ଦେଶ- ବିଦେଶ

LIC ର ନୂଆ କନ୍ୟାଦାନ ପଲିସି, ପ୍ରତ୍ୟକ ଦିନ ରଖନ୍ତୁ ୧୨୧ ଟଙ୍କା, ଝିଅ ବାହାଘରକୁ ପାଇବେ ୨୭ ଲକ୍ଷ…

ଘରେ ଯେତେବେଳେ ଝିଅଟିଏ ଜନ୍ମ ହୁଏ କିଛି ଲୋକ ଖୁସି ହୁଅନ୍ତି ତ କିଛି ଲୋକ ଚିନ୍ତାରେ ପଡିଯାଆନ୍ତି। ଝିଅ ଟିଏ ଜନ୍ମ ହେଉ ହେଉ ବାପା ମା ତାର ବିବାହକୁ ନେଇ ବହୁତ ଚିନ୍ତାରେ ପଡିଯାନ୍ତି। ଆଜିକାଲି ଯଦିଓ ସେଭଳି ଏତେ ଅସୁବିଧା ଦେଖିବାକୁ ମିଳୁନାହିଁ ଝିଅ ବାହାଘରରେ କିନ୍ତୁ ବାପା ମା ଙ୍କର ଏହା ଏକ ବଡ ଚିନ୍ତା ଥାଏ କି କେମିତି ଝିଅ ପାଇଁ କିଛି ସଞ୍ଚୟ କରିବେ ତାର ବାହାଘର ଯୌତୁକ ପାଇଁ। ଧନୀ ଓ ମଧ୍ୟମ ବର୍ଗର ଲୋକମାନଙ୍କ ଅପେକ୍ଷା ଗରିବ ଲୋକମାନେ ଅତି ଦୁଃଖର ସମ୍ମୁଖୀନ ହୁଅନ୍ତି ଝିଅଟିଏ ଜନ୍ମ ହେଲେ। କିନ୍ତୁ ଏବେ ସେସବୁ ପାଇଁ ଚିନ୍ତା କରିବା ଆଉ ଆବଶ୍ୟକ ନାହିଁ କାହିଁକି ନା ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଦେବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଖୁସିରେ ନାଚି ଉଠିବେ। ଆପଣ ମାନଙ୍କ ପାଇଁ LIC ନେଇ ଆସିଛି ଏକ ନୂଆ ପଲିସି  ଯାହାର ନାମ ହେଉଛି “କନ୍ୟାଦାନ ପଲିସି”।

ଏହି ଯୋଜନା  ୧୨୧ ଟଙ୍କା ପ୍ରତିଦିନ ହିସାବରେ ପାଖାପାଖି ୩୬୦୦ ଟଙ୍କା ମାସିକ ପ୍ରିମିୟମ୍ ରେ ଏହି ପ୍ଲାନ୍ ଆପଣଙ୍କୁ ମିଳିପାରେ । କିନ୍ତୁ ଯଦି ଆପଣ କମ୍ କିମ୍ବା ଅଧିକ ପ୍ରିମିୟମ୍  କରିବାକୁ ଚାହାଁନ୍ତି ତେବେ ମଧ୍ୟ କରିପାରିବେ । ଯଦି ପ୍ରତିଦିନ ୧୨୧ ଟଙ୍କା ଜମା କରୁଛନ୍ତି ତେବେ ୨୫ ବର୍ଷରେ ୨୭ ଲକ୍ଷ ଟଙ୍କା ଆପଣଙ୍କୁ ମିଳିବ । ଆଉ ଯଦି ପଲିସି ଅନ୍ତ ହେବା ପୂର୍ବରୁ ଆପଣଙ୍କ ମୃତ୍ୟୁ ଘଟିଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବାକୁ ପଡିବ ନାହିଁ ଏବଂ ତାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ବି ଦିଆଯିବ । ଏହାଛଡା ୨୫ ବର୍ଷ ସମ୍ପୁର୍ଣ୍ଣ ହେବା ପରେ ପଲିସିର ନୋମିନିକୁ ୨୭ ଲକ୍ଷ ଟଙ୍କା ମିଳିବ ।

ଏହି ପଲିସି ପାଇଁ ବୟସ ସୀମା :

ଏହି ପଲିସି ନେବା ପାଇଁ ଆପଣଙ୍କ ସର୍ବନିମ୍ନ ବୟସ ୩୦ ହେବା ଆବଶ୍ୟକ ଏବଂ କନ୍ୟାର ବୟସ ୧ ବର୍ଷ ହେବା ଆବଶ୍ୟକ । ୨୨ ବର୍ଷ ପ୍ରିମିୟମ୍ ଦେବାପରେ ୨୫ ବର୍ଷ ପରେ ଆପଣଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ ।

ପଲିସିର ନିୟମାବଳୀ ଗୁଡିକ ଉପରେ ଥରେ ନଜର ପକାନ୍ତୁ :

ପ୍ରତିଦିନ ୧୨୧ ଟଙ୍କା କିମ୍ବା ମାସିକ ୩୬୦୦ ଟଙ୍କା ଦେବାକୁ ହେବ ।

୨୨ ବର୍ଷ ପାଇଁ ପ୍ରିମିୟମ୍ ଦେବାକୁ ପଡିବ ।

ମଝିରେ ଯଦି ବୀମାଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବା ପାଇଁ ପଡିବ ନାହିଁ ।

ଝିଅକୁ ପଲିସିର ଅନ୍ୟ ବର୍ଷରେ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ ।

ପଲିସି ସମ୍ପୁର୍ଣ୍ଣ ହେବା ପରେ ନୋମିନିକୁ ମିଳିବ ୨୭ ଲକ୍ଷ ଟଙ୍କା ।

ଏହି ପଲିସି କମ୍ କିମ୍ବା ଅଧିକ ପ୍ରିମିୟମ୍ ର ମଧ୍ୟ ନେଇହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button