ଦେଶ- ବିଦେଶ
ପୁରୁଷ ମହିଳା ସମସ୍ତେ ହୁଅନ୍ତି ଏହି ମନ୍ଦିର ରେ ଲଣ୍ଡା ଦୁନିଆରେ ସବୁଠୁ ଧନୀ ମନ୍ଦିର ଭାବେ ପରିଚିତ Tirupati Balaji Temple

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ସମସ୍ତେ ପୂଜା ପାଠ ଉପରେ ବିଶ୍ୱାସ କରୁଥିବେ । ଆଉ ମାନସିକ ବି ରଖିଥିବେ । ଦୁନିଆରେ ସମସ୍ତ ଲୋକମାନେ ଟିକେ ବି ଦୁଃଖ ବା ବିପଦ ପଡ଼ିଲେ ସଙ୍ଗେ ସଙ୍ଗେ ଭଗବାନଙ୍କୁ ଡ଼ାକିଥାନ୍ତି ।
ଆଉ ଯଦି କାହାର ଦେହ ଖରାପ ହୋଇଥାଏ ତାହେଲେ ସଂଗେସଂଗେ ମାନସିକ ବି କରିଥାନ୍ତି । ଆଉ ଯେଉଁ ବ୍ୟକ୍ତି ପାଇଁ ମାନସିକ କରିଥିବେ ସେହି ବ୍ୟକ୍ତିଙ୍କର ଦେହ ଭଲ ହେବା ପରେ ସେହି ମାନସିକକୁ ପୂରଣ କରିଥାନ୍ତି ।
ମାନସିକ ପୂରଣ କରିବା ପାଇଁ କିଛି ଲୋକ ଲଣ୍ଡା ହୋଇଥାନ୍ତି । ଆପଣମାନେ ତ ତିରୁପତି ମନ୍ଦିର ବିଷୟରେ ଶୁଣିଥିବେ ବା ଜାଣିଥିବେ । ଏହି ମନ୍ଦିରକୁ ଯିଏ ଯାଏ ସିଏ ମଣ୍ଡନ ହୋଇଥାଏ ବା ଲଣ୍ଡା ହୋଇଥାଏ ।
ପୂର୍ବରୁ ମାନ୍ୟତା ଅଛି କି ଲୋକମାନେ ମାନସିକ ପୂରଣ ହେଲା ପରେ ଏହି ତିରୁପତି ଯାଇ ଲଣ୍ଡା ହୋଇଥାନ୍ତି । ଆଉ ଏହି ତିରୁପତି ମନ୍ଦିରକୁ କୌଣସି ଭକ୍ତ ଗଲେ ମଧ୍ୟ ସେମାନେ ଲଣ୍ଡା ହୋଇଥାନ୍ତି । ଏହି ମନ୍ଦିରରେ ପୁରୁଷ ଏବଂ ମହିଳା ଉଭୟ ଲଣ୍ଡା ହୋଇଥାନ୍ତି ।
ଆଉ ଏବେ ଏବେ ତିରୁପତି ମନ୍ଦିରକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତିରୁପତିରେ ମଣ୍ଡନ ହେଉଥିବା ଲୋକମାନଙ୍କର ଚୁଟିକୁ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରାଯାଉଛି । ଏହି ମନ୍ଦିରରେ ନିଜର ପାପ ଏବଂ ଅହଙ୍କାରକୁ ବିନାଶ କରିବା ପାଇଁ ଲଣ୍ଡା ହୋଇଥାନ୍ତି ।
ମହିଳାମାନଙ୍କର କେଶ ତାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । କିନ୍ତୁ ଲକ୍ଷ ଲକ୍ଷ ମହିଳା ଭକ୍ତ ଲଣ୍ଡା ହୋଇଥାନ୍ତି । ପ୍ରତିଦିନ ତିରୁପତି ମନ୍ଦିରକୁ ୨୦ ହଜାରରୁ ଅଧିକ ଭକ୍ତ ଆସୁଥିବା ବେଳେ ତାଙ୍କୁ ମଣ୍ଡନ କରିବା ପାଇଁ ୬ ହଜାର ଲୋକ ନିୟୋଜିତ ଅଛନ୍ତି ।
ଆଉ ଏହି କେଶ ସବୁ ବର୍ଷକୁ କୋଟି କୋଟି ଟଙ୍କାରେ ବିକ୍ରି ହେଉଛି । ଏହି କେଶକୁ ଗରମ ପାଣିରେ ଭଲଭାବରେ ସଫା କରି ତାହାକୁ ଶୀତଳ ଶୀତ ମାନ ଯନ୍ତ୍ରରେ ରଖାଯାଇଥାଏ । ପରେ କେଶକୁ ନିଲାମ କରାଯାଏ ।
ଆଉ ଟନ୍ ଟନ୍ କେସ ବିକ୍ରି ହୋଇଥାଏ । ଏହା ଦ୍ବାରା ବଡ ବଡ଼ କମ୍ପାନୀ ମାନେ ୱିଙ୍ଗସ୍ ତିଆରି କରୁଛନ୍ତି । ଏହି ୱୀଙ୍ଗସକୁ ଚନ୍ଦାପଣ ହେଉଥିବା ଲୋକମାନେ ନକଲି ଚୁଟିର ବ୍ୟବହାର କରିଥାନ୍ତି । ଏହାର ଚାହିଦା ୟୁରୋପ, ଆଫ୍ରିକା ଆଉ ଚାଇନାରେ ଅଧିକ ରହିଛି ।




