କାହିଁକି ସୁଦାମା ଙ୍କ ବଧ କଲେ ମହାଦେବ ଜାଣନ୍ତୁ ରହସ୍ୟ ଖୁବ୍ କମ ଲୋକେ ଜାଣିଛନ୍ତି ଏହି କଥା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେତେବେଳେ ମିତ୍ରତା ର କଥା ଆସେ ସେତେବେଳେ ସର୍ବଦା ଶ୍ରୀକୃଷ୍ଣ ଓ ସୁଦାମା ଙ୍କ ମିତ୍ରତା ସାମ୍ନା କୁ ଆସିଥାଏ । ହେଲେ ଆପଣ ମାନେ ଜାଣିଛନ୍ତି କି ସୁଦାମା ଙ୍କ ବଦ୍ଧ ମହାଦେବ ଙ୍କ ହାତରେ ହିଁ ହୋଇଥିଲା। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ମହାଦେବ କଣ ପାଇଁ ସୁଦାମା ଙ୍କ ବଦ୍ଧ କରିଥିଲେ।
ବିରାଜା ନାମରେ ଏକ କନ୍ୟା ଥିଲେ ଯେକି ଶ୍ରୀ କୃଷ୍ଣ ଙ୍କ ମନେ ମନେ ପ୍ରେମ ମଧ୍ୟ କରୁଥିଲେ। ସେ ଗୋ ଲୋକ ରେ ରହୁଥିଲେ ସେ ସମୟରେ ସୁଦାମା ମଧ୍ୟ ସେଠାରେ ରହୁଥିଲେ ସେମଧ୍ୟ ବିରାଜା ଙ୍କୁ ପ୍ରେମ କରୁଥିଲେ।
ଏକଦା ବିରାଜା ଶ୍ରୀକୃଷ୍ଣ ଙ୍କ ନିକଟ ବର୍ତ୍ତି ହେବାର ଦେଖି ରାଧା ରାଗିଯାଇ ବିରାଜା କୁ ଅଭିଶାପ ଦେଇଥିଲେ କି ସେ ଭୁ ଲୋକରେ ଜନ୍ମ ନେବେ । ଏହାପରେ ସୁଦାମା ମଧ୍ୟ ରାଗିଯାଇ ରାଧା ଙ୍କୁ ଅଭିଶାପ ଦେଲେ ଓ ଏହାର ପ୍ରତି ବଦଳରେ ରାଧା ମଧ୍ୟ ସୁଦାମା ଙ୍କୁ ଅଭିଶାପ ଦେଲେ କି ସୁଦାମା ଭୁ ଲୋକରେ ଦାନବ ରୂପରେ ଜନ୍ମ ଗ୍ରହଣ କରିବେ। ଏହାପରେ ସୁଦାମା ସଙ୍କଚୁର ନାମକ ଏକ ଦାନବ ରୂପରେ ଜନ୍ମ ଗ୍ରହଣ କଲେ ଓ ବିରାଜା ଧର୍ମ ଧ୍ଵଜ ଙ୍କ କନ୍ୟା ତୁଳସୀ ଭାବରେ ଜନ୍ମ ଗ୍ରହଣ ଥିଲେ।
ସଙ୍କଚୂର ତପସ୍ୟା କରିବାକୁ ଲାଗିଲା ଓ ତପସ୍ୟା ରେ ମଧ୍ୟ ସଫଳ ହୋଇ ବ୍ରହ୍ମ ଦେଵ ଙ୍କୁ ବର ମାଗିଲା ତାକୁ ଯେପରି କେହି ପରାସ୍ତ କରି ପାରିବେ ନାହିଁ । ଏହା ଶୁଣି ବ୍ରହ୍ମା ତାଙ୍କୁ ଏକ ରକ୍ଷା କବଚ ଦେଲେ ଓ ତପସ୍ୟା ରେ ଲୀନ ଥିବା ପରମ ସତୀ ତୁଳସୀ ଙ୍କୁ ବିବାହ କରିବା ପାଇଁ କହିଲେ ଏପରି କଲେ ତାଙ୍କୁ କେହି ମଧ୍ଯ ପରାଜିତ କରି ପାରିବେ ନାହିଁ।
ଏହାପରେ ବ୍ରହ୍ମା ଦେବ ଙ୍କ ଆଦେଶ ଅନୁସାରେ ସେ ତୁଳସୀ ଙ୍କୁ ବିବାହ କଲେ ଓ ଦାନବ ରାଜା ମଧ୍ୟ ହୋଇଗଲେ ଏହାପରେ ଦେବତା ମାନଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କରି ଚାଲିଲେ। ତାଙ୍କର କେହି ମଧ୍ୟ କିଛି କ୍ଷତି କରି ପାରିଲେ ନାହିଁ।
ତତ୍ପରେ ଭଦ୍ର କାଳୀ ଙ୍କ ସହ ଯୁଦ୍ଧ କରୁଥିବା ସମୟରେ ଏକ ଆକାଶ ବାଣୀ ହେଲା କି ଯେ ପର୍ଯ୍ୟନ୍ତ ସଙ୍କଚୂର ର ରକ୍ଷା କବଚ ଥିବ ଓ ତାଙ୍କ ସ୍ତ୍ରୀ ପରମ ସତୀ ହୋଇ ଥିବ ସେବେ ପର୍ଯ୍ୟନ୍ତ ସଙ୍କଚୂର ର ବଦ୍ଧ ହୋଇ ପାରିବ ନାହିଁ ଏହାଶୁଣି ମହାଦେବ ବିଷ୍ଣୁ ଙ୍କ ନିକଟକୁ ଗଲେ। ଏହାପରେ ବିଷ୍ଣୁ ଏକ ମୁନି ବେଶ ଧାରଣ କରି ଦାନ ସ୍ୱରୂପ ସଙ୍କଚୂର ର ରକ୍ଷାକବଚ ନେଇ ଆସିଲେ।
ଏହାପରେ ସଙ୍କଚୂର ବେଶ ଧାରଣ କରି ସତୀ ତୁଳସୀ ସହ ସମୟ ବିତାଇ ତାଙ୍କୁ ଉପଭୋଗ କଲେ ହେଲେ ତୁଳସୀ ଜାଣି ପାରି ତାଙ୍କୁ ପଚାରିବା ରୁ ହେ ଦୁଷ୍ଟ ତୁମେ କିଏ କହି ଅଭିଶାପ ଦେବାକୁ ବାହାରିଲେ। ସେତେବେଳେ ବିଷ୍ଣୁ ନିଜ ରୂପକୁ ଆସିବା ସହ ମହାଦେବ ମଧ୍ୟ ପ୍ରକଟ ହେଲେ ଓ ତୁଳସୀ ଙ୍କୁ ବୁଝାଇ କହିଲେ ଏହା ହିଁ ତୁମ କଠିନ ତପସ୍ୟା ର ଫଳ ତୁମେ ପରମ ପୂଜ୍ୟ ହୋଇ ରହିବ ତୁମର ସ୍ଥାନ ସବୁ ଠାରୁ ଉପରେ। ସମସ୍ତେ ତୁମ ପୂଜା କରିବା ସହ ସର୍ବଦା ତୁମେ ଭଗବାନ ଙ୍କ ଶିର ରେ ରହିବ ହରି ଙ୍କ ନିକଟ ବର୍ତ୍ତି।
ତୁମ ଏକ ପବିତ୍ର ନଦୀ ହୋଇ ପ୍ରବାହିତ ହେବ ଯାହାର ନାମ ଗଣ୍ଡକି ନଦୀ ଏହି ନଦୀ ସାମ୍ନା ରେ ଯେଉଁ ପଥର ପଡ଼ିବ ତାହାକୁ ଶାଳଗ୍ରାମ କୁହାଯିବ ଯାହାକି ଲକ୍ଷ୍ମୀ ନାରାୟଣ ଙ୍କ ସ୍ୱରୂପ। ଏହା ପରେ ତୁଳସୀ ବୈକୁଣ୍ଠ କୁ ବିଷ୍ଣୁ ଙ୍କ ସହ ପଳାଇଲେ ଓ ମହାଦେବ ସଙ୍କଚୂର ର ବଦ୍ଧ କରିଦେଲେ।




