ଜ୍ୟୋତିଷ

ମଙ୍ଗଳଦୋଷ ଦୂର କରିବା ପାଇଁ କରନ୍ତୁ ଏହିସବୁ ଉପାୟ

ମଙ୍ଗଳଦୋଷ ରହିଥିବା ବ୍ୟକ୍ତି ବିବାହ କରିବାକୁ ଚାହୁଁଥିଲେ ମଧ୍ୟ କୌଣସି ନା କୌଣସି ଅସୁବିଧା କାରଣରୁ ବାଧା ଉପୁଜିବା କାରଣରୁ ହୋଇପାରେ ନାହିଁ। ମଙ୍ଗଳଦୋଷ ଏକ ବିରାଟ ସମସ୍ୟା। କେତେ ଜଣଙ୍କ ଜାତକରେ ଏହି ଦୋଷ ରହିଥିବାର ଦେଖାଯାଏ। ଏହି ଦୋଷ ବିଶିଷ୍ଟ ଲୋକମାନେ ଅନେକ କ୍ଷେତ୍ରରେ ହଇରାଣ ହୁଅନ୍ତି। ବିବାହ କାର୍ଯ୍ୟରେ ବିଳମ୍ବ ହେବା ଏହି ଦୋଷର ଏକ ପ୍ରମୁଖ ଲକ୍ଷଣ ଅଟେ।

ଏହା ଯୋଗୁଁ ଆହୁରି ଅନେକ ଅସୁବିଧାମାନ ମଧ୍ୟ ଦେଖାଯାଏ। ତେବେ ଏହି ଦୋଷରୁ ବାହାରିବା ପାଇଁ ଆମକୁ କିଛି କାମ କରିବାକୁ ହେଇଥାଏ। ସେହିସବୁ କାମ ଗୁଡିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।ଆସନ୍ତୁ ଜାଣିବା।

୧- ଆଉ ମଧ୍ୟ ନିଜ ଶୋଇବା ଘରେ ଲାଲ କପଡ଼ାରେ ପାନମଧୁରୀ ବାନ୍ଧି ଥୋଇଲେ ଏହି ସମସ୍ୟା ଦୂର ହୋଇଥାଏ। ଏହା ସହ ଲାଲ ପଥରକୁ ନିଜ ଘରେ ସ୍ଥାପନା କରି ପୂଜା କରିଲେ ଏହି ଦୋଷରୁ ମୁକ୍ତି ମିଳିପାରିଥାଏ।

 

୨- ମଙ୍ଗଳଦୋଷ ଦୂର କରିବା ପାଇଁ ଆଉ ଗୋଟିଏ ଉପାୟ ହେଉଛି ଯେ, ନିଜ ପ୍ରିୟ ତଥା ପରିବାର ଲୋକଙ୍କୁ ମିଠା ଖାଇବାକୁ ଦିଅନ୍ତୁ। ଏହା ସହ ମଙ୍ଗଳବାର ଦିନ ଗୋଟିଏ ଲାଲ କପଡ଼ାରେ ଦୁଇ ମୁଠା ମସୁର ଡାଲି ବାନ୍ଧି ଭିକାରୀଙ୍କୁ ଦାନ କରିଦିଅନ୍ତୁ।

 

୩-  ମଙ୍ଗଳଦୋଷ ଦୂର କରିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଭଗବାନ ହନୁମାନଙ୍କୁ ସନ୍ତୁଷ୍ଟ କରନ୍ତୁ। ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରନ୍ତୁ। ତାଙ୍କ ସିନ୍ଦୁରକୁ ଆଣି ମୁଣ୍ଡରେ ଟୀକା କରି ଲଗାନ୍ତୁ। ଏହାସହ ଏହି ଦିନରେ ମାଙ୍କଡ଼ମାନଙ୍କୁ ଗୁଡ଼ ଏବଂ ଚଣା ଖାଇବାକୁ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button