ଜ୍ୟୋତିଷ
ଧନତେରସ ଦିନ ଭୁଲରେ କିଣନ୍ତୁ ନାହିଁ ଏହି ସବୁ ଜିନିଷ ନହେଲେ ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ ଜାଣନ୍ତୁ କଣ କିଣିବେ କଣ ନାହିଁ

ଧନତରେଶ୍ ରେ ଲୋକମାନେ ଖୁସି ହୋଇ ଅନେକ ଜିନିଷ କିଣି ଥାନ୍ତି।କିନ୍ତୁ ମାନ୍ୟତା ରହିଛି ଯେ ଏପରି କିଛି ଜିନିଷ କିଣି ଘରକୁ ଆଣିଲେ ଅଶୁଭ ହୋଇଥାଏ।ଯାହାର ନକାରାତ୍ମକ ପ୍ରଭାବ ବ୍ୟକ୍ତି ଙ୍କ ଉପରେ ପଡ଼ିଥାଏ। ଭୁଲ ରେ ଯଦି କିଛି ଏପରି ଜିନିଷ କିଣିବେ ତାହେଲେ ମହା ଲକ୍ଷ୍ମୀ କୋପ କରିଥାନ୍ତି ଏବଂ ସେ ଘରୁ ଚାଲି ଯାଇଥାନ୍ତି।ଧନତରେଶ୍ ର ଶୁଭ ଫଳ ପାଇବେ ନାହିଁ।
ଧନତରେଶ୍ ର ଶୁଭ ଅବସରରେ ଲୁହା ଆଉ କାଚ ରେ ନିର୍ମିତ ହୋଇଥିବା ଜିନିଷ କିଛି କିଣନ୍ତୁ ନାହିଁ।କାରଣ କାଚରେ ରାହୁ ବାସ କରିଥାନ୍ତି।ଖାଲି ବାସନ ମଧ୍ୟ ବଜାରରୁ କିଣି ଘରକୁ ଆଣିବେ ନାହିଁ।ଯଦି ବି ଖାଲି ବାସନ୍ ଏବଂ କଳସ କିଣୁଛନ୍ତି ତାହେଲେ ସେଥିରେ ଧାନ ଆଉ ପାଣି ଭର୍ତ୍ତି କରି ଆଣିବା ଉଚିତ।ଏହିଦିନ ମାଟି ଆଉ ପିତ୍ତଳ ର ବାସନ୍, ମୂର୍ତ୍ତି ଓ ଅନ୍ୟ ବସ୍ତୁ ଓ ପୋଷାକ କିଣିବା ଆବଶ୍ୟକ।
ଏପରି ଜିନିଷ କିଣିବେ ଯେଉଁ ଥିରେ ସକରାତ୍ମକ ପ୍ରଭାବ ପକାଇଥାଏ।ଧନ ଦେବୀ ମହା ଲକ୍ଷ୍ମୀ ଏଵଂ ଧନର ଦେବତା କୁବେର ଙ୍କୁ ଭଲ ଭଲରେ ପୂଜା କରନ୍ତୁ।ଧନତରେଶ୍ ଦିନ ଆଲୁ ମିନୀୟମ୍ ଏବଂ ଷ୍ଟିଲ ର ଜିନିଷ କିଣନ୍ତୁ ନାହିଁ।ମାନ୍ୟତା ରହିଛି କି ଆଲୁ ମିନୀୟମ୍ ଏବଂ ଷ୍ଟିଲ ର ବାସନ କିଣିଲେ ବା ଅନ୍ୟ ବସ୍ତୁ କିଛି ଆଣିଲେ ମହା ଲକ୍ଷ୍ମୀ କୋପ କରିଥାନ୍ତି।ଏବଂ ଘରେ ଦାରିଦ୍ରତା ଦେଖା ଦେଇଥାଏ।ଆଲୁ ମିନୀୟମ୍ ରେ ମଧ୍ୟ ରାହୁ ର ପ୍ରଭାବ ରହିଥାଏ।
ଏହାକୁ ଦୁର୍ଭାଗ୍ୟ ର ସୂଚନା ଭାବେ ମାନିଥାନ୍ତି। ପ୍ଲାଷ୍ଟିକ ର ବସ୍ତୁ ମଧ୍ୟ କିଣିବା ଅଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଧନତରେଶ୍ ଦିନ ଆପଣମାନେ ପ୍ଲାଷ୍ଟିକ ର ଜିନିଷ ଘରକୁ ନେଇକି ଆସିବେ ତାହେଲେ ଟଙ୍କା ପଇସା କମ୍ ରୋଜଗାର ହୋଇପାରେ। ତେଣୁ ଧନତରେଶ୍ ଦିନ ଯାହାବି କିଣିବେ ଭାବିଚିନ୍ତି କିଣିବା ନିହାତି ଆବଶ୍ୟକ।