ ହୋଇଛି । ବା କେହି ଜଣେ ଆତ୍ମହତୟଆ କରି ଦେଇଛି । କିନ୍ତୁ ବନ୍ଧୁଗଣ ଏପରି ଏକ ଖବର ସାମ୍ନା କୁ ଆସିଛି, ଯେଉଁଠାରେ କୌଣସି ପ୍ରେମିକ ନୁହେଁ ଅପିତୁ ଜନ୍ମ କଲା ବାପା ହିଁ ନିଜ ଝିଅ କୁ ଲାଇସେନ୍ସ ଗ-ଉଳି ଦ୍ଵାରା ହତୟଆ କରିଛି ,

ଏହା ପରେ ସ୍ତ୍ରୀ ଓ ପୁଅ ସହ ମିଶି  ମୃତ ଦେହ କୁ ଏକ ସୁଟକେସ ମଧ୍ୟରେ ଭର୍ତ୍ତି କରି ଯମୁନା ଏକ୍ସପ୍ରେସ ରୁ ଫୋପାଡି ଦେଇଛି । ଝିଅ ଟିର ଭୁଲ ଏହା ଥିଲା କି ସେ ନିଜ ଜାତି ରୁ ବାହାରି ଅନ୍ୟ ଜାତି ର ଏକ ପୁରୁଷ କୁ ପ୍ରେମ କରି ବିବାହ କରିଥିଲା । ଏପରି ଘଟଣା ସମ୍ମୁଖରେ ଆସିଲେ ଲାଗେ କଣ ପ୍ରେମ କରିବା ଭୁଲ ଅଟେ ।

ବନ୍ଧୁଗଣ ଗତ 17 ତାରିଖ ଦିନ ଦିଲ୍ଲୀ ସହରର ଅନ୍ତର୍ଭୁକ୍ତ ବଦର ପୁର ରେ ବାସ କରୁଥିବା 22 ବର୍ଷ ର ଆୟୁସି ଯାଦବ ଆଉ ଘରକୁ ଫେରି ନଥିଲେ । ପରେ ଦିଲ୍ଲୀ-ମଥୁରା ଯମୁନା ଏକ୍ସପ୍ରେସ ର ରାସ୍ତା ରୁ ତାଙ୍କ ମୃତ ଦେହ ର ଖଣ୍ଡ ବିଖଣ୍ଡିତ ଶରୀର ମିଳିଥିଲା । ଏପରି ରେ କିଛି ଶ୍ରମିକ ମୃତ ଦେହ ଦେଖି ପୋଲିସ କୁ ଖବର ଦେଇଥିଲେ ।

ପରେ ପୋଲିସ ଆସି ସୁଟକେସ ମଧ୍ୟରୁ ମୃତ ଦେହ କୁ କାଢିଥିଲା । ପରେ ଫୋନ ଟ୍ରାକିଂ, ସିସିଟିଭି ଫୁଟେଜ ଓ ସୋସିଆଲ ମିଡିଆ ର ସହାୟତା ରେ ମିଳିଥିଲା ଆୟୁସି ଙ୍କର ପରିଚୟ । ଗତକାଲି ସକାଳେ ଅଜଣା ଫୋନ କଲ ଦ୍ଵାରା ସୂଚନା ମିଳିବା ପରେ ଆୟୁସି ର ମା ଓ ଭାଇ ଆସି ଆୟୁସି ଙ୍କର ମୃତ ଦେହ କୁ ଚିହ୍ନଟ କରିଥିଲେ ।

ପରେ ବୟାନ ରେ ମଧ୍ୟ ସବୁ ସତ କଥା ସେମାନେ କହିବାରୁ ପୋଲିସ ଆୟୁସିର ମା ବାପା ଓ ଭାଇ ଙ୍କୁ ଗିରଫ କରିଥିଲେ । କିନ୍ତୁ ଆୟୁସିର ଏହି ହତୟଆ କାଣ୍ଡ ଦେଖିଲେ ରୋମ ଟାଙ୍କୁରି ଉଠେ । ଯେଉଁ ବାପା ଜନ୍ମ କଲା ସେ ବାପା ଏପରି କିପରି କରି ପାରେ । ଏହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button