ଦେଶ- ବିଦେଶ

ମେହବୁବା ମୁଫତିଙ୍କ ବିରୋଧରେ ମାମଲା ରୁଜୁ – Kalinga News

[ad_1]

ଶ୍ରୀନଗର: ଜମ୍ମୁ କାଶ୍କୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ କମିସନ୍ ମୁଫତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। । ରାଜ୍ୟ ନିର୍ବାଚନ ଅଧିକାରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଅନନ୍ତନାଗ ଜିଲ୍ଲାର ବିଜବେହେରା ଠାରେ ୧୪୪ ଧାରାର ଉଲ୍ଲଂଘନ କରି ମେହବୁବା ଓ ତାଙ୍କ ସମର୍ଥକମାନେ ଧାରଣାରେ ବସିଥିଲେ। ଏଣୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମେହବୁବା କହିଛନ୍ତି, ତାଙ୍କ ବିରୋଧରେ ଏହା ଏକ ‘ହାସ୍ୟାସ୍ପଦ’ ପଦକ୍ଷେପ । ପିଡିପି ସତ କହିବାରୁ ଏଭଳି ସ୍ଥିତି ସାମ୍ନା କରୁଛି। ପୁଲିସ୍, ପୋଲିଂ ଏଜେଣ୍ଟ ଓ ସ୍ଥାନୀୟ ପ୍ରଶାସନ ମିଳିମିଶି ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ମୁଫତି କହିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button