ସ୍ୱାସ୍ଥ୍ୟ

ଗର୍ଭରେ ଛୁଆ ରହିବା ପାଇଁ ଗୋଟିଏ ସ୍ତ୍ରୀ ପାଇଁ ସବୁଠୁ ଉଚିତ ସମୟ କେବେ ? Dr Prashant Kumar Nayak

ବନ୍ଧୁଗଣ, ଯେଉଁ ବିବାହିତ ଯୋଡି ପ୍ରେଗନେନ୍ସି ପ୍ଳାନ କରୁଛନ୍ତି ସେମାନେ କେଉଁ ନିର୍ଦ୍ଧିଷ୍ଟ ସମୟରେ କରିବା କଥା ସେ ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ଗୋଟିଏ ସ୍ତ୍ରୀ ର ଯେତେବେଳେ ଅଣ୍ଡା ଫୁଟିଥାଏ ଯାହାକୁ ଓଭଲେସନ ପିରିଅଡ କୁହାଯାଏ, ସେହି ଅଣ୍ଡା ଗର୍ଭନଳୀ ଭିତରେ ପ୍ରବେଶ କରିଥାଏ, ଏହାପରେ ସେଠାରେ ୧୨ ଘଣ୍ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ସ୍ଵାମୀ ର ଯେଉଁ ସ୍ପର୍ମ ତାହା ଭର୍ଜନାରୀ ଡିପୋଜିଟ ହେଲା ପରେ ସ୍ପର୍ମ ଗୁଡାକ ୟୁଟ୍ରେସ ମଧ୍ୟକୁ ଯାଇଥାଏ ।

ତାହା ଆଗକୁ ବଢିଥାଏ ଏହାପରେ ତାହା ପୁଣି ଯାଇ ଗର୍ଭନଳୀ ମଧ୍ୟକୁ ପ୍ରବେଶ କରିଥାଏ । ପୁରୁଷ ର ସିମେନ ମଧ୍ୟରେ ଲକ୍ଷାଧିକ ସ୍ପର୍ମ ଥାନ୍ତି କିନ୍ତୁ ତାହା ମଧ୍ୟରୁ କେବଳ ଗୋଟିଏ ଯାଇ ଗୋଟିଏ ଅଣ୍ଡା କୁ ଫଟିଲାଇଜ କରିପାରେ । ସ୍ପର୍ମ ଡିପୋଜିଟ ହେଲାପରେ ତାହା ସାଧାରଣତଃ ଗୋଟିଏ ରୁ ଦୁଇଦିନ ପର୍ଯ୍ୟନ୍ତ ବଞ୍ଚିପାରେ । ମାତ୍ର ଅଣ୍ଡା ୧୨ ରୁ ୨୪ ଘଣ୍ଟା ମଧ୍ୟରେ ନଷ୍ଟ ହୋଇଯାଇଥାଏ ।

ସେହି ସମୟରେ ସ୍ଵାମୀ ର ସିମେନ ଯଦି ପାଖରେ ରହିଛି ତେବେ ସେତେବେଳେ ପ୍ରେଗନେନ୍ସିର ଚାନ୍ସ ବଢିଯିବ । ସ୍ତ୍ରୀ ଲୋକଙ୍କର ଯେଉଁ ମାସିକ କ୍ରିୟା ରହିଥାଏ ପ୍ରଥମ ଦିନକୁ ଡେ ୱାନ କୁହାଯାଇଥାଏ, ଆଉ ପିରିଅଡର ୧୪ ଦିନରେ ଅଣ୍ଡା ଫାଟିଥାଏ । ସାଧାରଣତଃ ଯେଉଁମାନେ ପ୍ରେଗନେନ୍ସି ପ୍ଳାନ କରୁଛନ୍ତି ସେମାନେ ଅଣ୍ଡା ଫୁଟିବାର ଦୁଇଚାରି ଦିନ ପୂର୍ବରୁ ତଥା ଦୁଇଚାରିଦିନ ପରେ, ସେହି ସମୟ ମଧ୍ୟରେ ଉଭୟ ସମ୍ବନ୍ଧ ରଖନ୍ତୁ ।

ପିରିଅଡ ର ୧୦ ରୁ ୨୮ ଦିନ ପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀ ମିଶିବାକୁ ଚେଷ୍ଟା କରନ୍ତୁ, ଯଦି ଆପଣ ଏହି ସମୟ ମଧ୍ୟରେ ସମ୍ବନ୍ଧ ବନାଉଛନ୍ତି ତେବେ ଆପଣଙ୍କର ପ୍ରେଗନେନ୍ସି ରହିବାର ସମ୍ଭାବନା ରହୁଅଛି । ଯେଉଁମାନେ ପ୍ରେଗନେନ୍ସି ପ୍ଳାନ କରୁଛନ୍ତି ସେମାନଙ୍କର ଏହି କଥା ନିହାତି ଭାବରେ ଜାଣିବା ଆବଶ୍ୟକ । ମାତ୍ର ଅନେକ ଥର ମନରେ ଏହି ପ୍ରଶ୍ନ ଆସିଥାଏ ଯେ କେବଳ ଥରେ ସମ୍ବନ୍ଧ ରଖିଲେ ଜଣ ଜଣଙ୍କର ପ୍ରେଗନେନସି ରହିଯାଇଥାଏ

ମାତ୍ର ଅନେକ ଥର ସମ୍ବନ୍ଧ ରଖିଲେ ମଧ୍ୟ କାହାର ପ୍ରେଗନେନ୍ସି ରହି ନଥାଏ, ଏହାକୁ ନେଇ ଡାକ୍ତର ପରାମର୍ଶ ଦେଇଛନ୍ତି ଯେ ପ୍ରେଗନେନସି ହେବା ପାଇଁ ଉଭୟ ନାରୀ ଏବଂ ପୁରୁଷ ଉଭୟ ୫୦/୫୦ ପ୍ରତିଶତ ଦାୟୀ । ସ୍ତ୍ରୀ ର ମଧ୍ୟ ଅସୁବିଧା ଥାଇପାରେ ପୁରୁଷ ଙ୍କର ମଧ୍ୟ ଅସୁବିଧା ଥାଇପାରେ । ଯେଉଁ ମାନଙ୍କର ସମ୍ବନ୍ଧ ରଖିବାର ନିୟମ ସଠିକ ରହିଥାଏ ସେମାନଙ୍କର ପ୍ରେଗନେନ୍ସି ସେହି ସମୟରେ ରହିଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button