ରାଜ୍ୟ

ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା

ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା। ପୂର୍ଣ୍ନ ସ୍ୱଚ୍ଛତାର ସହ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏ ସମସ୍ତ ପ୍ରକ୍ରିୟାର ହୋଇଛି ଭିଡିଓଗ୍ରାଫି। ସକାଳ 10.55 ରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ 2.55 ମିନିଟରେ ଶେଷ ହୋଇଥିବା ବେଳେ ଚାରିଘଣ୍ଟା ପର୍ଯ୍ୟନ୍ତ ଜଗା ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ଅଳଙ୍କାର ସ୍ଥାନାନ୍ତରକୁ ଭକ୍ତ ଓ ସେବାୟତ ସ୍ୱାଗତ କରିଥିବା ବେଳେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ନିର୍ଦେଶ ପାଇବାପରେ ରତ୍ନ ଅଳଙ୍କାର ଗଣତିମଣତି କରାଯିବ କହିଛନ୍ତି ହାଇଲେବଲ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

ସମୟ ଭୋର 4.40,,,ଫିଟିଲା ଶ୍ରୀମନ୍ଦିର ସିଂହଦ୍ଵାର। ଆଉ ଆରମ୍ଭ ହେଲା ମହାପ୍ରଭୁଙ୍କ ନୀତିକାନ୍ତି। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ,, ମଇଲମ,,ତଡପଲାଗି,, ଅବକାଶ,, ଗୋପାଳବଲ୍ଲଭ ନୀତି ବଢି ସକାଳଧୂପ ଶେଷ ହେବାପରେ ବନ୍ଦ ରହିଲା ଜଗା ଦର୍ଶନ। ଅର୍ଥାତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସକାଳ 10ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ଵନ୍ଦ ରହିଲା।ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଶ୍ରୀମନ୍ଦିର ବାହାରେ ମଧ୍ୟ ପୋଲିସର କଡା ପ୍ରହରା ଦେଖିବାକୁ ମିଳିଥିଲା। ପାରମ୍ପରିକ ପୋଷାକ ପରିଧାନ କରି ହାଇଲେବଲ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,, ଜିଲ୍ଲାପାଳ,, ଏସପି,, ଗଜପତିଙ୍କ ପ୍ରତିନିଧି,,, ଦେଉଳକରଣ,, ତଢଉକରଣ,,ଛତିଶାନିଯୋଗ ମହାନାୟକ,, ଏଏସଆଇ ଅଧିକାରୀ,, ପରିଚାଳନା କମିଟିର ସଦସ୍ୟ ଗଣେଶ ଦାସ ମହାପାତ୍ର,, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସେପଟେ କଡା ସୁରକ୍ଷା ମଧ୍ୟରେ ଜିଲ୍ଲା ଟ୍ରେଜେରୀରୁ ଶ୍ରୀମନ୍ଦିର ନୀତି ପ୍ରଶାସକ ରତ୍ନଭଣ୍ଡାରର ଚାବି ନେଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ଜିଲ୍ଲାପାଳ ଏବଂ ଏସପି ଲମ୍ବ ହୋଇ ମହାପ୍ରଭୁଙ୍କ ଶରଣ ପଶିଥିଲେ। ସକାଳ 10.55 ମିନିଟରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଭିତର ରତ୍ନଭଣ୍ଡାରକୁ ଅସ୍ଥାୟୀ ରତ୍ନଭଣ୍ଡାର ତଥା ଖଟଶେଜ ଘରୁ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ସ୍ଥାନାନ୍ତର ହୋଇଥିଲା। ସମୁଦାୟ 6ଟି ଆଲମିରାରେ ଥିବା ସମସ୍ତ ଅଳଙ୍କାରକୁ ମୂଳ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଚାଙ୍ଗଡା ଘରୁ ସମସ୍ତ ଅଳଙ୍କାରକୁ ବାହାର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ଚାରିଘଣ୍ଟା ପର୍ଯ୍ୟନ୍ତ ଏହି ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ସମସ୍ତ ଅଳଙ୍କାର ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବାପରେ ଏହା ବନ୍ଦ ହେବାସହ ଏହାର ଚାବିକୁ ଜିଲ୍ଲା ଟ୍ରେଜେରୀରେ ଦାଖଲ କରାଯାଇଥିଲା। ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାରର ଚାବି ଖୋଲାଯାଇ ପୁନଃ ବନ୍ଦ କରାଯାଇଥିଲା।

ସେପଟେ ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ମେଟାଲ୍ ଡିକ୍ଟେକ୍ଟର ସହ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ନମ୍ବର ଏସଓପି ବା ମାର୍ଗଦର୍ଶିକାକୁ ଅନୁପାଳନ କରାଯାଇଥିବା ବେଳେ ଆଜି ପ୍ରଥମେ ଭିତର ରତ୍ନଭଣ୍ଡାର ଓ ପରେ ବାହାର ଭଣ୍ଡାରକୁ ଅଳଙ୍କାର ସମସ୍ତ ସ୍ଥାନାନ୍ତର କରାଯାଇଥିଲା। ପୂର୍ବରୁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ 18 ଜୁଲାଇ 2024ରେ ଭିତର ଭଣ୍ଡାରରୁ କଢାଯାଇଥିବା ଅଳଙ୍କାର ସବୁକୁ 6ଟି ଆଲମିରା ଓ 6ଟି ଟ୍ରଙ୍କରେ ରଖାଯାଇଥିଲା। ଆଜି ସେସବୁକୁ ଅସ୍ଥାୟୀ ଭଣ୍ଡାରଘରୁ ସ୍ଥାୟୀ ଭଣ୍ଡାର ଘରକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସୁରକ୍ଷିତ ଭାବେ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ପାଇଁ ବ୍ୟବହୃତ ବାହାର ଭଣ୍ଡାରକୁ ଅସ୍ଥାୟୀ ଘରୁ ମଧ୍ୟ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟପଟେ ଅଳଙ୍କାର ସ୍ଥାନାନ୍ତରିତ ପ୍ରକ୍ରିୟାକୁ ସେବାୟତ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଗଣତିମଣତିକୁ ନେଇ ଉଠିଛି ପ୍ରଶ୍ନ। ତେବେ ଗଣତିମଣତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶକୁ ଅପେକ୍ଷା ରହିଥିବା ଆସନ୍ତା ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି କହିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button