ରାଜ୍ୟ

ଅଭୟାରଣ୍ୟ ସୁରକ୍ଷା ପାଇଁ ଅଭିନବ ପ୍ରୟାସ, ବଡ଼ରମାରେ ଜାପାନୀ ପ୍ରକଳ୍ପ ‘ସାତୋୟାମା’

 ବଡ଼ରମା (ଉଷାକୋଠୀ) ଅଭୟାରଣ୍ୟ ସୁରକ୍ଷା ପାଇଁ ବାମରା ବନ୍ୟପ୍ରାଣୀ ବନଖଣ୍ଡର ଅଭିନବ ପ୍ରୟାସ । ଜଙ୍ଗଲ, ବନ୍ୟଜନ୍ତୁଙ୍କ ଉପରେ ନିର୍ଭର ନ କରି ପରିବାର ପୋଷିବାକୁ ଆରମ୍ଭ ହୋଇଛି ଜାପାନୀ ପ୍ରକଳ୍ପ ‘ସାତୋୟାମା’ । କ୍ଷୁଦ୍ର ଲାଭଦାୟକ ଚାଷକୁ ପ୍ରୋତ୍ସାହିତ କରି ଲୋକଙ୍କୁ ରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରାଯାଉଛି ।

ଫଳରେ ସେମାନେ ରୋଜଗାର ପାଇଁ ଜଙ୍ଗଲଜାତ ଦ୍ରବ୍ୟ ଓ ଜନ୍ତୁଙ୍କ ଉପରେ ନିର୍ଭରଶୀଳ ହେବେ ନାହିଁ । ଜଙ୍ଗଲ ସୁରକ୍ଷିତ ରହିବ । ଜନ୍ତୁ ଅଭୟରେ ଅଭୟାରଣ୍ୟରେ ବୁଲିବେ । ଏଭଳି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛି ବଡ଼ରମା ବନାଞ୍ଚଳ ।

ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବଡ଼ରମା (ଉଷାକୋଠୀ) ଅଭୟରଣ୍ୟ ପ୍ରାୟ ୩ ଶହ ବର୍ଗ କିଲୋମିଟରରୁ ଅଧିକ ହେବ । ଏଥିରେ ହାତୀଙ୍କ ସଂଖ୍ୟା ଅଧିକ । କଲରାପତରିଆ ସହ ଅନ୍ୟ ବନ୍ୟଜନ୍ତୁ ମଧ୍ୟ ଦେଖାଯାଆନ୍ତି । କିନ୍ତୁ ଏହି ଅଭୟାରଣ୍ୟରେ ରହିଛି ୨୭ଟି ରାଜସ୍ୱ ଗାଁ । ଯାହାକି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ପାଇଁ ସବୁବେଳେ ବିପଦ ସୃଷ୍ଟି କରିଆସିଛି । ଧୀରେଧୀରେ ଏଠାରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଥିଲା । ଗଛ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପାଇଁ ବିରାଟ ଜଙ୍ଗଲ ନଷ୍ଟ ହୋଇଥିଲା । ହେଲେ ଏବେ ଏହି ପରିସ୍ଥିତିକୁ ବଦଳାଇବାକୁ ଜାପାନୀ ‘ସାତୋୟାମା’ ପ୍ରକଳ୍ପ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉନ୍ନତ ମାନର ଏରୋମେଟିକ୍ ଧାନ, ଦେଶୀ କାଙ୍କଡ, ପନିପରିବା ଚାଷ ସହ ମାଛ ଚାଷ ଓ ମହୁ ଚାଷ କରିବାକୁ ଲୋକଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି । ଜୈବିକ ସାର ଯୋଗାଇ ଦିଆଯିବା ସହ ଏହାକୁ କିଣିବାକୁ ମାର୍କେଟ ବ୍ୟବସ୍ଥା ମଧ୍ୟ ହୋଇଛି । ଚାଷ କରିବାକୁ ଝରଣାରେ କୃତ୍ରିମ ଜଳାଶୟ ସୃଷ୍ଟି କରାଯାଇଛି ।

ହାତୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କୁ ସୋଲାର୍ ଫେନସିଂ ଯୋଗାଇ ଦିଆଯାଇଛି । ଏହାସହ ଗାଁରେ ଥିବା ମହିଳାଙ୍କୁ ସିଲେଇ ପ୍ରଶିକ୍ଷଣ ଦେଇ ମେସିନ୍ ଯୋଗାଇ ଦେଇଛି ବାମରା ବନ୍ୟପ୍ରାଣୀ ବନଖଣ୍ଡ । ଯାହାକି ନୁନଭେଟ୍, କୁତବ, ରେଙ୍ଗୁମୁଣ୍ଡା, ଟନସରା, ଡୁମେରମୁଣ୍ଡା, ପୁଡାହିଡି, ଗଡପାଟି ଏବଂ ପଥୁରିଆ ଗାଁ ଲୋକ ସ୍ୱାବଲମ୍ବୀ ହୋଇଛନ୍ତି । ଏହାକୁ ନେଇ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ କହିଛନ୍ତି, ଦିନେ ଯେଉଁ ଜଙ୍ଗଲକୁ ଗ୍ରାମବାସୀ କାଟୁଥିଲେ । ସେମାନେ ଆଜି ଏହାର ସୁରକ୍ଷା କରୁଛନ୍ତି । ଜଙ୍ଗଲ ଜନ୍ତୁ ମାରି ମାଂସ ବିକୁଥିଲେ, ସେମାନେ ତାଙ୍କୁ ଜୀବନକୁ ରକ୍ଷା କରୁଛନ୍ତି । ଜାପାନୀ ପ୍ରକଳ୍ପ ‘ସାତୋୟାମା’ ରୋଜଗାର ଦେବା ସହ ବନ୍ୟଜନ୍ତୁ ସୁରକ୍ଷାରେ ବଡ଼ ଭୂମିକା ଗ୍ରହଣ କରିଛି । ହେଲେ ବଡ଼ରମାରେ ଇକୋ ଟୁରିଜିମ୍ ପାଇଁ ହାତୀଙ୍କ ଯାତାୟାତ ବାଧକ ସାଜୁଛି ।

ଡେବ୍ରିଗଡ଼ରେ ହାତୀ ନଥିବାରୁ ସେଠାରେ ଇକୋ ଟୁରିଜିମ୍ର ନୂଆ ଅଧ୍ୟାୟ ସୃଷ୍ଟି କରିଛି । କିନ୍ତୁ ବଡ଼ରମା (ଉଷାକୋଠୀ) ଅଭୟରଣ୍ୟ ଏହି ଦୃଷ୍ଟିରୁ ଭିନ୍ନ । ତେଣୁ ବିକଳ୍ପ ଭାବେ ‘ସାତୋୟାମା’ ପନ୍ଥା ଗ୍ରହଣ କରାଯାଇଛି । ଜାପାନୀ ଭାଷାରେ ସାତୋ କହିଲେ ଗାଁ । ୟାମା ଅର୍ଥ ଜଙ୍ଗଲ । ଜଙ୍ଗଲ କ୍ଷୟ ଓ ବନ୍ୟ ଜନ୍ତୁ ସୁରକ୍ଷା ପାଇଁ ଜାପାନ ସରକାର କ୍ଷୁଦ୍ର ଲାଭଦାୟକ ଚାଷ ପାଇଁ ଜଙ୍ଗଲ ନିକଟବର୍ତ୍ତୀ କିମ୍ବା ଭିତରେ ଥିବା ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ବେଶ ସଫଳ ହୋଇଥିଲା । ଭାରତର ପ୍ରଥମ ସ୍ଥାନ ଭାବେ ବଡରମାରେ ଏହାକୁ ପାଇଲଟ୍ ପ୍ରକଳ୍ପ ରୂପେ କାର୍ଯ୍ୟକାରୀ କରିଛି ବାମରା ବନ୍ୟପ୍ରାଣୀ ବନଖଣ୍ଡ । ଅଭୟାରଣ୍ୟ ଭିତରେ ଥିବା ୧୦ଟି ଗାଁରେ ଏହାକୁ ଆରମ୍ଭ କରାଯାଇଛ

Related Articles

Leave a Reply

Your email address will not be published. Required fields are marked *

Back to top button