ଜ୍ୟୋତିଷ

ମାଳିକା ବଚନ – ଆମିଷ ଖାଇଲେ କଣ ହୁଏ ଜାଣନ୍ତୁ ଏହି ବିଶେଷ କଥା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଳିକା ବଚନ ରେ ଅନେକ କଥା ମାନ ଲେଖା ଅଛି। ତେବେ ଆମେ ଏବେ ଜାଣିବା କି ମାଳିକା ବଚନରେ ଆମିଷ ଖାଇବା ସମ୍ପର୍କରେ କଣ ଉଲ୍ଲେଖ କରା ଯାଇ ଅଛି। ମନୁଷ୍ୟ ର କୃତ କର୍ମ ଯୋଗୁଁ ହିଁ ତାର ବିନାଶ ହେବ। ସେ ଯାହା କରିବ ତାହାର ଫଳ ସେ ନିଶ୍ଚିତ ଭାବରେ ପାଇବା। ଏବଂ ମାଳିକା ରେ ମଧ୍ୟ ମଣିଷ କୁ ଆମିଷ ଖାଇବାକୁ ବାରଣ କରାଯାଇଛି।
ଆପଣ ମାନେ ଜାଣିଥିବେ କି ଆମେ ମାନେ ସାଧାରଣତଃ ଆମିଷ କହିଲେ ବୁଝି ଥାଉ ମାଛ ମାଂସ କୁ। ହେଲେ ଏଠି ଆମିଷ ର ଅର୍ଥ ଅନ୍ୟ କିଛି କୁହା ଯାଇ ଅଛି। ମାନ୍ୟତା ରହିଛି କି କାର୍ତ୍ତିକ ମାସରେ ସମ୍ପୂର୍ଣ ଭାବରେ ହବିଷ ଭୋଜନ କରିବା ଉଚିତ ହୋଇ ଥିଲା ବେଳେ ମାର୍ଗଶିର ମାସ ଯାହାକି ହେଉଛି ଏକ ବୃହତ୍ ଧର୍ମ ମାସ। ସେହି ମାସ ର ପ୍ରାରମ୍ଭରେ ସୁସ୍ୱାଦୁ ଭୋଜନ କରିବାକୁ କୁହା ଯାଇଛି।
ଆପଣ ମାନେ ଜାଣିଥିବେ କି ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ ଏବଂ ମାର୍ଗଶିର ମାସ ହେଉଛି ଭଗବାନ ବିଷ୍ଣୁ ଓ ମାଆ ଲକ୍ଷ୍ମୀଙ୍କର ମାସ ଅଟେ। ଏବଂ ଲୋକ ମାନେ ମଧ୍ୟ କାର୍ତ୍ତିକ ମାସ ସାରା ଆମିଷ ବର୍ଜନ କରୁଛନ୍ତି ହେଲେ ସେମାନେ ମାର୍ଗଶିର ମାସ ପ୍ରାରମ୍ଭ ରୁ ହିଁ ଆମିଷ ଖାଉଛନ୍ତି ବା ମାଛ ଖାଉଛନ୍ତି। ଯାହାକି ହେଉଛି ଧର୍ମ କୁ ଆଖି ଠାର ମାରିଲା ଭଳି କଥା। ଜଗନ୍ନାଥ ଙ୍କ ପଞ୍ଜିକାରେ କାର୍ତ୍ତିକ ମାସ ସାରା କେଉଁ କେଉଁ ଖାଦ୍ୟ ବର୍ଜନ କରାଯିବ ତାହା ଉଲ୍ଲେଖ କରାଯାଇ ଥାଏ।
ସେଥି ପାଇଁ ସେହି ସବୁ ଖାଦ୍ୟ ଖାଇବାକୁ ଖାଇବା ପାଇଁ ମାର୍ଗଶିର ମାସରେ ଛାଡ଼ଖାଇ ଲେଖା ଯାଇ ଥାଏ। ସେହି ଦିନ ଲୋକ ମାନେ ସମସ୍ତ ଖାଦ୍ୟ ଖାଇବେ ବୋଲି ମାର୍ଗଶିର ମାସ ପ୍ରଥମରେ ଛାଡଖାଇ କରାଯାଇ ଥାଏ। ହେଲେ ମୂର୍ଖ ମାନବ ତାକୁ ନବୁଝି ଭାବେ କି ଛାଡଖାଇ କେବଳ ଆମିଷ ଖାଇବା ପାଇଁ ପାଳନ କରାଯାଉ ଥାଏ ବୋଲି। ସେଥିପାଇଁ ସର୍ବଦା ଆମେ ପ୍ରକୃତ ଅର୍ଥ ବୁଝି ତାହାକୁ କାମରେ ପ୍ରତିପାଦନ କରିବା ଉଚିତ ଅଟେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button