ଦେଶ- ବିଦେଶ

ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ କମ୍ପିଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଳୀ: ଦୀପାବଳୀରେ ରାଜଧାନୀ ଦିଲ୍ଲୀରେ ବାଣ ଖୁବ ଜୋର ଫୁଟିଥିଲା। ବାରଣ ସତ୍ବେ ଲୋକମାନେ ମାନିନଥିଲେ ଫଳରେ ଦିଳ୍ଲୀରେ ବାୟୁ ପ୍ରଦୂଷରର ମାତ୍ରା ଅଧିକ ହୋଇଥିଲା । ବାୟୁ ପ୍ରଦୂଷଣ ଓ ବାଣ ଫୁଟା ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସରକାରଙ୍କୁ ଜବାବ ମାଗିଛନ୍ତି ଓ ଏହା ଉପରେ ସ୍ପଷ୍ଟିକରଣ ରଖିବାକୁ କହିଛନ୍ତି ।

 

ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ଅଂଚଳରେ ବାଣ ଫୁଟାଇବାକୁ ବାରଣ କରିଥିଲେ। ଏମିତିକି ଲୋକମାନଙ୍କୁ ସବୁଜ ବାଣ ଜଳେଇବାକୁ ମଧ୍ୟ ଅନୁମତି ମିଳିନଥିଲା। କିନ୍ତୁ ବାରଣ ସତ୍ତ୍ବେ ଦିଲ୍ଲୀରେ ବାଣ ଫୁଟିଥିଲା, ଆଉ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। କୋର୍ଟ ଏବେ ଦିଲ୍ଲୀ ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି ।

ଦୀପାବଳି ପରେ ଦିଳ୍ଲୀରେ ସିପିସିବି ଅନୁସାରେ ବିଭିନ୍ନ କ୍ଷେତ୍ରରେ ବାୟୁର ଗୁରବତ୍ତା ବହୁତ ଖରାପ ରହଥିଲା । ଆନନ୍ଦ ବିହାରରେ ଏକ୍ୟୁଆଇ ୩୯୬, ବୁରାଡି ରେ ୩୯୪,ସୋନିଆ ବିହାରରେ ୩୯୨ ଏବଂ ଦିଲ୍ଲୀ ନର୍ଥ କ୍ୟାମ୍ପସରେ ୩୯୦ ରେକର୍ଡ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button