ଦେଶ- ବିଦେଶ

Attractive ଦେଖାଯିବା ପାଇଁ ମହିଳା ମାନଙ୍କୁ କେଉଁ କ୍ଷେତ୍ରରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ…

ପୁଅ ହେଉ ଅବା ଝିଅ ନିଜକୁ ସୁନ୍ଦର ଓ ଆଟ୍ରାକଟିଭ କରି ରଖିବାକୁ କିଏ ଅବା ଇଛା କରିନଥାଏ । ହେଲେ ବିଶେଷ କରି ଆମେ ଏଠାରେ ଝିଅ ମାନଙ୍କ କଥା କହିବା ପାଇଁ ଯାଉଛୁ । ଝିଅ ମାନେ ନିଜକୁ କିଭଳି ମେଣ୍ଟେନ କରି ରଖିବା ଦ୍ଵାରା ବିଉଟିଫୁଲ୍ ଓ ଆଟ୍ରାକଟିଭ ଦେଖା ଯାଇଥାନ୍ତି । ସେହିସବୁ ଉପରେ ଚାଲନ୍ତୁ ବିସ୍ତାର ଭାବେ ଆଲୋଚନା କରିବା । ବହୁତ ଲୋକଙ୍କୁ ଲାଗେ, ଯେ ସେମାନେ ଯଦି ସୁନ୍ଦର ଥିବେ। ତେବେ ଯାଇ ସେମାନେ ଅନ୍ୟ ମାନଙ୍କ ଆଗରେ ଆକର୍ଷଣର କେନ୍ଦ୍ର ହୋଇପାରିବେ ।

 

ହେଲେ ଖାଲି ରୂପରୁ ସୁନ୍ଦର ଥିଲେ, କେହି ଆଟ୍ରାକଟିଭ ଲାଗନ୍ତି ନାହିଁ । ଯଦି ଝିଅ ମାନଙ୍କ ପାଖରେ ଏହି କ୍ଵାଲିଟି ରହିଥାଏ । ତେବେ ଯାଇ ସେହି ଝିଅ ମାନଙ୍କୁ ବହୁତ ଲୋକ ପସନ୍ଦ କରନ୍ତି । ଝିଅ ମାନଙ୍କୁ ଅନ୍ୟ ଲୋକ ମାନଙ୍କ ଆଟ୍ରାକଟିଭ ଦେଖାଯିବାର ପ୍ରଥମ ଗୁଣ ହେଉଛି ସିମ୍ପଲସିଟି । ଯେଉଁ ଝିଅ ମାନେ ନିଜ ବିଷୟରେ ଅନ୍ୟ ଆଗରେ ବଢେଇକି କିଛି କହିନଥାନ୍ତି । ସେମାନେ ଯାହା ଅନ୍ୟ ଆଗରେ ସେଇଟା ହିଁ ପ୍ରକାଶ କରିଥାନ୍ତି । ନିଜର ଜ୍ଞାନ ବା ଧନ କୌଣସି କଥାକୁ ନେଇ ଘମଣ୍ଡ କରିନଥାନ୍ତି । ସେମାନଙ୍କ ପାଖରେ ଥିବା ଏହି ସିମ୍ପଲସିଟି ଗୁଣ ବହୁ ଲୋକଙ୍କୁ ତାଙ୍କ ପାଖକୁ ଆକର୍ଷଣ କରିଥାଏ ।

ଦିତୀୟରେ ନିଜ ବିଷୟରେ ଆପଣ ଯେତେ ପଜିଟିଭ ଥିଙ୍କିଙ୍ଗ ରଖିବେ । ନିଜର କମିୟାକୁ ନଜର ଅନ୍ଦାଜ କରି ନିଜ ଗୁଣ ଉପରେ ଅଧିକ କାମ କରିବାକୁ ଚେଷ୍ଟା କରିବେ । ଏଥିସହ ନିଜର ଭାବନାକୁ ସକାରାତ୍ମକ କରି ରଖିବା ସହ ଅନ୍ୟ ପାଇଁ ମଧ୍ୟ ପ୍ରେରଣା ପାଲଟନ୍ତୁ । ଅନ୍ୟ ମାନଙ୍କୁ ନିଜର ଭଲ ଭାବନା ଦ୍ଵାରା ତାଙ୍କ କାମରେ ତାଙ୍କୁ ଏନକରେଜ କରାନ୍ତୁ । ତେବେ ଆପଣ ମଧ୍ୟ ଅନ୍ୟର ପସନ୍ଦ ଲିଷ୍ଟରେ ସାମିଲ ହୋଇପାରିବେ ।

 

ତୃତୀୟରେ ଆପଣଙ୍କର ପରିସ୍ଥିତି ଯାହା ବି ରହିଥାଉ । ହେଲେ ନିଜ ମୁହଁରେ ସବୁ ସମୟରେ ସ୍ମାଇଲ ରଖିବାକୁ ଚେଷ୍ଟା କରନ୍ତୁ । କାରଣ ଆପଣ ଯଦି ନିଜ ମୁହଁରେ ସ୍ମାଇଲ ରଖିବେ । ତେବେ ଆପଣ ଅନ୍ୟ ମାନଙ୍କ ସହ ଫ୍ରେଣ୍ଡେଲି ହୋଇ ଚଳିବା ସହ ନିଜ ମଧ୍ୟରେ ଏକ କନଫିଡେନ୍ସ ମଦ୍ୟ ଆଣି ପାରିବେ ।

ଚତୁର୍ଥରେ ନିଜର ବସିବା ଠାରୁ ଚାଲିବା ପର୍ଯ୍ଯନ୍ତ ସବୁଥିରେ ପରଫେକ୍ଟ ହୋଇ ରହିବା ଉଚିତ । ଯେମିତି ଅନ୍ୟଙ୍କ ଆଗରେ ଆପଣ ହାସ୍ୟର ପାତ୍ର ହେବେନି । ଆପଣ ନିଜର କୁଲ୍ ଅନ୍ଦାଜରେ ବିନ୍ଦାସ୍ ହୋଇ ବଞ୍ଚିବା ଶିଖନ୍ତୁ । ପଞ୍ଚମରେ ଏଭଳି ପୋଷାକ ପିନ୍ଧନ୍ତୁ । ଯେଉଁ ପୋଷାକ ମହଙ୍ଗା ନହେଲେ ଚଳିବ ହେଲେ, ଆପଣଙ୍କ ଉପରେ ସେହି ପୋଷାକ ଫିଟ୍ ହୋଇ ରହିବା ସହ ଆପଣଙ୍କୁ ବହୁତ ଭଲ ଏକ ଲୁକ୍ ଦେଉଥିବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button