ଦେଶ- ବିଦେଶ

ଏଇଟା ସୁପ୍ରିମକୋର୍ଟ, କଫି ଶପ୍‌ ନୁହେଁ: ଆଇନଜୀବୀଙ୍କୁ ଏମିତି ତାଗିଦ କଲେ ସିଜେଆଇ

ମାଜ ଡିଜିଟାଲ ଡେସ୍କ: ଏଇଟା ସୁପ୍ରିମକୋର୍ଟ। କଫି ଶପ୍‌ ନୁହେଁ। ଏଠାରେ ୟେଃ, ୟେଃ, ୟେଃ, ୟେଃ କୁହନ୍ତୁନି। ୟେସ୍‌ କୁହନ୍ତୁ। ଏମିତି କଡ଼ା ଭାଷାରେ ଜଣେ ଆଇନଜୀବୀଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼।

ସୋମବାର ସୁପ୍ରିମକୋର୍ଟରେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆଗତ ଏକ ପିଟିସନର ଶୁଣାଣି ହେଉଥିଲା।

ଏହି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଜଣେ ଆଇନଜୀବୀ ପୂର୍ବତନ ସିଜେଆଇଙ୍କ ବିରୋଧରେ ତଦନ୍ତ ଦାବି କରିଥିଲେ। ତେବେ ସିଜେଆଇ ଚନ୍ଦ୍ରଚୂଡ଼ ଆଇନଜୀବୀଙ୍କୁ ଏକ ପ୍ରଶ୍ନ କରିଥିଲେ। ପ୍ରଶ୍ନର ଉତ୍ତରରେ ଆଇନଜୀବୀ ଜଣକ ୟେଃ, ୟେଃ, ୟେଃ, ୟେଃ କହିଥିଲେ। ଏହା ଶୁଣି ସିଜେଆଇ ଉକ୍ତ ଆଇନଜୀବୀଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିବା ସହିତ ଏହା କୋର୍ଟ, କଫି ଶପ୍‌ ନୁହେଁ ଯେ ୟେଃ, ୟେଃ, ୟେଃ, ୟେଃ କହିବ। ୟେସ୍‌ କୁହ। ଏହା ପରେ ଉକ୍ତ ଆଇନଜୀବୀ କ୍ଷମାପ୍ରାର୍ଥନା କରି ଆଗକୁ ବଢ଼ିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button