ଜ୍ୟୋତିଷ

ଶ୍ରାବଣ ମାସରେ କରନ୍ତୁ ନାହିଁ ଏହି 8ଟି ଭୁଲ୍, ହେବ ଭୟଙ୍କର ସର୍ବନାଶ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ସର୍ବ ଶ୍ରେଷ୍ଠ ମାସ ବୋଲି କୁହାଯାଇଥାଏ । ଓ ବହୁତ ପବିତ୍ର ମାସ ଭାବେ ବର୍ଣ୍ଣିତ ଅଛି । ଏମିତି ମାନ୍ୟତା ଅଛି ଏହି ମାସରେ ମହାଦେବଙ୍କ ପୂଜା ଅର୍ଚ୍ଚନା ବା ଅଭିଷେକ କରିଥାନ୍ତି ତାଙ୍କର ସବୁ ଇଚ୍ଛା ପୂରଣ ହୁଏ । ଏହି କାରଣରୁ ସବୁ ଶିବ ମନ୍ଦିର ମାନଙ୍କରେ ଏହି ମାସରେ ଭିଡ ଲାଗି ରହିଥାଏ । ଏହି ମାସରେ କିଛି କାର୍ଯ୍ୟ କରିବା ଉଚିତ ନୁହେଁ ଯାହା ଶାସ୍ତ୍ର ରେ ବର୍ଣ୍ଣିତ ଅଛି । ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ କାମ କରିବା ଅନୁଚିତ ।

ପବିତ୍ର ଶ୍ରାବଣ ମାସରେ ଯେଉଁ ଭକ୍ତ ମହାଦେବଙ୍କର ବିଶେଷ ପୂଜା ଅର୍ଚ୍ଚନା କରିଥାଏ ତାଙ୍କୁ ଭୋଳାନାଥ ଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହି ଥର ଶ୍ରାବଣ ମାସ ଜୁଲାଇ ମାସ ୪ ରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୩୧ ରେ ଶେଷ ହେବ । ଏଥର ପୁରା ୫୯ ଦିନ ଶ୍ରାବଣ ମାସ ପଡୁଛି ଅର୍ଥାତ ଯୋଡା ମାସ । ଯାହା ଅତ୍ୟନ୍ତ ଶୁଭ ଅଟେ । ଏବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ ।

୧- ପବିତ୍ର ଶ୍ରାବଣ ମାସରେ ଭୁଲରେ ବି ଆମିଷ ଭୋଜନ କରିବା ଉଚିତ ନୁହେଁ । ଏହାଦ୍ବାରା ମହାଦେବ କ୍ରୋଧିତ ହୋଇଥାନ୍ତି ।

୨- ଶ୍ରାବଣ ମାସରେ ପିଆଜ ରସୁଣ ଖାଇବା ଉଚିତ ନୁହେଁ । ପୁରାଣରେ ବର୍ଣ୍ଣିତ ଅଛି କି ଏମିତି କରିଲେ ଘୋର ପାପ ଲାଗିଥାଏ ।

୩- ଶ୍ରାବଣ ମାସରେ ଦାଢି କାଟିବା, ନଖ, ଚୁଟି କାଟିବା ବର୍ଜନୀୟ ଅଟେ । ଏହା ଦ୍ଵାରା ମହାଦେବଙ୍କ କୁ-ଦୃଷ୍ଟି ପଡିଥାଏ ।

୪- ଶ୍ରାବଣ ମାସ ଅତି ପବିତ୍ର ମାସ ହୋଇଥାଏ ଓ ମହାଦେବଙ୍କ ମାସ ହୋଇଥିବାରୁ ସୋମବାର ଦିନ ଶରୀରରେ ତେଲ ଲଗାଇବା ନିଷେଧ ହୋଇଥାଏ । ଯେଉଁ ମାନେ ଏହାକୁ ଅବମାନନା କରିଥାନ୍ତି ସେମାନେ ଶିବଙ୍କ କୃପା ପାଇପାରନ୍ତି ନାହିଁ ।

୫- ଶ୍ରାବଣ ମାସରେ ପ୍ରାତଃ ଜଲ୍ଦି ଉଠିବା ସହ ସ୍ନାନ କରି ଶିବ ଙ୍କ ପୂଜା କରିବା ଓ ଅଭିଷେକ କରିବା ଉଚିତ ହୋଇଥାଏ । ଏହାଦ୍ବାରା ଶିବଙ୍କ କୃପା ମିଳିଥାଏ । ଯିଏ ଦିନ ସାରା ଶୋଇ ରୁହେ ତାହା ଉପରେ ଶିବଙ୍କ କୃପା ପଡେ ନାହିଁ ।

୬- ଶ୍ରାବଣ ମାସରେ ବିବାହ ଓ ଶାରୀରିକ ସମ୍ପର୍କ ରଖିବା ନିଷେଧ ଅଟେ । ଏହା ଘୋର ପାପ ହେବା ସହ ଅନିଷ୍ଟର କାରଣ ହୋଇଥାଏ ।

୭- ଶ୍ରାବଣ ମାସ ଟି ମହାଦେବଙ୍କର ମାସ ହୋଇଥିବାରୁ କ୍ଷୀର ରେ ଅଭିଷେକ କରାଯାଏ । କ୍ଷୀର ରେ ତିଆରି ଛେନା, ଦହି ଖାଇପାରିବେ କିନ୍ତୁ କଞ୍ଚା କ୍ଷୀର ପିଇବା ନିଷେଧ ଅଟେ ।

୮- ପୁରାଣ ଶାସ୍ତ୍ର ରେ ଶ୍ରାବଣ ଓ କାର୍ତ୍ତିକ ମାସରେ ବାଇଗଣ ଖାଇବା ନିଷେଧ କରାଯାଇଛି । ତେବେ ଏହି ସବୁ ଭୁଲ ଶ୍ରାବଣ ମାସରେ କେବେ ବି କରିବା ଉଚିତ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button