ଜ୍ୟୋତିଷ

ଭୈରବୀ ଦେବେ ଏମିତି ଡାକ ଶୁଭିବ ଭୀମର ରଡି ଦେଖନ୍ତୁ କଣ କହୁଛି ମାଳିକା ବଚନ ( Malika Bachana )

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଏବେ ପୁଣି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି। ଭୈରବୀ ଡାକରେ ପ୍ରଚଣ୍ଡ ଶବ୍ଦରେ ଥରିଲା ୩ଟି ଜିଲ୍ଲା।
ଆସନ୍ତୁ ଆମେ ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା। ମାଳିକାରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ।
ସେହିସବୁ ଆଧ୍ୟାତ୍ମିକ ସ୍ଥାନ ଏବଂ ଦିବ୍ୟ ରହସ୍ୟ ଓ ତାର ମହାତ୍ମ୍ୟ ଜାଣିବା ପାଇଁ ମଧ୍ୟ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ।
ଏଠାରେ ଅନେକ ମାଳିକା ବର୍ଣ୍ଣିତ ଦିବ୍ୟ ତଥ୍ୟ ଉପରେ ଆଲୋଚନା କରିଥାନ୍ତି ଅନେକ ମାଳିକା ଭକ୍ତ ଏବଂ ସାଧୁ ବାବା ମାନେ।
ମହାପୁରୁଷ ମାନେ କିପରି ଠାର ଗାରରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା।
ତେବେ ଯୁଗ ଜନ୍ମା, ଦିବ୍ୟ ଚେତନାର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥାକୁ ଦିବ୍ୟ ରଚନାକୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।
ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି। ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।
ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।
ଆପଣ କେତେବେଳେ ଜାଣିବେ କଳି ଯୁଗର ଅନ୍ତ ହେବାକୁ ଯାଉଛି। ଏଥିପାଇଁ କଣ ସବୁ ସଂକେତ ଦେଖାଯିବ ସେ ବିଷୟରେ ମାଳିକାର ଲେଖାକୁ ବାବା ଦିବାକର ଦାସ୍ କହିଛନ୍ତି।
ତେବେ ବାବା ଦିବାକର ଦାସ କହିଛନ୍ତି ଯେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଶବ୍ଦ ଶୁଣାଯିବ, ରାଜ୍ୟ ତଥା ଦେଶରେ ମଧ୍ୟ କାହିଁକି ନାଁ ଶୂନ୍ୟର ଶବ୍ଦ ଶୁଣାଯିବ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ତାଳପତ୍ର ପୋଥିରେ ଲେଖି ଯାଇଥିଲେ।
ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ମାଳିକା ଶାସ୍ତ୍ରରେ କଲମ କରି ଯାଇଛନ୍ତି ଯେ, “ଶୂନ୍ୟରୁ ଶୁଭିବ ପ୍ରଚଣ୍ଡ ଶବ୍ଦ ଜାଣିଥାରେ ରାମ ତୁହି, କଳି ଶେଷ ବେଳେ ଏମନ୍ତ ଘଟିବ ଧ୍ୟାନେ ଅଚ୍ୟୁତ ଯେ କହି”।
ଅର୍ଥାତ ଏମିତି ସମୟ ଆସିବ ସେ ଶବ୍ଦ ଏଭଳି ଶବ୍ଦ ହେବ ଯେ ମୃଦନାଘାତ ହେବ ଏବଂ ଅନେକ ଲୋକ ଏ ଶବ୍ଦ ଶୁଣିକି ମୃ-ତ୍ୟୁ ମୁଖରେ ମଧ୍ୟ ପଡିବେ।
ଆଉ ଯେତେବେଳେ କଳିର ଶେଷ ସମୟ ଆସିବ ଆସିଯିବ ସେତେବେଳେ “ମଣିଷ ଅଗ୍ୟମେ କରିବେ ଗମନ ଲେଉଡିବେ ନିଗମ ବଚନ ତେଣୁ ହୋଇବେ ଅଳ୍ପାୟୁଶ ପାପେ ସକଳ ଜୀବନାଶ”।
ତେବେ ଏହି ଭୈରବୀ ଡାକ ଆଉ ଅଧିକ ଦିନ ନୁହେଁ ଏହାର ସମୟ ପାଖେଇ ଆସିଲାଣି ଏବଂ ଏହାର ଡାକରେ ବିଶେଷ କ୍ଷତି ହେବ ୩ଟି ଜିଲ୍ଲା ଏବଂ ପ୍ରଚଣ୍ଡ ଶବ୍ଦରେ ଏହି ତିନି ଜିଲ୍ଲା ଥରିବ ବୋଲି ମହାପୁରୁଷ ଦିବାକର ଦାସ ତାଙ୍କ ମାଳିକା ବିଚାରରେ କହିଥିଲେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button