ଜ୍ୟୋତିଷ

ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ପରେ କରନ୍ତୁ ଏହି ଭଗବାନଙ୍କର ପୂଜା, ଦୁର୍ଭାଗ୍ୟ ଆପଣଙ୍କର କିଛି ବି କରି ପାରିବନି

ସୂର୍ଯ୍ୟଦେବ ତେଜସ୍ଵୀ ଅଟନ୍ତି। କୁହାଯାଏ କି ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରି ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ସେହି ବ୍ୟକ୍ତିର ଭାଗ୍ୟରେ କିଛି କ୍ଷତି ହୁଏ ନାହିଁ। ସୂର୍ଯ୍ୟଦେବଙ୍କ ତେଜରେ ଯେତେ ଖରାପ ଦୁର୍ଭାଗ୍ୟ ହୋଇଥିଲେ ମଧ୍ୟ ଭାଗ୍ୟ ପରିବର୍ତ୍ତନ ହୁଏ। ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବାକୁ ହେଲେ ପ୍ରତ୍ୟେକ ରବିବାର ଦିନ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ପାଣି ଚଢାନ୍ତୁ। ଯଦି ଆପଣ ଏହିପରି କରୁଛନ୍ତି କିନ୍ତୁ କିଛି ଲାଭ ମିଳୁ ନାହିଁ ଓ ଅଧିକ କ୍ଷତି ସହିବାକୁ ପଡୁଛି ତେବେ ଜାଣିବାକୁ ହେବ ଯେ ଆପଣ ସଠିକ୍ ଉପାୟରେ ତାହା କରୁ ନାହାନ୍ତି।

ବହୁତ କମ୍ ଲୋକ ଏହା ଜାଣିଛନ୍ତି ଯେ ସୂର୍ଯ୍ୟଦେବଙ୍କୁ ପାଣି ଚଢେଇବା ପରେ ଶନିଦେବଙ୍କୁ ପୂଜା କରିଲେ ବହୁତ ଲାଭକାରୀ ହୁଏ। ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ପାଣି ଚଢେଇବା ସମୟରେ ସାବଧାନ ପୂର୍ବକ କେଉଁ ଉପାୟରେ କରିବା ଉଚିତ୍ ।

ପ୍ରତ୍ୟେକ ରବିବାର ଦିନ ସ୍ନାନ କରି ଖାଲି ପାଦରେ ସୂର୍ଯ୍ୟଦେବଙ୍କୁ ପାଣି ଚଢାନ୍ତୁ। ଯଦି ସୂର୍ଯ୍ୟ ଉଦୟ ସମୟରେ ଏହା କରୁଥାନ୍ତି ତେବେ ବହୁତ ଲାଭ ମିଳିଥାଏ। ପାଣି ଚଢେଇବା ସମୟରେ ନିଜ ମନରେ କୌଣସି ଖରାପ ବିଚାର ଆଣନ୍ତୁ ନାହିଁ ବା ଅନ୍ୟ କିଛି କଥା ନ ଭାବି ପାଣି ଚଢାନ୍ତୁ। ପରେ ସେହି ସ୍ଥାନରେ ୭ଥର ସୂର୍ଯ୍ୟଦେବଙ୍କ ନାମ ଧରି ପରିକ୍ରମା କରନ୍ତୁ ଓ ନିମ୍ନ ମନ୍ତ୍ରକୁ ଜପ କରିବାକୁ ହେବ। ମନ୍ତ୍ର –

ଓଁ  ସୂର୍ଯ୍ୟଦେବଂ ନମସ୍ତେ ସ୍ତୁ  ଗୃହାଣଂ କରୁଣା କରଂ।

ଅରଘ୍ୟଂ ଚ ଫଳଂ ସଂଯୁକ୍ତ ଗନ୍ଧ ମାଲ୍ୟାକ୍ଷତୈ ଯୁତମ୍।

ସୂର୍ଯ୍ୟଦେବଙ୍କୁ ପାଣି ଚଢେଇବା ପରେ ଶନିଦେବଙ୍କୁ ପୂଜା କରନ୍ତୁ :

ପ୍ରାଚୀନକାଳରୁ ମାନ୍ୟତା ଅନୁସାରେ ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଅଟନ୍ତି। ଯଦି ସୂର୍ଯ୍ୟଦେବଙ୍କୁ ପାଣି ଚଢେଇବା ପରେ ଶନିଦେବଙ୍କୁ ପୂଜା କରନ୍ତି ତେବେ ବହୁତ ଲାଭ ମିଳିଥାଏ। ଗ୍ରହ ଦୋଷ ଦୂର କରିବା ପାଇଁ ଶନିଦେବଙ୍କୁ ପୂଜା କରିଲେ ଦୋଷ ଦୂର ହୋଇଥାଏ ବୋଲି ସମସ୍ତେ ଜାଣିଥାନ୍ତି। ସେହିପରି ସୂର୍ଯ୍ୟଦେବ ଭାଗ୍ୟକୁ ପରିବର୍ତ୍ତନ କରନ୍ତି। ତେଣୁ  ସୂର୍ଯ୍ୟଦେବଙ୍କୁ ପାଣି ଚଢେଇବା ପରେ ଶନିଦେବଙ୍କୁ ପୂଜା କରିଲେ ଗ୍ରହ ଦୋଷ ଖଣ୍ଡନ ହୋଇ ଭାଗ୍ୟ ପରିବର୍ତ୍ତନ ହୁଏ। ସେଥିପାଇଁ ଶନିଦେବଙ୍କୁ ସୋରିଷ ତେଲରେ ଦୀପ ପ୍ରସ୍ତୁତ କରି ଜାଲନ୍ତୁ ଓ ଆଳତି କରନ୍ତୁ।

ଆପଣ ରବିବାର ଦିନ ବ୍ରତ ପାଳନ କରି ଏହି ପୂଜା କରୁଛନ୍ତି, କିନ୍ତୁ  ଏହାକୁ ସବୁଦିନ ମଧ୍ୟ କରିପାରିବେ।  ଯଦି ଆପଣ ବିଶେଷ ରୂପରେ ଏହି ପୂଜା କରିବେ ତେବେ ସୂର୍ଯ୍ୟଦେବ ନିଶ୍ଚିତ ପ୍ରସନ୍ନ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button