ଜ୍ୟୋତିଷ

ସତ ହେଲା Malika Bachana ଦେଖନ୍ତୁ ଗୋଟିଏ ପରେ ଗୋଟିଏ ମିଳିଲା ସ୍ପଷ୍ଟ ପ୍ରମାଣ

ମହାପୁରୁଷ ମାନେ ମାଳିକା ବଚନରେ ଯାହା ଉଲ୍ଲେଖ କରିଛନ୍ତି ତାହା ବର୍ତ୍ତମାନ ସତ ହେବାରେ ଲାଗିଛି। ଯାହାର ପ୍ରମାଣ ଆଖି ସାମ୍ନାରେ ସମସ୍ତେ ଦେଖୁଛନ୍ତି। ପୁଅ ବାପାଙ୍କୁ ମାଡ଼ ମାରିବେ।ଖାଦ୍ୟରେ କିଛି ସ୍ଵାଦ ରହିବ ନାହିଁ।ଗୋମାତା ଙ୍କ ସହିତ ଅତ୍ୟାଚାର ହେବ।ଏହା ହେଉଛି ମହାପୁରୁଷ ଙ୍କ ର ସୃଷ୍ଟି ପାଇଁ ଭବିଷ୍ୟ ବାଣୀ।ମାଳିକା ର ସେହି ଗୋଟି ଗୋଟି ଅକ୍ଷର ଆଜି କେବଳ ଯେ ସତ ହୋଇନାହିଁ ପୁଣି ପ୍ରମାଣିତ ହୋଇ ସାମ୍ନାରେ ଦେଖିବାକୁ ମିଳୁଛି।
ଘୋର କଳି କାଳରେ ମାଳିକା ର କଟୁ କଥନ ଲୋକଙ୍କୁ ବିଶ୍ୱାସ ନ ହେଉଥିଲେ ମଧ୍ୟ ବର୍ତ୍ତମାନ ସବୁ ଗୋଟି ଗୋଟି କରି ଘଟୁଛି। କଳି ର ଚାଲିଛି ମହା ଭୟଙ୍କର ଲଢେଇ।ସତ୍ୟ ଏବଂ ଅସତ୍ୟ ର ଲଢେଇ।
ଆଉ ଏମିତି ରେ ଅସତ୍ୟ ର ଭାର ଆଜି ଧରା ପୃଷ୍ଠରେ ବଢ଼ି ବଢ଼ି ଚାଲିଛି।ଯାହାକି କହିପାରିବା ମାଳିକା ବଚନରେ ସବୁ ଆଗରୁ ଲେଖା ସରିଥିଲା।ମହାପୁରୁଷ ମଣିଷ ଙ୍କ ହିତ ପାଇଁ କରିଥିଲେ ଏହି ଭବିଷ୍ୟ ବାଣୀ।
ଏହା ସହିତ ମଣିଷ ଙ୍କୁ ଦେଇଥିଲେ କିଛି ନୀତି ନିୟମ।ସବୁକିଛି ଏଠାରେ ମଣିଷ ଭୁଲି ସାରିଲେଣି।ସୃଷ୍ଟି ପାଇଁ ମହାପୁରୁଷ ସବୁକିଛି ବର୍ଣ୍ଣନା କରି ସାରିଥିଲେ।ମଣିଷ ମଣିଷ ଭିତରେ ହେବ ରକ୍ତପାତ। ବହିବ ରକ୍ତର ନଦୀ।ମଣିଷର କାମନା ବାସନା ଲୋଭ ମୋହ ତାକୁ ତା ଭିତରେ ହିଁ ଲଢ଼େଇ କରାଇବ।ମଣିଷ ତାର କାମନାର ନିଆଁ ରେ ଏଭଳି ଯେ ଅନ୍ଧ ହୋଇଯିବେ ସେ ନିଜ ଆଉ ପର ଭିତରର ପାର୍ଥକ୍ୟ ମଧ୍ୟ ଭୁଲି ଯିବେ।
ଠିକ୍ କେଉଁଟା ଆଉ ଭୁଲ୍ କେଉଁଟା ବିଚାର ମଧ୍ୟ କରିପାରିବେ ନାହିଁ।ମାଂସ ଭକ୍ଷଣ କରିବା ମଣିଷ ଜୀବ ମାନଙ୍କୁ ହ-ତ୍ୟା କରିବେ।ପୁଣିଥରେ ଦିନେ ଏଭଳି ସମୟ ଆସିବ ଯେବେ ମଣିଷ ମଣିଷ ର ହିଁ ରକ୍ତ ପାନ କରିବେ। କଳି କାଳ ର ପ୍ରଭାବରେ ମଧ୍ୟ କୌଣସି ଖାଦ୍ୟର ବାସ୍ନା ପାଇବେ ନାହିଁ ।ମଣିଷ ର ଲୋଭ ତାକୁ ଏମିତି ଗ୍ରାସିବ ଯେ ସେ ନିଜ ସ୍ବାର୍ଥ ପାଇଁ ମଣିଷ ର ତଣ୍ଟି ଚିପିବେ।ଯାହାକି ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବାକୁ ମିଳୁଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button