ଜ୍ୟୋତିଷ

ମାଳିକା ରେ ମିଳିଲା ସାଙ୍ଘାତିକ ତଥ୍ୟ କାଳିଆ ବୋଦା କବାଟ ଯିଏ ଖୋଲିଲେ କିଛି ଘଟିବ ଏମିତି ଘଟଣା – Malika Bachana

ମଣିଷ ସମାଜର ଭବିଷ୍ୟତକୁ ନେଇ ଛଶହ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ମହାପୁରୁଷ ଅଚ୍ୟୂତାନନ୍ଦ ଏବଂ ପଞ୍ଚସଖା, ସେହି ଭବିଷ୍ୟବାଣୀର ନାମ ଥିଲା ”ମାଳିକା” ।ହିନ୍ଦୁ ଧର୍ମର ଏକ ଅଲୌକିକ ଗ୍ରନ୍ଥ ହେଉଛି ମାଳିକା। ମାଳିକା ଉପରେ ଲୋକ ମାନଙ୍କର ଭରଷା ଓ ବିଶ୍ୱାସ ବେଶ୍ ସୁଦୃଢ ରହିଛି।

କେତେକ କ୍ଷେତ୍ରରେ ମାଳିକା ବଚନ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି। ତେବେ ମାଳିକା ଲେଖନୀ ବିଷୟରେ ଆମେ ଏବେ କିଛିଟା ଜାଣିବା।
ନରସିଂହପୁର ଟାଉନ୍ ର ଓସ୍ତ ପୁର ଠାରେ ଏକ ବହୁତ ବଡ଼ ଶ୍ରୀଜଗନ୍ନାଥ ଙ୍କ ମନ୍ଦୀର ଅଛି ସେଠାରେ ରଥ ଯାତ୍ରା ମଧ୍ୟ ହୁଏ। ସେହି ସ୍ଥାନରେ ମଧ୍ଯ ବହୁତ୍ ବ୍ରାହ୍ମଣ ମାନଙ୍କର ଶାସନ ମଧ୍ଯ ଅଛି।
ଯାଜପୁର ରେ ମଧ୍ୟ ଆଉ ଏକ ସ୍ଥାନ ଅଛି କୃଷ୍ଣ ପୁର ସେଠାରେ ଖଇରିକୋମା ବୋଲି ଗୋଟେ ଗାଁ ମଧ୍ୟ ଅଛି । ସେଠାରେ ଚଗଲା ବାବା ନାମକ ଏକ ସାଧୁ ମଧ୍ଯ ରହୁଥିଲେ ଯିଏକି ଘୋଡ଼ା ଉପରେ ଜିବା ଆସିବା କରନ୍ତି ଓ ଦିନବେଳେ ବାଘକୁ ପ୍ରସାଦ ଖାଇବାକୁ ଦେଇଥାନ୍ତି।
କାଳିଆ ବୋଦା ସମ୍ପର୍କରେ କହିଛନ୍ତି କି ସେଠାରେ ଅନେକ ମାତ୍ରା ରେ ରହସ୍ୟ ଅଛି। ସେଠାରେ କିଛି ରହସ୍ୟ ମଧ୍ୟ ଗୁପ୍ତା ବସ୍ଥା ରେ ଅଛି। ଏବଂ ସେଠାରେ ଥିବା କବାଟ କିପରି ଭାବେ ଖୋଲିବ ତାହା ମଧ୍ୟ ଲେଖା ହୋଇ ଯାଇଛି। ଯାହାକି ସାଙ୍କେତିକ ଚିହ୍ନ ଦ୍ଵାରା ଲେଖା ହୋଇଛି।
ଏବଂ ସେଠାରେ କଣ ଲେଖା ହୋଇଛି ତାହା କେହି ଜାଣି ପାରିବେ ନାହିଁ ତାହା କେବଳ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ହିଁ ଜାଣି ପାରିବେ।
ଏ ସବୁ ତଥ୍ୟ ପ୍ରଦାନ କରିଛନ୍ତି ମାଳିକା ଗବେଷକ ପାଗଳା ବାବା। ତେବେ ଦେଖାଯାଉ ଏହି କାଳିଆ ବୋଦା ରେ ଥିବା ରହସ୍ୟ ଗୁଡିକ ଉପରୁ କେବେ ପରଦା ଉଠୁଛି ଓ ସେଠାରେ ଥିବା କବାଟ ର ରହସ୍ୟ କଣ ଓ ଏହା କିଏ ଓ କେବେ ଖୋଲୁଛି। ଏନେଇ କିଛି ସ୍ପଷ୍ଟ ସୂଚନା ନ ମିଳିଥିବା ବେଳେ ଉପଯୁକ୍ତ ସମୟର ଅପେକ୍ଷା କରାଯାଇ ଅଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button