ଦେଶ- ବିଦେଶ

ଚୁଡ଼ି ବିକି ଦାନ କଲେ ୧ଲକ୍ଷ ୩୮ହଜାର ଟଙ୍କା – ଟିଭିରେ ସହିଦଙ୍କ ପାର୍ଥିବ ଶରୀରକୁ ଦେଖି ଗୋଟେ ସ୍କୁଲର ପ୍ରିନ୍ସିପାଲ୍ କଲେ ଏମିତି, ପଢନ୍ତୁ ପୁରା ଖବର

ଗତ ମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କୁ ବହୁତ ଲୋକ କିଛି ନା କିଛି ଦାନ ଦାନ କରିଛନ୍ତି ନିଜ ସାମର୍ଥ୍ୟ ଅନୁସାରେ । କିନ୍ତୁ ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ସେହି ଯବାନଙ୍କୁ ନିଜର ଚୁଡି ବିକି କରିଛନ୍ତି ଦାନ । ତେବେ ଘଟଣାଟି ହେଲା ଉତ୍ତର ପ୍ରଦେଶର ବରେଲିର ଏକ ପ୍ରାଇଭେଟ୍ ସ୍କୁଲର ପ୍ରିନ୍ସିପାଲ୍ ନିଜର ସୁନା ଚୁଡ଼ି ବିକ୍ରି କରି ପାଖାପାଖି ୧ଲକ୍ଷ ୩୮ହଜାର ଟଙ୍କାର ରାଶି ସହିଦଙ୍କ ପରିବାରକୁ ସହାୟତା ପାଇଁ ଦାନ କରିଛନ୍ତି ।

କିରଣ ଝାଗଓ୍ବାଲ ଏକ ପ୍ରାଇଭେଟ୍ ସ୍କୁଲର ପ୍ରିନ୍ସିପାଲ୍ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ୪୦ଜଣ ସିଆରପିଏଫ ଯବାନଙ୍କ ପରିବାରକୁ ୧ଲକ୍ଷ ୩୮ହଜାର ଟଙ୍କା ସହାୟତା  ପ୍ରଦାନ କରିଛନ୍ତି । ସେ କହିଲେ ଯେତେବେଳେ ସହିଦଙ୍କ ପାର୍ଥିବ ଶରୀର ଦେଖି ସହିଦଙ୍କ ସ୍ତ୍ରୀଙ୍କୁ କାନ୍ଦୁଥିବାର ସେ ଟିଭିରେ ଦେଖିଥିଲେ ସେତେବେଳେ ତାଙ୍କୁ ବହୁତ ଦୁଃଖ ଲାଗିଥିଲା । ସେହି ସମୟରେ ସେ ତାଙ୍କ ସୁନାକୁ ବିକି ତାଙ୍କୁ କିଛି ଆର୍ଥିକ ସହାୟତା କରିବା ପାଇଁ ମନସ୍ଥ କରିଥିଲେ । ଏହି ସୁନାକୁ ବିକି ଯେତିକି ଟଙ୍କା ମିଳିଥିଲା ତାକୁ ସେ ପୁଲଓ୍ବାମାରେ ହୋଇଥିବା ଯବାନଙ୍କ ପରିବାର ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇ ଦେଇଥିଲେ।

ସେ ଏମିତି ବି କହିଥିଲେ କି ଆମ ଦେଶର ଜନସଂଖ୍ୟା ଯେତିକି ଯଦି ସବୁ ପରିବାର ନିଜ ତରଫରୁ ଏକ ଟଙ୍କା ବି ଦାନ କରନ୍ତି ତେବେ ସହିଦଙ୍କ ପରିବାର ଲୋକଙ୍କ ପାଇଁ ବହୁତ ଟଙ୍କା ଜମା ହୋଇଯିବ। ଏମିତି କରିବାକୁ ସେ ସବୁ ପରିବାରକୁ ନିବେଦନ ମଧ୍ୟ କରିଥିଲେ । ସେ କହିଛନ୍ତି ଯେଉଁ ଚୁଡ଼ି ସେ ସହିଦଙ୍କ ପରିବାରକୁ ଦାନ କଲେ ଏହା ତାଙ୍କ ବାପା ତାଙ୍କୁ ଦେଇଥିଲେ । ସେ ନିଜ ସ୍କୁଲରେ ୨ମିନିଟ୍ ନିରବ ହୋଇ ଶୋକ କରିଥିଲେ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହିଭଳି କେତେ ଲୋକଙ୍କ ପାଇଁ ଆଜିବି ଆମ ଦେଶ ଗର୍ବିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button