ଜ୍ୟୋତିଷ
ଏ ଶରୀରକୁ ଶ୍ରୀକୃଷ୍ଣ କାହିଁକି ଖରାପ ପଦାର୍ଥ କହିଥିଲେ ଜାଣିଛନ୍ତି କି ଜାଣନ୍ତୁ ଏହା ପଛର ବଡ କାରଣ କାହିଁକି ଶ୍ରୀକୃଷ୍ଣ କହିଲେ ଏମିତି କଥା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ କି ଭଗବାନ ଶ୍ରୀକଷ୍ଣ ମହା ଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ କିଛି ବାଣୀ ଶୁଣାଇଥିଲେ। ଯାହାକୁ କି ଗୀତରେ ଉଲ୍ଲେଖ କରାଯାଇଛି। ସେହି ବାଣୀ ଗୁଡ଼ିକ ଆମ ନୀତି ଦିନିଆ କାର୍ଯ୍ୟ ରେ ଅତ୍ୟାବଶ୍ୟକ ଅଟେ। ତେବେ ଚାଲନ୍ତୁ ବନ୍ଧୁଗଣ ସେହି ବାଣୀ ଗୁଡ଼ିକ ମଧ୍ୟରୁ ଗୋଟେ ବାଣୀ ସମ୍ପର୍କ ରେ ଜାଣିବା।
ବନ୍ଧୁଗଣ ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ବୁଝାଇଥିଲେ। ଅର୍ଜୁନ ଜଣେ ମହାନ୍ ଯୋଦ୍ଧା ଥିଲେ । ଏବଂ ସେ ଶ୍ରୀକୃଷ୍ଣ ଙ୍କର ମଧ୍ୟ ପରମ ମିତ୍ର ଥିଲେ ସେଥିପାଇଁ ଶ୍ରୀକୃଷ୍ଣ ତାଙ୍କ ବିଶ୍ଵ ରୂପ ମଧ୍ୟ ତାଙ୍କୁ ଦେଖାଇଥିଲେ ଏଥିସହିତ ତାଙ୍କୁ କିଛି ବାଣୀ ମଧ୍ୟ କହିଥିଲେ। ସେ ବାଣୀ ଟି ହେଉଛି ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ କାମନା ଓ ବାସନା ବା ଭୋଗ ବିଲାସରୁ ଦୂରେଇ ରହିବାକୁ କହିଥିଲେ।
କହିଥିଲେ କି ଏକ ନିର୍ଦ୍ଧିଷ୍ଟ ସମୟରେ ମନରେ ଏହି ଇଚ୍ଛା ଜାଗ୍ରତ ହୋଇଥାଏ ଓ ଏସବୁ କିଛି ମିଛ ଏଥିରେ କିଛି ମଧ୍ୟ ସତ୍ୟତା ନଥାଏ। ମଣିଷ ର ବୟସ ସଙ୍ଗେ ସଙ୍ଗେ ଏହି ଭୋଗ ଓ ବିଳାସ ର ଇଚ୍ଛା ମଧ୍ୟ ଲୋପ ପାଇବାକୁ ବସିଥାଏ। ଏବଂ ଏହି ଭୋଗ ବିଳାସ ପଛରେ ଯେ ପଡ଼ିଥାଏ ସେ ନିଜର ସର୍ବଶେଷ ରେ ସର୍ବସ୍ବ ହରାଇ ଥାଏ।
ସେଥିପାଇଁ କେବେ ହେଲେ ମଧ୍ୟ ଏହି ଭୋଗ ବିଳାସ ଓ କାମନା ବାସନା ର ଅନ୍ତର୍ଭୁକ୍ତ ହେବା ଅନୁଚିତ। ନିଜ ମନ ସେଥି ପ୍ରତି ଆକର୍ଷିତ ହେଲେ ମଧ୍ୟ ନିଜ ମନକୁ ନିଜ ଆୟତରେ ରଖିବାକୁ ପଡିଥାଏ। ନିଜ ମନକୁ କଦାପି ଅନ୍ୟ କାହା ଆୟତରେ ରଖିବା ଉଚିତ୍ ହୋଇନଥାଏ। ନିଜକୁ ସୁଦୃଢ କରିବାକୁ ହେଲେ ପ୍ରଥମେ ସେ ସବୁ ରୁ ମୁକ୍ତ ହେବାକୁ ପଡ଼ିବ।




