ଦେଶ- ବିଦେଶ

କରୋନା ପାଇଁ ଭ୍ୟାକସିନ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଅଷ୍ଟ୍ରେଲିୟା, ଏହି ଔଷଧ ହରାଇପାରେ କୋବିଡ – ୧୯କୁ

କରୋନା ଭାଇରସ ବର୍ତ୍ତମାନ ସମୟରେ ପୁରା ବିଶ୍ଵରେ ବ୍ୟାପି ଯାଇଛି । ଆମେରିକା ଓ ୟୁରୋପରେ ସ୍ଥିତି ବହୁତ ଗମ୍ଭୀର ଅଛି । କିନ୍ତୁ ଅଷ୍ଟ୍ରେଲିୟା କଥା ଯଦି କହିବା ତେବେ ଏଠି ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ଅଷ୍ଟ୍ରେଲିୟାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସରେ ୬,୪୪୭ଟି ମାମଲା ସାମ୍ନାକୁ ଆସି ସାରିଛି । ଯେଉଁଥିରେ ୬୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟାରୁ ଜଣା ପଡୁଛି କି ଏଠି ସ୍ଥିତି ଅନ୍ୟ ଦେଶ ଅପେକ୍ଷା ବହୁତ ଭଲ ଅଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଗ୍ରେଗ ହଂଟଙ୍କ କହିବା ଅଟେ କି ଅଷ୍ଟ୍ରେଲିୟାରେ କରୋନା ଭାଇରସର ପ୍ରସାର କମ ହେବାର ମୁଖ୍ୟ କାରଣ ଏହା ଅଟେ କି ଏଠିକାର ଲୋକମାନେ ‘ସେଲ୍ଫ ଆଇସୋଲେଶନ’ର ନିୟମକୁ ବହୁତ କଡା କଡି ଭାବରେ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ସ୍କଟ ମରିସନ କହିଲେ କି ଯଦି ବୈଜ୍ଞାନିକମାନେ ଏହି ଭାଇରସରୁ ବଞ୍ଚିବା ପାଇଁ କୌଣସି ଟୀକା ବାହାର କରିବାରେ ଅସମର୍ଥ ଅଟନ୍ତି କିମ୍ବା ଅଧିକ ସମୟ ଲାଗୁଛି ତେବେ ଦେଶରେ ୬ ମାସ ପର୍ଯ୍ୟନ୍ତ ସାମାଜିକ ଦୂରତାର ନିୟମ ଲାଗୁ ରହିବ ଓ ଏହି ନିୟମ ଅଧିକ ସମୟ ପର୍ଯ୍ୟନ୍ତ ବି ଚାଲିପାରେ ।

ରିସର୍ଚ ପାଇଁ  ୨.୬ ମିଲିୟନରୁ ଡଲାରରୁ ବି ଅଧିକ ନିବେଶ କରିସାରିଛି ଅଷ୍ଟ୍ରେଲିୟା

Image courtesy: Google

୧୧ ମାର୍ଚ୍ଚ ୨୦୨୦ରେ ଅଷ୍ଟ୍ରେଲିୟା ସ୍ୱାସ୍ଥ୍ୟ ମନ୍ତ୍ରୀ ଗ୍ରେଟ ହଂଟ କରୋନା ଭାଇରସର ଆପାତକାଳୀନ ସ୍ଥିତି ସହ ଲଢିବା ପାଇଁ ପୀଟର ଡୋହର୍ଟୀ ଇଂସ୍ଟୀଚ୍ୟୁଟ ଫର ଇଂଫେକ୍ସନ ଆଣ୍ଡ ଇମ୍ୟୁନିଟୀରେ ଡାୟଗ୍ନୋସ୍ଟିକ୍ସ ରିସର୍ଚ ପାଇଁ ୨.୬ ମିଲିୟନ ଡଲାରରୁ ବି ଅଧିକ ଟଙ୍କା ନିବେଶ କରିବାର ଘୋଷଣା କରିଛନ୍ତି । ଏହି ଧନରାଶି କରୋନା ଭାଇରସର ଟୀକା ବାହାର କରିବାର ରିସର୍ଚ କରିବା ଉଦ୍ଦେଶ୍ୟରେ ଦିଆ ଯାଇଛି । ମେଡିକାଲ ରିସର୍ଚ ଫ୍ୟୁଚର ଫଣ୍ଡ (MRFF)ରୁ ପ୍ରାପ୍ତ ଧନରାଶିର ଉପଯୋଗ ଅଷ୍ଟ୍ରେଲିୟା ରୋଗୀମାନଙ୍କ କରୋନା ଭାଇରସ ପରୀକ୍ଷଣ କାର୍ଯ୍ୟରେ ଲଗାଇଛି ।

Image courtesy: Google

ଅଷ୍ଟ୍ରେଲିୟାର ବୈଜ୍ଞାନିକମାନେ ଏହା ପାଇଛନ୍ତି କି ଆମର ପ୍ରତିରକ୍ଷା ପ୍ରଣାଳୀ ଏହି କରୋନା ଭାଇରସ ସହ ସେହିଭଳି ପ୍ରତିକ୍ରିୟା ଦେଇଥାଏ ଯେମିତି କି ଇନଫ୍ଲୁଏଂଜା ପାଇଁ ଦେଇଥାଏ । ରୋଗୀମାନଙ୍କୁ ଏହି ଭାଇରସରୁ ବଞ୍ଚିବା ପୂର୍ବରୁ ଯେଉଁ ପ୍ରତିରକ୍ଷା କୋଶିକା ଗୁଡିକ ରକ୍ତରୁ ବାହାରି ଥାଏ, ତାହା ସେହି କୋଶିକା ଅଟେ ଯାହା ଫ୍ଲୁ ରୁ ଠିକ ହେବା ପୂର୍ବରୁ ଲୋକମାନଙ୍କ ମଧ୍ୟରେ ଦେଖା ଯାଇଥାଏ ।

କୋବିଡ – ୧୯ର ଭ୍ୟାକ୍ସିନ ଉପରେ ପରୀକ୍ଷଣ

Queenslandର ବୈଜ୍ଞାନିକମାନେ ମାର୍ଚ୍ଚରେ ପଶୁମାନଙ୍କ ଉପରେ ଏକ ସମ୍ଭାବିତ କୋବିଡ – ୧୯ ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ କରିଥିଲେ ଓ ବର୍ଷର ମଧ୍ୟ ପର୍ଯ୍ୟନ୍ତ ମାନବ ଶରୀର ଉପରେ ଏହାର ପରୀକ୍ଷଣ ଆରମ୍ଭ ହୋଇଯିବ । ପ୍ରଫେସର ହେଂଡରସନ କହିଲେ କି, ‘ପ୍ରଥମ ଚ୍ୟାଲେଞ୍ଜ ହେଉଛି ଏହି ଭ୍ୟାକ୍ସିନର ପରୀକ୍ଷଣ ସୁରକ୍ଷିତ ଓ ପ୍ରଭାବି ପ୍ରମାଣିତ ହେବା ଦରକାର, ଦ୍ଵିତୀୟ ଚ୍ୟାଲେଞ୍ଜ ଏହା ହେବ କି ଭ୍ୟାକ୍ସିନକୁ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ କରିବା, ଯାହା ଦ୍ଵାରା କୋଟି କୋଟି ଲୋକମାନଙ୍କ ଜୀବନକୁ ବଞ୍ଚାଇ ହେବ । ଏଥିରୁ ଜଣା ପଡୁଛି କି କୋବିଡ – ୧୯ର ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ କମ ସେ କମ ୧୨ ରୁ ୧୮ ମାସ ଲାଗି ଯାଇପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button