ଜ୍ୟୋତିଷ

ଜଗନ୍ନାଥଙ୍କ ଶକ୍ତିଶାଳୀ ବ୍ର-ହ୍ମ ଯିଏ ଦେଖିବ ସିଏ ହେବ ଅନ୍ଧ ! ଦେଖନ୍ତୁ ଏହି କଥାର ସତ୍ୟତା

ଓଡ଼ିଶାର ପୁରୀ ଜିଲ୍ଲାରେ ୨୦୧୫ ମସିହା ଜୁନ ୧୫ ତାରିଖରେ ରାତିର ବିଳମ୍ବିତ ସମୟରେ ପୁରୀ ସହରକୁ ଇଲେକ୍ଟ୍ରି ସପ୍ଲାଇ ବନ୍ଦ କରାଯାଇଥିଲା।ସମଗ୍ର ପୁରୀ ସହର ଅନ୍ଧକାରମୟ ହୋଇଯାଇଥିଲା।କାରଣ ସେହି ଅନ୍ଧକାର ରାତିରେ ମହାପ୍ରଭୁ ଜଗନ୍ନାଥ ଙ୍କ ର ବ୍ରହ୍ମ ପରିବର୍ତ୍ତନ ହେବ।ଏହି ଶବ୍ଦଟି ଶୁଣି ଆପଣ ମାନେ ବୁଝି ପାରୁ ନଥିବେ।ବ୍ରହ୍ମ କହିଲେ ଭଗବାନ ଙ୍କ ହୃଦୟ କୁ ବୁଝାଇଥାଏ।ଆଜି କୁ ପ୍ରାୟ ପାଞ୍ଚ ହଜାର ବର୍ଷ ପୂର୍ବେ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଙ୍କ ମୃତ୍ୟୁ ଜରା ଶବର ଶର ଆଘାତରେ ହୋଇଥିଲା।
ଜରା ଶବର ଏବଂ ପାଣ୍ଡବ ମାନେ ଶ୍ରୀକୃଷ୍ଣ ଙ୍କ ଅନ୍ତିମ ସଂସ୍କାର କରିଥିଲେ।ଶ୍ରୀକୃଷ୍ଣ ର ସମସ୍ତ ଅଙ୍ଗରେ ନିଆଁ ଲାଗି ପୋଡ଼ି ଯାଇଥିଲା।କିନ୍ତୁ ନାଭି ଚକ୍ର ପାଖରେ ଥିବା ବ୍ରହ୍ମ ପୋଡ଼ି ନଥିଲା।ପାଣ୍ଡବ ମାନେ ସେହି ପିଣ୍ଡ କୁ ପାଣିରେ ଭସାଇ ଦେଇଥିଲେ।ପୁରୀ ସମୁଦ୍ର କୂଳରେ ଯାଇ ଲାଗିଥିଲା।ପରେ ଏହା ପୁରୀ ରାଜାଙ୍କୁ ସ୍ବପ୍ନ ହୋଇଥିଲା।ଏହି ପିଣ୍ଡ ଟି କୁ ବ୍ରହ୍ମ ବୋଲି କୁହାଯାଏ।ଏହି ବ୍ରହ୍ମ ଶ୍ରୀଜୀଉ ଙ୍କ ବିଗ୍ରହରେ ସ୍ଥାପନ ପରେ ପୂଜା କରାଯାଇଥାଏ।
କିନ୍ତୁ ଯେଉଁ ବର୍ଷ ଯୁଡା ଆଷାଢ଼ ମାସ ପଡେ ସେହି ବର୍ଷ ଏହି ବ୍ରହ୍ମ କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଗ୍ରହ ରୁ ବାହାର କରାଯାଇ ନୂଆ ବିଗ୍ରହ ରେ ସ୍ଥାପନ କରାଯାଇଥାଏ।ଏହାକୁ ନବ କଳେବର କୁହାଯାଏ। ଏହା ପ୍ରତି ୮ ବର୍ଷ,୧୧ ବର୍ଷ କିମ୍ବା ୧୯ ବର୍ଷରେ ପଡ଼ିଥାଏ।ଏହି ନବ କଳେବର ପରେ ପୁରୁଣା ବିଗ୍ରହ କୁ ପାତାଳୀ କରାଯାଇଥାଏ। ବ୍ରହ୍ମ କୌଣସି ସାଧାରଣ ଜିନିଷ ନୁହେଁ।ଏହି ବ୍ରହ୍ମ ରେ ବହୁତ ଶକ୍ତି ରହିଛି। ପୁରା ଦୁନିଆ କୁ ଧ୍ଵଂସ ମଧ୍ୟ କରିପାରେ।
ଏହି ବ୍ରହ୍ମ ପାଞ୍ଚ ବର୍ଷ ହୋଇଗଲାଣି ରହିଛି ଆଉ ଆଗକୁ ମଧ୍ୟ ରହିବ।କାରଣ ଏହାର ଅନ୍ତ ନାହିଁ।ଏହାକୁ ଛୁଇଁଲେ ଝଟକା ଲାଗିଥାଏ।ବ୍ରହ୍ମ ପରିବର୍ତ୍ତନ ସମୟରେ ମନ୍ଦିରର ମଧ୍ୟରେ ଥିବା ସେବାୟତ ଏବଂ ଦଇତାପତି ହାତରେ ଗାମୁଛା ଗୁଡ଼ାଇ ଓ ଆଖିରେ ପଟି ବାନ୍ଧି ବ୍ରହ୍ମ କୁ ସ୍ଥାନ ପରିବର୍ତ୍ତନ କରିଥାନ୍ତି।କାରଣ ଖାଲି ଆଖିରେ ରହିଲେ ବ୍ରହ୍ମ ର ଉଜ୍ଜ୍ୱଳ ଆଲୋକରେ ଆଖି ଓ ଖୋଲା ହାତରେ ସ୍ପର୍ଶ କରିଲେ ଶରୀରକୁ କ୍ଷତି ହୋଇପାରେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button