ଜ୍ୟୋତିଷ

ଏଠାରେ କ୍ଷୀର ପିଉଛନ୍ତି ବୃଷଭ ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ୟ୍ଯ ଚକିତ ହୋଇଯିବେ

ଶିବ ମନ୍ଦିର ରେ ଦେଖିବାକୁ ମିଳିଛି ଏକ ଅଜବ ପ୍ରକାରର ଦୃଶ୍ୟ।ବୃଷଭ କ୍ଷୀର ପିଉଥିବାର ଦେଖିବାକୁ ମିଳିଛି।ଏହି କଥାଟି ଶୁଣିବା ପରେ ଆପଣମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିବେ।କିନ୍ତୁ କଥାଟି ବାସ୍ତବରେ ସତ ଅଟେ।ଭିଡିଓ ଟି ଦେଖିବା ପରେ ଦର୍ଶକ ମାନେ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛନ୍ତି।ଏହି ଘଟଣା ଟି ବଲାଙ୍ଗୀର ଜିଲ୍ଲା ପାଟଣା ଗଡ଼ ଅନ୍ତର୍ଗତ କପିଳେଶ୍ୱର ବାବା ମନ୍ଦିରରେ ଦେଖିବାକୁ ମିଳିଛି।
ଶିବ ମନ୍ଦିର ରେ ବୃଷଭ କ୍ଷୀର ପିଉଥିବା ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଯାହାଫଳରେ ମନ୍ଦିରରେ ହଜାର ହଜାର ଭକ୍ତ ଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।ଦୀର୍ଘ ପାଞ୍ଚ ବର୍ଷ ହୋଇଗଲାଣି ଏହି ମନ୍ଦିର ଟି ନିର୍ମାଣ କରାଯାଇଥିଲା।ଭକ୍ତ ମାନେ ଏହି ମନ୍ଦିର କୁ ଆସି ପୂଜା କରିଥାନ୍ତି।
କିନ୍ତୁ ଗତକାଲି ପୂଜା କରିବା ବେଳେ ମନ୍ଦିର ରେ ଥିବା ବୃଷଭ ଙ୍କୁ ପାଣି ଏବଂ କ୍ଷୀର ଦେଲା ବେଳେ ଆପେ ଆପେ ଚାମୁଚ ରେ କ୍ଷୀର କେଉଁଆଡେ ଗାୟବ୍ ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବୃଷଭ ଙ୍କ ପାଟିରେ ଯେତେବେଳେ ଚାମୁଚ ରେ କ୍ଷୀର ଦେଉଥିଲେ ସେତେବେଳେ ଚାମୁଚ ରୁ କ୍ଷୀର ରହୁ ନଥିଲା। ତାହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଏହାପରେ ବୃଷଭ କ୍ଷୀର ପିଉଥିବା ନେଇ ଖବର ପବନ ବେଗରେ ଚାରିଆଡ଼େ ପ୍ରଚାର ହୋଇଗଲା।ଏହାପରେ ଆଖପାଖ ର ଗ୍ରାମର ଲୋକମାନେ ଦେଖିବା ପାଇଁ ମନ୍ଦିର କୁ ଯାଇଥିଲେ।ଗତକାଲି ଦିନ ସାରା ମହିଳା ମାନେ ବୃଷଭ କୁ କ୍ଷୀର ପିଆଉଥିବାର ଦେଖିବାକୁ ମିଳିଛି। ଏହି ଘଟଣା ଟି ବର୍ତ୍ତମାନ ପାଖାପାଖି ଅଞ୍ଚଳରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button