ଓଡ଼ିଶାରେ ଚର୍ଚ୍ଚାରେ ଏହି ମା ନାଗ ସାପକୁ ଠାକୁର ଙ୍କ ସ୍ଥାନରେ ରଖି ପୂଜା କରୁଥିଲେ ଦେଖନ୍ତୁ ଏହି ଅଲୌକିକ ଘଟଣା Devotional

ନମସ୍କାର ପାଠକ ବନ୍ଧୁ । ଦୁନିଆରେ ସମସ୍ତେ ତ ସାପକୁ ଡରିଥାନ୍ତି । ଆଉ ସାପ ଦେଖିଲେ ଯେଉଁ ଲୋକ ସାହସୀ ହେଇଥାଉ ନା କାହିଁକି ତା ମନରେ ଭୟ ନିଶ୍ଚିତ ଆସିବ । ଆଉ ସାପ ଏକ ମାରାତ୍ମକ ପ୍ରାଣୀ ଅଟେ । ସାପ କାମୁଡ଼ିଲେ ଲୋକ ମରି ଯାଇଥାନ୍ତି ।
ଆଉ ସାପର ବିଷ ବହୁତ ଭୟଙ୍କର ଅଟେ ସେ କାହାର ଜୀବନ ବି ନେଇପାରେ । କିନ୍ତୁ ଆମ ଦୁନିଆରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ କିଛି ଅନ୍ଧବିଶ୍ବାସ ମାନିକରି ସାପକୁ ପୂଜା କରିଥାନ୍ତି । ତାକୁ ଘର ଭିତରେ ରଖିଥାନ୍ତି ।
କିନ୍ତୁ ସେମାନେ ଭୁଲି ଯାଇଥାନ୍ତି ଯେ ସାପ ହେଉଛି ଗୋଟିଏ ହିଂସ୍ର ପ୍ରାଣୀ ତାର ବୁଦ୍ଧି ବହୁତ କମ୍ ଆଉ ସେ କେତେବେଳେ କାହାକୁ ଆକ୍ରମଣ କରିବ ସେ କଥା କିଏ ଜାଣିଛି ।
ଆଉ ଏମିତି ଏକ ଘଟଣା ଘଟିଛି ଆମ ଓଡ଼ିଶାରେ । ଓଡ଼ିଶାର କୌଣସି ଏକ ଜାଗାରେ ଗୋଟିଏ ନାଗ ସାପ ଛୁଆଟିଏ ଜଣଙ୍କର ଘରେ ପଶିଥିଲା । ଆଉ ସେହି ମହିଳା ଜଣକ ସାପକୁ ଦେଖିନଥିଲେ ଆଉ ଏକ ବାଡ଼ିରେ ଗେଞ୍ଜି ଦେଇଥିଲେ । ତାପରେ ସେହି ସାପଟି ଘର ଭିତରକୁ ପଶିଗଲା ।
ଆଉ ସେହି ସାପଟି ଠାକୁର ରଖିଥିବା ସ୍ଥାନ ପାଖକୁ ଯାଇ ରହିଗଲା । ତାପରେ ସେହି ଲୋକମାନେ ସାପ ଧରାଳି ଲୋକକୁ ଫୋନ କରିଲେ । ଆଉ ସେ ଆସିଲା ଆଉ ବହୁତ ଭଲ ଭାବରେ ସାପଟିକୁ ଧରିଲା । ଆଉ ସେହି ସମୟରେ ସେହି ଘରେ ଥିବା ମହିଳା ଜଣକ ସାପଟିକୁ ଦେଖି କହୁଛନ୍ତି, ମୋର ଭୁଲ ହେଇଯାଇଛି ଭଗବାନ ।
ମୁଁ ଜାଣିନଥିଲି ସାପ ବୋଲି ମୋତେ କ୍ଷମା କରିଦିଅ । ଏମିତି କହି ବହୁତ ନମସ୍କାର କରୁଛନ୍ତି । ଆଉ ଏହାପରେ ସାପଟିକୁ ପିଇବାକୁ କ୍ଷୀର ଦେଉଛନ୍ତି । କିନ୍ତୁ ସାପ ଧରାଳି ଲୋକଟି କହିଲା, ସାପକୁ କେହି ଘରେ ରଖନ୍ତି ନାହିଁ କାରଣ ସାପ କେଉଁ ସମୟରେ ବି ଆକ୍ରମଣ କରିପାରେ ।
ଆଉ ସାପ କେବେ କ୍ଷୀର ପିଏନାହିଁ । କିଛି ଲୋକ ଏମିତି କିଛି ଅନ୍ଧ ବିଶ୍ୱାସ ରଖି ସାପକୁ ଘରେ ରଖିଥାନ୍ତି ଆଉ ପୂଜା ପାଠ କରିଥାନ୍ତି । ଯାହା ଠିକ୍ ନୁହେଁ । ସେଥିପାଇଁ ହିଂସ୍ର ପ୍ରାଣୀମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।