ମନୋରଞ୍ଜନ

ସୁଟିଙ୍ଗ କରୁଥିବା ସମୟରେ ଛଟପଟ ହୋଇ ଏହି ଅଭିନେତାଙ୍କର ହେଲା ମୃତ୍ୟୁ- କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବଲୀଉଡ ରେ ଏମିତି କେତେ କଳାକାର ଥିବେ ଯିଏ ନିଜ ଅଭିନୟ ମାଧ୍ୟମ ରେ ଲୋକଙ୍କ ମନରେ ଘର କରିଥିବେ, ଆଜି ଆମେ ଏମିତି ଏକ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏବେ ଆମମାନଙ୍କ ଗହଣରେ ନାହାନ୍ତି । କିନ୍ତୁ ଏହି କଳାକାର କୁ କେହି ଭୁଲି ପାରିନାହାନ୍ତି । ତେବେ ଆପଣମାନେ ଜାଣି ଦୁଃଖି ହେବେ କି ଏହି କଳାକର ଜଣଙ୍କ କାମ କରିଥିବା ସମୟରେ ହିଁ ବହୁତ କଷ୍ଟ ପାଇ ମୃତ୍ୟୁ ବରଣ କରିଛନ୍ତି ।

ଆସନ୍ତୁ ଜାଣିବା କେମିତି ହେଲା ଏହି ଦିଗଜ କଳାକାରଙ୍କର ଦୁଃଖଦ ମୃତ୍ୟୁ ।

ଆମେ କଥା ହେଉଛୁ ଫିଲ୍ମ ଜଗତର କଳାକାର ରାଜେଶ ବିବେକଙ୍କ ବିଷୟରେ । ସବୁପ୍ରକାର ର ଅଭିନୟ କରୁଥିବା ରାଜେଶ ବିବେକଙ୍କୁ ଲୋକେ ତାଙ୍କ ଦମଦାର ଆବାଜ ରୁ ବି ଚିହ୍ନିଛନ୍ତି ।

୩୧ ଜାନୁଆରୀ ୧୯୪୯ ମସିହାରେ ଜନ୍ମ ହୋଇଥିବା ରାଜେଶ ବିବେକଙ୍କୁ ପ୍ରାରମ୍ଭ ରେ ଫିଲ୍ମ ଜଗତ ରେ ବହୁତ ସଂଘର୍ଷ କରିବାକୁ ପଡିଥିଲା କିନ୍ତୁ ସେ ନିଜ ଦୃଢ ବିଶ୍ବାସ ସହ କାମ ଖୋଜିଥିଲେ ଏବଂ ତାଙ୍କ କଷ୍ଟର ଫଳ ଅନୁଯାଇ ତାଙ୍କୁ ମହାଭାରତ ରେ ଶ୍ରୀ ବେଦ ବ୍ୟାସଙ୍କର ଅଭିନୟ ପ୍ରାପ୍ତ ହେଲା । ଯାହାକୁ ସେ ନିଷ୍ଠାର ସହ ପୂର୍ଣ୍ଣ କଲେ ଏବଂ ଏହା ପରେ ତାଙ୍କୁ କେତେ ଫିଲ୍ମ ଅଫର ମଧ୍ୟ ଆସିଲା ।

ଏହା ପରେ ରାଜେଶ ବିବେକ କେତେକ ବଲୀଉଡ ଫିଲ୍ମ ରେ କାମ କଲେ । ରାଜେଶ ବିବେକଙ୍କଙ୍କୁ ତାଙ୍କର ଅସଲ ସଫଳତା ଫିଲ୍ମ “ବିରାନା” ର ଏକ ବୁଢା ତାନ୍ତ୍ରିକ ଭୂମିକାରେ ଅଭିନୟ କରି ମିଳିଲା । ସେହିଭଳି “ଲଗାନ” ଫିଲ୍ମରେ ଜ୍ୟୋତିଷ ହୋଇ ସେ ସାନଦାର କାମ କଲେ ଯାହା ପରେ ରାତା ରାତି ସେ ଏକ ବଡ ଷ୍ଟାର ହୋଇଗଲେ ।

୧୪ ଜାନୁଆରୀ ୨୦୧୬ ରେ ରାଜେଶ ବିବେକ ଏକ ଫିଲ୍ମ ର ଶୁଟିଙ୍ଗ କରୁଥିଲେ, ସେହି ସମୟ ରେ ହଟାତ ତାଙ୍କ ଛାତି ରେ କଷ୍ଟ ହେଲା ଏବଂ ସେ ପଡିଗଲେ ଏବଂ କଷ୍ଟରେ ଛଟପଟ ହେବାକୁ ଲାଗିଲେ, ଯାହା ପରେ ତାଙ୍କୁ ହସ୍ପିଟାଲ ନିଆ ଗଲା କିନ୍ତୁ ସେଠି ଏହି ମାହାନ କଳାକାର ସବୁଦିନ ପାଇଁ ନିଜର ଆଖି ବୁଜିଦେଲେ । ରାଜେଶ ବିବେକ ନିଜ ଅଭିନୟ ଦ୍ଵାରା ଏହି ଫିଲ୍ମ ଦୁନିଆକୁ ଅଭିନୟ ର ଏକ ନୂଆ ପାଠ ପଢେଇଗଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button