ଜ୍ୟୋତିଷ

ସୁନା ପଥର ମହିଳା ମାନଙ୍କୁ ସ୍ପଷ୍ଟ କରିବାକୁ ନାହିଁ ଅନୁମତି କାରଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏହା ଆମର ହେଉଛି ରହସ୍ୟମୟ ପୃଥିବୀ। ପ୍ରକୃତିର କୋଳରେ ଆଜି ବି ଅନେକ କଥା ରହସ୍ୟ ହୋଇ ରହିଯାଇଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ତାର ତଥ୍ୟକୁ ଖୋଜି ପାଇପାରିନାହିଁ। ସେମିତି ଏକ ରସ୍ୟମୟ ଘଟଣା ଦେଖିବାକୁ ମିଳିଛି ମିଆଁମାରରେ।
କାହାଣୀ ଶୁଣିଲେ ଆପଣ ନିଶ୍ଚୟ ଆଶର୍ଯ୍ୟ ହୋଇଯିବେ। ଆପଣ ଦେଖୁଥିବା ଏହି ସୁନ୍ଦର ପଥର। ଏମିତି ସେମତି ପଥର ନୁହେଁ, ଏହାକୁ ନେଇ ରହିଛି ଅନେକ କିଛି କଥା। ଭୂମି ଠାରୁ ପ୍ରାୟ ୧୧ଶହ ମିଟର ଉଚ୍ଚରେ ରହିଛି ଏହି ଭାରି ସୁବର୍ଣ୍ଣ ପଥର। ଯାହାକୁ ଗୋଲଡେନ୍‌ ରକ୍‌ ବୋଲି କୁହାଯାଏ। ଏହି ପଥର ଗୋଟିଏ ଖାଲ ଉପରେ ରହିଛି।
ଏହି ପଥର ଆଡ଼କୁ ଢଳେ ନାହିଁ। ଗୋଲଡେନ୍‌ ରକ୍‌ ସହ ଭଗବାନ ବୌଦ୍ଧଙ୍କ କିଛି ସମ୍ପର୍କ ଥିବା ମଧ୍ୟ କୁହାଯାଏ। ଐତିହାସିକ ତଥ୍ୟ ଅନୁସାରେ ଏହି ପଥର ଭଗବାନ ବୌଦ୍ଧଙ୍କ କେଶ ଉପରେ ରହିଥାଏ ବୋଲି ବିଶ୍ୱାସ ରହିଛି। ଯାହାକୁ ଏକାଦଶ ଶତାବ୍ଦୀରେ ଜଣେ ବୌଦ୍ଧ ଭିକ୍ଷୁ ଏକ ଖାଲରେ ରଖିଥିଲେ।
ସେବେଠାରୁ ଏହି ପଥର କେବେ କୌଣସି ସ୍ଥାନକୁ ଘୁଞ୍ଚିନାହିଁ। କି କେହି ଘୁଞ୍ଚାଇ ହୋଇ ପାରିନାହାନ୍ତି। କେବଳ ଏହି ପଥରକୁ ଅନ୍ୟସ୍ଥାନକୁ ଜଣେ ମହିଳା ଘୁଞ୍ଚାଇପାରିବେ। ତେଣୁ ଏହାକୁ ଛୁଇଁବାକୁ ମହିଳାମାନଙ୍କୁ ଅନୁମତି ଦିଆଯାଇନାହିଁ। କେବଳ ମହିଳାମାନେ ଏହି ପଥରକୁ ଦୂରରୁ ଦେଖିବାକୁ ଅନୁମତି ଦିଆଯାଇଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button