ଦେଶ- ବିଦେଶ

ମା’ର ବଳିଦାନକୁ କେମିତି ଭୁଲିବ ଝିଅ, 15 ବର୍ଷ ପରେ ଝିଅ ଫେରିବ ତା ମା’ କୋଳୁକୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ୩ ଟି ଇମେଲ କରି ନିଜ ଗରିବ ମା’ କୁ ଖୋଜୁଛନ୍ତି ପୋଷ୍ୟ ସନ୍ତାନ ହୋଇ ଯାଇଥିବା ୧୮ ବର୍ଷିୟା ମମତା ଫେନି । ଏହି ଚିଠି ଆସିଛି ଅଷ୍ଟ୍ରେଲିଆର ଭିକ୍ଟୋରିଆରୁ । ଆଉ ଏହି ଚିଠି କୁ ପାଇଛନ୍ତି ପୁରୀ ଚାଇଲ୍ଡ ଲାଇନ ନିର୍ଦ୍ଧେଶକ ଦେବାଶିଷ ରଥ, ଏହି ଚିଠିଟିରେ ମାତୃ ସ୍ନେହର ଆବେଗ ଭରି ରହିଛି କାରଣ ତାଙ୍କ ମା’ କୃଷ୍ଟ ରୋଗରେ ପୀଡିତ ଥିବାରୁ ଯେଉଁ ବଳିଦାନ ଦେଇଛନ୍ତି, ତାକୁ ସେ କେମିତି ବା ଭୁଲିଥାନ୍ତେ ?

ସେଥିପାଇଁ ପ୍ରାୟ ୧୫ ବର୍ଷ ପରେ ତାଙ୍କୁ ତା’ ମା’ ର ଠିକଣା ଦେଇ ଦେଇଛନ୍ତି ପ୍ରଭୁ ଜଗନ୍ନାଥ । ଶ୍ରୀ ମନ୍ଦିର ସିଂହଦ୍ଵାର ସମ୍ମୁଖରୁ ୨୦୦୭ ଜାନୁଆରୀ ୩ ତାରିଖରେ ଉଦ୍ଧାର ହୋଇଥିବା ୩ ବର୍ଷର ଝିଅ ମମତା କୁ ବର୍ତ୍ତମାନ ୧୮ ବର୍ଷ ହୋଇ ସାରିଛି । ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ସ୍ନାତକ ପାଠ ଶେଷ କରିଛନ୍ତି ମମତା । ପୁରୀରୁ ମମତା ଙ୍କ ଅଷ୍ଟ୍ରେଲିଆ ଯାତ୍ରା ଏକ ଚଳଚିତ୍ରର କାହାଣୀ ବୋଲି ମନେ ହେଉଥିଲା ।

୨୦୦୭ ମସିହାରେ ପୁରୀ ଚାଇଲ୍ଡ ଲାଇନ କୁ ସିଂହଦ୍ଵାର ଥାନା ପୋଲିସ ସୂଚନା ଦେଇଥିଲା ସିଂହଦ୍ଵାର ସମ୍ମୁଖରେ ରାତିରେ ଜଣେ ଶିଶୁ କନ୍ୟା ବୁଲୁଛି ଆଉ ଚାଇଲ୍ଡ ଲାଇନ ସଦସ୍ୟ ଆସି ସିଂହଦ୍ଵାରରୁ ମମତା କୁ ଉଦ୍ଧାର କରିଥିଲେ । ଆଉ ମମତା ଙ୍କ ମା’ ଙ୍କ ସମ୍ପର୍କରେ ପୋଲିସ ଏବଂ ଚାଇଲ୍ଡ ଲାଇନ ତଥ୍ୟ ନେଇ ଜାଣିବାକୁ ପାଇଥିଲେ ଯେ ସେ ଖୋର୍ଦ୍ଧାରେ ରହୁଛନ୍ତି ।

କୃଷ୍ଣରୋଗୀ ବାସନ୍ତୀ ସମ୍ଭବତ ମମତା ଙ୍କ ଭବିଷ୍ୟତ ନେଇ ଚିନ୍ତିତ ଥିଲେ । ଭବିଷ୍ୟତ କୁ ମମତା ଙ୍କ ଭାଗ୍ୟ ଉପରେ ଛାଡି ବାସନ୍ତୀ ସିଂହଦ୍ଵାର ସାମ୍ନାରୁ ଚାଲି ଯାଇଥିଲେ । ବାସନ୍ତୀ ଖୋର୍ଦ୍ଧାରେ ରହୁଥିବା ବେଳେ ମା’ ଙ୍କୁ ହସ୍ତାନ୍ତର କରିବାକୁ ମମତା ଙ୍କୁ ନେଇ ବାସନ୍ତୀ ପାଖକୁ ଯାଇଥିଲେ ଚାଇଲ୍ଡ ଲାଇନ ସଦସ୍ୟ ।

ଅସହାୟ ବାସନ୍ତୀ ର ଖରାପ ଅବସ୍ଥା ଏବଂ ଦାରିଦ୍ର କାରଣରୁ ନିଜ ଝିଅ କୁ ରଖିବାକୁ ସେ ଅକ୍ଷମତା ପ୍ରକାଶ କରିଥିଲେ । ଏହାପରେ ମମତା ଙ୍କୁ ଅଷ୍ଟ୍ରେଲିଆର ଜଣେ ଦମ୍ପତ୍ତି ପୋଷ୍ୟକନ୍ୟା ଭାବରେ ଗ୍ରହଣ କରିଥିଲେ । ତେବେ ବର୍ତ୍ତମାନ ମମତା ଆସି ପହଞ୍ଚି ତାଙ୍କ ଜନ୍ମ କରିଲା ମା’ ଙ୍କ ସହିତ ମିଳନ କରିବେ ବୋଲି ଇଛା ପ୍ରକାଶ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button