ଖେଳ ଖବର

ଶତକ ହାସଲ କରିବା ପରେ ଭାବବିହ୍ଵଳ ହୋଇ Axar Patel ଙ୍କୁ ଧରି କାନ୍ଦିଲେ Surya Kumar, କହିଲେ କିଛି ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-20 ମ୍ୟାଚ ଥିଲା । ତେବେ ଏହି ମ୍ୟାଚରେ ଭାରତ ନିଜର ଉତ୍ତମ ପ୍ରଦର୍ଶଣ କରି ବିଜୟ ହୋଇଛି । ଏହି ମ୍ୟାଚର ସଂପୂର୍ଣ୍ଣ ଶ୍ରେୟ ସୂର୍ଯ୍ୟ କୁମାର ଯାଦବ ଙ୍କୁ ନେଇ ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିନେବା ଏନେଇ ସଂପୂର୍ଣ୍ଣ ବିବରଣୀ । ମ୍ୟାଚରେ ନିଜ ଶତକ ହାସଲ କରି ସୂର୍ଯ୍ୟ କୁମାର ଯାଦବ ଭାବୋବିହୋଳ ହୋଇଯାଇଥିଲେ ।

ସୂର୍ଯ୍ୟ କୁମାର ନିଜ ଶତକ ହାସଲ କରିବା ପରେ ଅକ୍ଶର ପଟେଲ ଙ୍କ କାନ୍ଧରେ ମୁଣ୍ଡ ଦେଇ କାନ୍ଦିଥିଲେ ସୂର୍ଯ୍ୟ କୁମାର । ଇଣ୍ଡିଆ ଶ୍ରୀଲଙ୍କା ତୃତୀୟ ଟି-20 ମ୍ୟାଚରେ ସୂର୍ଯ୍ୟ କୁମାର ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହି ମ୍ୟାଚରେ ସୂର୍ଯ୍ୟ କୁମାର କାନ୍ଦୁଥିବାର ଦେଖାଯାଇଛି । ସୂର୍ଯ୍ୟ କୁମାର ଶତକ ହାସଲ କରିବା ପରେ ଭାବୁକ ହୋଇଯାଇଥିଲେ,

ଏହା ଫଳରେ ତାଙ୍କ ପାଖରେ ଥିବା ଖେଳାଳୀ ଅକ୍ଶର ପଟେଲ ଙ୍କ କାନ୍ଧରେ ମୁଣ୍ଡ ଦେଇ ଲୁହ ଝରାଇଥିଲେ ଏବଂ ଅକ୍ଶର ପଟେଲ ମଧ୍ୟ ତାଙ୍କ ପିଠିରେ ହାତ ଦେଇ ତାଙ୍କୁ କୁଣ୍ଢାଇ ସାନ୍ତ୍ଵନା ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଜକୋଟର ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟି-20 ମ୍ୟାଚରେ ସୂର୍ଯ୍ୟ କୁମାର ଙ୍କ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିଛି । ସେ ମାତ୍ର 45 ବଲ ରେ ଶତକ ହାସଲ କରିବା ସହିତ ଭାରତ ପାଇଁ 228 ରନ ର ଏକ ବଡ ସ୍କୋର ଛିଡା କରିଥିଲେ ।

ସୂର୍ଯ୍ୟ ଏହି ମ୍ୟାଚରେ 9 ଟି ବଡ ଛକା ମାରିଥିଲେ ଯାହାକୁ ଦେଖି ଦର୍ଶକେ ମଧ୍ୟ ଉପରକୁ ଚାହିଁବାକୁ ଲାଗିଥିଲେ । ସୂର୍ଯ୍ୟ ଙ୍କ ଏହିଭଳି ପ୍ରଦର୍ଶନରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ସହିତ ସମସ୍ତ କ୍ରିକେଟର ମଧ୍ୟ ସୂର୍ଯ୍ୟ କୁମାର ଙ୍କ ପ୍ରଶଂସା କରି ସାବାସୀ ଦେଇଥିଲେ । ଏହାପରେ ବର୍ତମାନ ସମସ୍ତ ଗଣମାଧ୍ୟମ ତଥା ସୋ-ସି-ଆ-ଲ ମି-ଡି-ଆରେ ମଧ୍ୟ ସୂର୍ଯ୍ୟ କୁମାରଙ୍କ ଚର୍ଚ୍ଚା ଦେଖିବାକୁ ମିଳିଛି ।

ତେବେ ଏହା ଭାରତ ପାଇଁ ବହୁତ ବଡ କଥା ହୋଇଥିବାର କହିଛନ୍ତି କ୍ରିକେଟ ପ୍ରେମୀ । ସୂର୍ଯ୍ୟ କୁମାର ଙ୍କ ଫ୍ୟାନ୍ସ ମାନେ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଶୁଭେଛା ତଥା ଶୁଭକାମନା ଜଣାଇଛନ୍ତି । ସୂର୍ଯ୍ୟ ଏହି ମ୍ୟାଚରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନଟଆଉଟ ହୋଇ ରହିଥିଲେ । ଏହା ତାଙ୍କ ପାଇଁ ନିଶ୍ଚିତ ଭାବରେ ଗୌରବର ବିଷୟ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button