ଦେଶ- ବିଦେଶ

ସମସ୍ତଙ୍କୁ ପସନ୍ଦ ଆସିବ ଚଣା ପନୀର, ଡିନରରେ କରନ୍ତୁ ପ୍ରସ୍ତୁତ

ମଟର ଏବଂ ପନୀରରେ ତିଆରି ତରକାରୀ ଆପଣ ପୂର୍ବରୁ ବହୁତ ଖାଇଥିବେ। ଯେମିତିକି ସାହି ପନୀର ଏବଂ କଡ଼ାଇ ପନୀର। କିନ୍ତୁ ଆଜି ଆମେ ଅପଣଙ୍କୁ ପନୀରର ଏକ ଖାସ ରେସିପି ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୩୦୦ ଗ୍ରାମ ପନୀର, ୧୦୦ ଗ୍ରାମ ସ୍ପ୍ରିଂଗ ଓନିଅନ, ୨୦ ଗ୍ରାମ ଅଦା ପେଷ୍ଟ, ୫ଟି କଞ୍ଚା ଲଙ୍କା, ୩ ଗ୍ରାମ ଲାଲ ଲଙ୍କା, ୫୦ ମିଲି ଟମାଟୋ ପିୟୁରି, ୧୦୦ ଗ୍ରାମ ମଟର, ୧୦୦ ଗ୍ରାମ ଗରମ ମସଲା, ୧୦୦ ଗ୍ରାମ ଜିରା, ୧୦ ଗ୍ରାମ ଅଦା, ୨୦ ଗ୍ରାମ ଧନିଆ ପତ୍ର, ଦୁଇ ଚାମଚ ଘିଅ ବା ତେଲ।

ପ୍ରସ୍ତୁତି ପ୍ରଣାଳୀ

ଏକ କଡ଼ାରେ ତେଲ ପକାଇ ଗରମ କରନ୍ତୁ। ଏବଂ ସେଥିରେ ପିଆଜ ପକାଇ ଭଲସେ ଭାଜି ଦିଅନ୍ତୁ। ଏହାପରେ କଟା ହୋଇଥିବା କଞ୍ଚା ଲଙ୍କା, ଲାଲ ଲଙ୍କା ଏବଂ ଲୁଣ ପକାଇ ଭାଜନ୍ତୁ। ଏହାପରେ ଟମାଟୋ ପିୟୁରି ପକାଇ ମସଲା ଚିକ୍କଣ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ମଟର ଏବଂ ଗରମ ମସଲା ପକାଇ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ପ୍ରାୟ ୨୪୦ ମିଲି ପାଣି ଦେଇ ଫୁଟାନ୍ତୁ। ଫୁଟିଗଲା ପରେ ଅଂଚକୁ ମିଡିୟମରେ ରଖି ରାନ୍ଧନ୍ତୁ। ଏବେ ପନୀରକୁ ଛୋଟ ଖଣ୍ଡରେ କାଟି ମିଶାଇ ଦିଅନ୍ତୁ। ଏହାପରେ ଲୁଣ ପକାଇ ଚଲାନ୍ତୁ। ଏହା ଉପରେ ଜିରା ଏବଂ ଗରମ ମସଲା ପକାଇ ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଛୋଲିଆ ପନୀର।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button