ରାଜ୍ୟ
ନବମ ଶ୍ରେଣୀ ଛାତ୍ରକୁ ରାଗିଂ: ଥାନାରେ ଏତଲା

କେନ୍ଦୁଝର: ରାଗିଂର ଶିକାର ହେଲେ ନବମ ଶ୍ରେଣୀ ଛାତ୍ର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହଦଗଡ଼ ନବୋଦୟ ବିଦ୍ୟାଳୟରେ। କିଛି ଅଣ ଓଡ଼ିଆ ଛାତ୍ର ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରକୁ ରାଗିଂ କରିବା ସହ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଛାତ୍ରଟି ସହ ଏଭଳି ରାଗିଂ ହୋଇଥିଲା। ଏ ନେଇ ପରିବାର ଲୋକ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ, ହେଲେ କିଛି ସୁଫଳ ମିଳିନଥିଲା।
ପୁର୍ନବାର ଆଜି କିଛି ଅଣ ଓଡିଆ ଛାତ୍ର ରାଗିଂ କରିଥିବା ନେଇ ପରିବାର ଲୋକ ସୋସ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଅଭିଯୋଗକାରୀ ଛାତ୍ର ଜଣକ କହିଛନ୍ତି, ମୋତେ ଖରାପ କଥା ଲେଖିକି ଦେବା ପାଇଁ ସେମାନେ କହିଲେ। ମୁଁ ନଦେବାରୁ ସେମାନେ ମୋତେ ମାଡ଼ ମାରିଥିଲେ। ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।