ଭାରତୀୟ ଯୁବକ ଅଜୟକୁ ପ୍ରେମ ଜାଲରେ ପକାଇ ତାଙ୍କ ଦେଶକୁ ନେଇଗଲେ ଜୁଲି ଏବଂ କରିଥିଲେ ଏମିତି କିଛି …..

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସୀମା ଭଳି ଜୁଲି ଆସିଥିଲା ଭାରତ ଓ ଭାରତୀୟ ଯୁବକ ଅଜୟଙ୍କୁ ନେଇଗଲା ତାଙ୍କ ଦେଶକୁ ଏବଂ କଲେ ଲହୁଲୁହାଣ । ରକ୍ତାକ୍ତ ଅବସ୍ଥାରେ ଥିବା ଏକ ଫଟୋ ପଠାଇଲା ଜୁଲି । ହଁ ଦର୍ଶକବନ୍ଧୁ ସୀମା ପରି ଭାରତୀୟ ଯୁବକଙ୍କୁ ପ୍ରେମ ଜାଲରେ ପଶାଇଥିଲେ ଏହି ମହିଳା । ଜୁଲି ଓ ଅଜୟଙ୍କ ପରିଚୟ ଫେସବୂକ ରୁ ହୋଇଥିଲା ପ୍ରଥମେ ଉଭୟ କଥାବାର୍ତ୍ତା ହେଉଥିଲେ ।

ପରେ ପରେ ତାହା ପ୍ରେମ ସମ୍ପର୍କରେ ପରିବର୍ତ୍ତନ ହୋଇଯାଇଥିଲେ ଜୁଲି ବାଂଲାଦେଶର ଓ ଅଜୟ up ର ମରଦାବାଦରେ ରୁହନ୍ତି । ଜୁଲି ପ୍ରଥମେ ପ୍ରେମ ପାଇଁ ଭାରତ ଆସିଥିଲେ ଓ ସମସ୍ତ ରୀତିନୀତିରେ ଶିବମନ୍ଦିରରେ ବିବାହ କରିଥିଲେ । ଜୁଲି ତିନିମାସ ଭାରତରେ ଅଜୟଙ୍କ ସହ ତାଙ୍କ ଘରେ ରହିଥିଲେ । ଦିନେ ସେ ଅଜୟଙ୍କୁ କହି ବାଂଲାଦେଶ ପଳେଇଥିଲେ ଏବଂ ପରେ ପୁନର୍ବାର ଯେବେ ଭାରତ ଆସିଥିଲେ ତେବେ ତାଙ୍କ ସଙ୍ଗେ 14 ବର୍ଷର ଝିଅକୁ ସାଥିରେ ନେଇକି ଆସିଥିଲେ ।
ଅଜୟ ଟାକ୍କ୍ଷି ଡ୍ରାଇଭର ର କାମକରନ୍ତି ତେବେ ଜୁଲି ବ୍ୟସ୍ତରେ ବାଂଲାଦେଶକୁ ତାଙ୍କ ଝିଅ ସହ ପଳେଇଥିଲେ ଏବଂ ପରେ ଦିନେ ଅଜୟକୁ ଫୋନ କରି ବାଂଲାଦେଶର ବୋର୍ଡର ନିକଟକୁ ଆସିବାକୁ କହିଥିଲେ । ସୂଚନା ମୁତବକ ଜୁଲି ଓ ଅଜୟ ବାଂଲାଦେଶରେ ରହୁଥିଲେ ଅଜୟ ବାଂଲାଦେଶର ଏକ ନମ୍ବରରୁ ତାଙ୍କ ମା ‘ ଙ୍କୁ ଫୋନ କରି 15 ଲକ୍ଷ ଟଙ୍କା ପଠାଇବାକୁ କହିଥିଲେ ।

ଏହା ଶୁଣିବା ପରେ ମା ‘ ମଧ୍ୟ ଟଙ୍କା ପଠାଇଥିଲେ କିନ୍ତୁ ଏବେ ବାଂଲାଦେଶରୁ ପୁଅର ରକ୍ତାକ୍ତ ଫୋଟ ପଠାଇଛି ଜୁଲି । ଯାହାକୁ ଦେଖିବା ପରେ ଅଜୟଙ୍କ ମା ‘ ମରଦାବାଦର ଏସଏସପି ହେମରାଜ ମିନାଙ୍କ ପାଖରେ ସମ୍ପପୂର୍ଣ୍ଣ ଘଟଣା କହିଛନ୍ତି ଏବଂ ପୁଅକୁ ବାଂଲାଦେଶରୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ।
ତେବେ ଅଜୟଙ୍କୁ ନେଇ କୋଣସି ଖବର ବା ତାଙ୍କ ଖୋଜ ମିଳୁନି । ଅଜୟଙ୍କ ରକ୍ତାକ୍ତ ଫଟୋ ଦେଖି ମା ‘ ଙ୍କ ପ୍ରାଣ ବିଚଳିତ ହେଉଛି । ତେବେ ଅଜୟଙ୍କୁ ନେଇ କୋଣସି ସୂଚନା ମିଳିନଥିବା ବେଳେ ସେ ଜୀବିତ ନା ମୃତ ଜାଣି ହେଉନି ।




