ଜ୍ୟୋତିଷ

ଯଦି ଏମିତି କିଛି ଘଟୁଛି ଆପଣଙ୍କ ସହିତ, ତେବେ ଜାଣି ନିଅନ୍ତୁ ଭାଗ୍ୟ ଆପଣଙ୍କ ସହିତ ନାହିଁ

କୌଣସି ବି ବ୍ୟକ୍ତି କେବେ ଖରାପ ପରିସ୍ଥିତିରେ ରହିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ଚାହିଁବା ନ ଚାହିଁବା ଉପରେ ନିର୍ଭର କରେ ନାହିଁ । ଜଣେ ବ୍ୟକ୍ତିର ବର୍ତ୍ତମାନର ସ୍ଥିତି ଦେଖି ଆରାମରେ କହିହେବ ଯେ, ସେହି ବ୍ୟକ୍ତିଙ୍କର ଭାଗ୍ୟ ତାଙ୍କ ସହିତ ଅଛି କି ନା? ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଏକ ନୀତିରେ କହିଛନ୍ତି ଯେ, ଯଦି ବ୍ୟକ୍ତିଙ୍କ ଜୀବନରେ ତିନୋଟି ଜିନିଷ ହୁଏ ତେବେ ଜାଣି ରଖିବା ଦରକାର ସେହି ବ୍ୟକ୍ତିଙ୍କ ଭାଗ୍ୟ ତାଙ୍କ ସହ ନାହିଁ ଏବଂ ତାଙ୍କର ଖରାପ ସମୟ ଆରମ୍ଭ ହେଇପାରେ ।

ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କର କହିଥିବା ଏହି ନୀତି ବିଷୟରେ ।

 

୧- ପ୍ରଥମ କଥା ।  

 

ଚାଣକ୍ୟ କୁହନ୍ତି ଯେ, ଯଦି କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ମହିଳାଙ୍କର ଜୀବନସାଥୀ ତାଙ୍କୁ ଛାଡି ପରଲୋକକୁ ଚାଲିଯାନ୍ତି ତେବେ ଏହା ସେହି ବ୍ୟକ୍ତିଙ୍କ ପାଇଁ ଦୁର୍ଭାଗ୍ୟ ହେଇଥାଏ । କାରଣ ମଣିଷର ଏହି ସମୟରେ ତା ସହ ତାର ଜୀବନ ସାଥୀ ରହିବା ଏକାନ୍ତ ଆବଶ୍ୟକ ।

୨- ଦ୍ୱିତୀୟ କଥା ।

 

ଯଦି ଜଣେ ବ୍ୟକ୍ତିଙ୍କର କଷ୍ଟ ଅର୍ଜିତ ଧନ ଶତ୍ରୁ ହାତରେ ପଡ଼ିଯାଏ ତେବେ ଏହା ଦୁର୍ଭାଗ୍ୟର ପ୍ରତୀକ ହୋଇଥାଏ । ଏହା ଆର୍ଥିକ ଅବନ୍ନତି ସହ ଅନେକ କ୍ଷତି ହୋଇଥାଏ ।

୩- ତୃତୀୟ କଥା ।

 

ଯଦି ଜଣେ ପର ଘରେ ଦାସ ହେଇରହେ ତେବେ ଏହା ସେହି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟର କଥା ହୋଇଥାଏ । ପର ଘରେ ରହିବା ଦ୍ୱାରା ନିଜ ଇଚ୍ଛାର ମୃତ୍ୟୁ ଘଟିଥାଏ ଏବଂ ପ୍ରତି କଥାରେ ଅନ୍ୟର ଅନୁମତି ନେବାକୁ ପଡିଥାଏ । ଏହା ପୁରୁଷମାନଙ୍କ ପାଇଁ ଏକ ଅଭିଶାପ ବୋଲି ଚାଣକ୍ୟ କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button