ସ୍ୱାସ୍ଥ୍ୟ

ସିଜେରିୟନ ଡେଲିଭରି ସାଇଡ ଇଫେକ୍ଟ : ସୁବିଧା ନାଁରେ ସିଜେରିୟନ ରାସ୍ତା ମା ଓ ଶିଶୁଙ୍କ ଶରୀର ପାଇଁ ହାନିକାରକ ଅଟେ

ସିଜେରିୟନ ଡେଲିଭରି ସାଇଡ ଇଫେକ୍ଟ ର ଅନୁସନ୍ଧାନ ଅନୁସାରେ ସିଜେରିୟନ ଶିଶୁ ଓ ନର୍ମାଲ ଶିଶୁ ମଧ୍ୟ ରେ ବହୁତ ଭିନ୍ନତା ଥାଏ । ବେବସ୍ଥା ଯାହାବି ହେଇଥାଉନା କାହିଁକି ତାର ଭଲ ଓ ଖରାପ ପ୍ରଭାବ ରହିଥାଏ । ସିଜେରିୟନ ମାନେ ଅପ୍ରେସନ ଦ୍ଵାରା ଶିଶୁ ଜନ୍ମ ହୁଅନ୍ତି, ଏହି ଅପ୍ରେସନ ର ହାନି ମା ଓ ଶିଶୁ ଦୁହିଁଙ୍କୁ ସହିବାକୁ ପଡେ । କିଛି ଦିନ ପୂର୍ବରୁ ଏକ ଅଧ୍ୟୟନ ରେ ଜଣାପଡିଛି କି ଏହି ଡେଲିଭରି ଦ୍ଵାରା ମା ଓ ଛୁଆ ଉପରେ ଖରାପ ପ୍ରଭାବ ପଡୁଛି ।

କୁହାଯାଉଛି କି ଏହି ଉପାୟ ସମୟ ଅନୁସାରେ ଲୋକଙ୍କ ମଧ୍ୟ ରେ ଭରସା ଦେଇଅଛି । ବାଧ୍ୟ ରେ ଆପଣେଇଥିବା ଏହି ବିକଳ୍ପ ଲୋକଙ୍କ ମଧ୍ୟ ରେ ଲୋକପ୍ରିୟ ହୋଇଯାଇଅଛି ।

୩୨ ପ୍ରତିଶତ ଶିଶୁଙ୍କ ଜନ୍ମ ସିଜରିୟନ ଦ୍ଵାରା ହେଉଅଛି :

ଆମେରିକା ରେ ସିଜେରିୟନ ପ୍ରସବ ଅତ୍ୟଧିକ ବଢିବା କାରଣରୁ ସେଠାର ସରକାର ହଇରାଣ ହୋଇ ଜନତାଙ୍କୁ ଜାଗୃତ କରିବା ପାଇଁ ଏକ ଅଭିଯାନ ଚଲାଇଲେ, କିନ୍ତୁ ଏହି ଅଭିଯାନ ପରେ ବି ସିଜେରିୟନ ରେ କିଛି କମ ହୋଇନାହିଁ । ୨୦୧୭ ରେ ୩୨ ପ୍ରତିଶତ ଶିଶୁଙ୍କ ଜନ୍ମ ସିଜେରିୟନ ଦ୍ଵାରା ହୋଇଥିଲା ।

ଏକ ଅଧ୍ୟୟନ ରୁ ଜଣାପଡିଛି କି ସିଜେରିୟନ ଦ୍ଵାରା ଶିଶୁ ଓ ମା ଦୁହିଁଙ୍କର ସ୍ୱାସ୍ଥ୍ୟ ଖରାପ ହେଉଛି, ଏହାର ଖରାପ ପ୍ରଭାବ ସଙ୍ଗେ ସଙ୍ଗେ ହେଇପାରେ ନହେଲେ ସମୟ ବି ଲାଗିପାରେ । କିଛି ସମୟ ପୂର୍ବେ ଏକ ଅଧ୍ୟୟନ ରେ ସାମ୍ନାକୁ ଆସିଆଛିକି ସିଜେରିୟନ ଦ୍ଵାରା ଜନ୍ମ ଛୁଆର ମସ୍ତିସ୍କ ବିକାସ ହେଉନାହିଁ ।

ଅଟିଜ୍ମ ର ବିପଦ ବଢି ଥାଏ :

ଜାମା ନେଟୱର୍କ ଓପନ ରେ ଛପା ହୋଇଥିବା ଏକ ଅଧ୍ୟୟନ ଅନୁସାରେ ସିଜରିନ ଓ ସାମାନ୍ୟ ପ୍ରସବ ଶିଶୁଙ୍କ ମଧ୍ୟ ରେ ବହୁତ ପ୍ରକାର ଅନ୍ତର ଦେଖିବାକୁ ମିଳିଥାଏ, ଏହାର କେତୋଟି ପିଲା ଆଗକୁ ଯାଇ ମାନସିକ ବୀକାଶ ରେ ହଇରାଣ ହୁଅନ୍ତି । ସୂଚନା ଅନୁସାରେ ଜଣା ପଡିଛି କି ସିଜେରିୟନ ପିଲାଙ୍କ ଉପରେ ୩୩ ପ୍ରତିଶତ ଅଟିଜ୍ମ ର ବିପଦ ବଢି ଯାଇଥାଏ ।

ଏହା ଛଡା ଅଟେଂଶନ ଡିଫିସିଟ୍ ଡିସଆର୍ଡର (ଏଡୀଡୀ)  ର ୧୭ ପ୍ରତିଶତ ବିପଦ ବଢି ଥାଏ, ଏଡୀଡୀ ଡିସଆର୍ଡର ଗ୍ରସ୍ତ ଛୁଆ କୌଣସି କାମ ରେ ଧ୍ୟାନ ଦେଇପାରନ୍ତିନୀ । ବୈଜ୍ଞାନିକ ଅନୁଯାଇ ସାମାନ୍ୟ ପ୍ରଶବ ସମୟ ରେ ନବଜାତ ଶିଶୁ କୁ ନିଜ ମା ଠାରୁ କେତେ ପ୍ରକାର ବ୍ୟକ୍ଟେରିଆ ମିଳିଥାନ୍ତି ଯାହା ତାକୁ ସବୁ ରୋଗ ଏବଂ ଶାରୀରିକ ଭଲ ପାଇଁ ହୋଇଥାଏ କିନ୍ତୁ ସିଜେରିୟନ ଶିଶୁ କୁ ଏହି ବେକ୍ଟେରିଆ ମିଳନ୍ତି ନାହିଁ ଯାହା ପାଇଁ ସେ ମାନସିକ ଶାରୀରିକ ସ୍ତର ରେ ସୁସ୍ଥ ରହିପାରେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button