ରାଜ୍ୟ

ଆମ୍ବୁଲାନ୍ସ ଗାଡିରେ AMBULANCE ଶବ୍ଦ କଣ ପାଇଁ ଓଲଟା ଲେଖାଯାଇ ଥାଏ ? ଜାଣନ୍ତୁ ଏହାର ଜରୁରୀ କାରଣ

ଆମୁଲାନ୍ସ ଲୋକମାନଙ୍କର ବହୁତ କାମରେ ଆସିଥାଏ ଏଥିପାଇଁ ଏହାର ବହୁତ ମହତ୍ଵ ରହିଥାଏ । ଆମ୍ବୁଲାନ୍ସ ଆମକୁ ବହୁତ ବିପଦରୁ ରକ୍ଷା କରିଥାଏ । ଯେତେବେଳେ ଆମର ଅତ୍ୟଧିକ ଦେହ ଖରାପ ହୁଏ ବା କୌଣସି ଜାଗାରେ ଦୁର୍ଘଟଣା ଘଟିଥାଏ ସେତେବେଳେ ଆମ୍ବୁଲାନ୍ସ ବହୁତ କାମରେ ଆସିଥାଏ । ରାସ୍ତାରେ ଆମ୍ବୁଲାନ୍ସ ଯିବା ସମୟରେ ତାକୁ ଯିବା ପାଇଁ ସମସ୍ତେ ବାଟ ଛାଡି ଦେଇଥାନ୍ତି କାରଣ ସେଥିରେ ଥିବା ଲୋକର ଜୀବନ ବଞ୍ଚିଯାଉ ବୋଲି । ଆମ୍ବୁଲାନ୍ସ ଗାଡି ଆଗରେ AMBULANCE ଶବ୍ଦ ଓଲଟା ଲେଖାଯାଇ ଥାଏ କିନ୍ତୁ ଅଧିକାଂଶ ଲୋକ ଏହାର କାରଣ ଜାଣି ନାହାଁନ୍ତି ।

ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ ବିଷୟରେ କହିବୁ । ଆମ୍ବୁଲାନ୍ସରେ ଆଗରେ ଏଥିପାଇଁ ଓଲଟା ଲେଖାଯାଇ ଥାଏ କି ଆଗରେ ଯାଉଥିବା ଗାଡି ଡ୍ରାଇଭର ତାଙ୍କୁ ଠିକ ଭାବେ ପଢି ପାରିବ ଏବଂ ରାସ୍ତା ଛାଡିଦେବ । କାରଣ ଦର୍ପଣରେ ଆମକୁ ସବୁ ଜିନିଷ ଓଲଟା ଦେଖାଯାଇ ଥାଏ ଏଥିପାଇଁ ଓଲଟା ଅକ୍ଷର ଲେଖାଯାଇଥାଏ ।

ଲୋକଙ୍କ ଧ୍ୟାନ ଆଣିବା ପାଇଁ କରାଯାଇ ଥାଏ ଏହି ଉପାୟ

ଏହା ଛଡା ମଧ୍ୟ ଆମ୍ବୁଲାନ୍ସରେ ଅନ୍ୟ ଉପାୟ କରାଯାଇଥାଏ ଯେମିତି କି ଇଲୋକ୍ଟ୍ରୋନିକ ସାଇରନ, ଫ୍ଲାସିଙ୍ଗ ଲାଇଟ, ସ୍ପିକର, ରେଡିଓ ଫୋନ ଏବଂ ଅନ୍ୟ ଉପକରଣ ଥାଏ କାରଣ ରାସ୍ତାରେ ଲୋକ ମାନେ ଯିବା ପାଇଁ ତାକୁ ବାଟ ଛାଡି ଦେବେ । ଆଗରୁ ଆମ୍ବୁଲାନ୍ସ ରେ ଘଣ୍ଟିର ପ୍ରୟୋଗ କରାଯାଉ ଥିଲା କିନ୍ତୁ ବର୍ତ୍ତମାନ ସାଇରନ ବ୍ୟବହାର କରାଯାଉଛି । ଆଜିକାଲି ସବୁଠାରୁ ପ୍ରସିଦ୍ଧ ହ୍ରିଲେନ ଇଲୋକ୍ଟ୍ରୋନିକ ସାଇରନ ର ଉପଯୋଗ କରାଯାଉଛି ।

ଚମକୁ ଥିବା ରଙ୍ଗ ଆକର୍ଷିତ କରିଥାଏ

ଆମ୍ବୁଲାନ ଗାଡିକୁ ଅନ୍ୟ ଗାଡି ଠାରୁ ଅଲଗା ଭାବରେ ତିଆରି କରାଯାଇ ଥାଏ କାରଣ ଲୋକ ଯେମିତି ତାହାକୁ ଜଲ୍ଦି ଚିହ୍ନି ପାରିବେ ଏବଂ ତାକୁ ରାସ୍ତା ଛାଡି ଦେବେ । ଏହା ଅଲଗା ଦେଖାଯିବା ପାଇଁ ତାକୁ ଚମକଦାର ରଙ୍ଗରେ ସଜା ଯାଇଥାଏ । ଏହା କେବେଳ ନୀଳ ବା ଲାଲ ହୋଇ ନଥାଏ ଅନ୍ୟ ରଙ୍ଗର ମଧ୍ୟ ଆମ୍ବୁଲାନ୍ସ ଅଛି । ଆମ୍ବୁଲାନ୍ସ କେବଳ ମୋଟରଗାଡି ରେ ହିଁ ହୋଇନଥାଏ ଏହା ଉଡାଜାହାଜ, ହେଲିକ୍ୟାପ୍ଟର ଠାରୁ ନେଇ ଘୋଡା ଗାଡିରେ ମଧ୍ୟ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button