ଜ୍ୟୋତିଷ

କିଏ ନନ୍ଦୀ କେମିତି ହେଲେ ମହାଦେବଙ୍କ ବାହାନ ଜାଣନ୍ତୁ କାହିଁକି Mahadev ଙ୍କ ଆଗରୁ ଶୁଣନ୍ତି Nandi

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଥିବେ ଶିବଙ୍କ ବାହନ ହେଉଛନ୍ତି ନନ୍ଦୀ। ମହେଶ୍ବର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଉପଶକ୍ତି, ଅନ୍ୟାୟ ଓ ଅନୀତିକୁ ଦୂର କରି ସଂସାରକୁ ସୁଖ ପ୍ରଦାନ କରିଥାନ୍ତି। ନନ୍ଦୀ ଶିବଙ୍କ ର ପ୍ରଧାନ ପାର୍ଶ୍ଵଚର ଅଟନ୍ତି। ସବୁ ଶିବ ମନ୍ଦିରର ସମ୍ମୁଖରେ ନନ୍ଦୀଙ୍କୁ ବୃଷଭ ରୂପରେ ସ୍ଥାପିତ ହେବାର ଦେଖିବାକୁ ମିଳିଥାଏ। ମହାଦେବଙ୍କ ର ପ୍ରିୟ ବାହନ ହେଇଛନ୍ତି ନନ୍ଦୀ। ନନ୍ଦୀଙ୍କୁ ଭଗବାନ ଶିବଙ୍କ ଦ୍ଵାରପାଳ ମଧ୍ୟ କୁହାଯାଏ। ଯେଉଁଠି ଭଗବାନ ଶିବ ବାସ କରିଥାଆନ୍ତି ସେଠାରେ ମଧ୍ୟ ନନ୍ଦୀ ମହାରାଜ ରହିଥାନ୍ତି।
ସେଥିପାଇଁ ନନ୍ଦୀଙ୍କ ପ୍ରତିମା ଶିବ ମନ୍ଦିର ବାହାରେ ବିରାଜମାନ ହୋଇଥାଏ। ଶିବ ପୁରାଣରେ ନନ୍ଦୀଙ୍କର ଜନ୍ମ ବୃତାନ୍ତ ରହିଛି। ନନ୍ଦୀ ହେଉଛନ୍ତି ଶିଳାନ୍ଦ ମୁନିଙ୍କ ର ପୁତ୍ର ଅଟନ୍ତି। ଯାହାଙ୍କର ଜନ୍ମ ମାତୃଗର୍ଭରୁ ନହୋଇ ଶିବଙ୍କ ର କୃପାରୁ ହୋଇଥିଲା। ବନ୍ଧୁଗଣ ଆସନ୍ତୁ ଜାଣିବା ଶିବ ମନ୍ଦିରରେ କ’ଣ ପାଇଁ ପ୍ରଥମେ ନନ୍ଦୀଙ୍କୁ ଦର୍ଶନ କରାଯାଏ। ନନ୍ଦୀଙ୍କୁ ଭକ୍ତି ଓ ଶକ୍ତିର ପ୍ରତୀକ ବୋଲି କୁହାଯାଏ। କଥାରେ ଅଛି ଭଗବାନ ଶିବଙ୍କୁ ଯଦି ଦର୍ଶନ କରିବାକୁ ଚାହୁଁଥାନ୍ତି, ତେବେ ନନ୍ଦୀ ହିଁ ସର୍ବ ପ୍ରଥମେ ଭକ୍ତିର ପରୀକ୍ଷା ନେଇଥାଏ ଆଉ ଏହାପରେ ହିଁ ଶିବଙ୍କ ଦର୍ଶନ ମିଳିଥାଏ।
କୁହାଯାଏ ଯେ ନନ୍ଦୀଙ୍କ ପୂଜା ବିନା ମହାଦେବଙ୍କ ପୂଜା ଅଧା ଅଟେ। ତେବେ ନନ୍ଦୀଙ୍କ କାନରେ ନିଜର ମନସ୍କାମନା କହିବାର ପରମ୍ପରା ରହିଆସିଛି।ମାନ୍ୟତା ରହିଛି ଯେ ଭଗବାନ ଶିବ ସବୁବେଳେ ତପସ୍ୟାରେ ଲୀନ ରହିଥାନ୍ତି। ତେଣୁ ଭକ୍ତ ମାନଙ୍କର ମନସ୍କାମନା ପ୍ରଥମେ ଶୁଣିଥାନ୍ତି ନନ୍ଦୀ ଓ ମହାଦେବଙ୍କ ତପସ୍ୟା ଶେଷ ହେବାପରେ ନନ୍ଦୀ ଭକ୍ତ ମାନଙ୍କ ମନସ୍କାମନା ବିଷୟରେ ଜଣାଇଥାନ୍ତି। ଏହାପରେ ମହାଦେବ ତାଙ୍କ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ତେଣୁ ପ୍ରତ୍ୟେକ ଶିବ ମନ୍ଦିରରେ ନନ୍ଦୀଙ୍କ ଦର୍ଶନ ପ୍ରଥମେ ହୋଇଥାଏ। ଆଉ ତାପରେ ଭଗବାନ ଶିବଙ୍କ ଦର୍ଶନ ହୁଏ।
ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ବେଳେ ଯେଉଁ ବସୁ ସମୁଦ୍ରରୁ ବାହାରିଥିଲା ତାକୁ ନେଇ ଦେଵତା ଓ ଅସୁରଙ୍କ ମଧ୍ୟରେ ଲଢେଇ ଲାଗିଥିଲା। ଏହି ସମୟରେ ମହାଦେବ ମନ୍ଥନରୁ ବାହାରିଥିବା ବିଷକୁ ପାନ କରି ସଂସାରକୁ ରକ୍ଷା କରିଥିଲେ। ଏହି ସମୟରେ ବିଷର କିଛି ବୁନ୍ଦା ଭୂମି ଉପରେ ପଡ଼ିଯାଇଥିଲା, ଯାହାକି ନନ୍ଦୀ ନିଜେ ପାନ କରିଦେଇଥିଲେ। ନନ୍ଦୀଙ୍କ ର ଏହି ପ୍ରେମ ଓ ନିଷ୍ଠାକୁ ଦେଖି ନନ୍ଦୀଙ୍କୁ ମହାଦେବ ଶିବ ସବୁଠାରୁ ବଡ଼ ଭକ୍ତର ଉପାଧି ଦେଇଥିଲେ। ଆଉ ମହାଦେବ ଶିବଙ୍କ ର ପ୍ରିୟ ହେଇଛନ୍ତି ନନ୍ଦୀ ମହାରାଜ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button