ଜ୍ୟୋତିଷ

ଆଜିର ରାଶିଫଳ, ମଙ୍ଗଳ ବାର 10/01/2023 ଜାଣନ୍ତୁ କେଉଁ ରାଶି ରେ ଅଛି ଘାତବାର

ଆଜି ହେଉଛି ୧୦ ଜାନୁଆରୀ।ମଙ୍ଗଳବାର।୨୦୨୩। ଆଜି ହେଉଛି ସଙ୍କଟ ଚତୁର୍ଥୀ ବ୍ରତ।ପୂଜାର୍ଚ୍ଚନା କରିଲେ ଯାହା ସଙ୍କଟ ରହିଥିବ ତାହା ଦୂରୀଭୂତ ହେବ।
ଆପଣମାନେ ମୂଳାକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସମ୍ପର୍କ ରେ ଜାଣନ୍ତୁ।
ମେଷ:-
ସୁଭ ପ୍ରଦ ରହିଛି। କର୍ମ ଜୀବନ ଅନୁକୂଳ ରହିବ।ପାରିବାରିକ ଜୀବନ ରେ ଯଦି କିଛି ଅସୁବିଧା ହେଉଥିବା ତାହା ଦୂରୀଭୂତ ହେବ।କର୍ମ କ୍ଷେତ୍ରରେ ଉଛ ପ୍ରଶଂସା ଲାଭ କରିବେ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ ପାଇବେ।ଅଧିକ ଟଙ୍କା ରୋଜଗାର କରି ପାରିବେ। ବନ୍ଧୁ ଙ୍କ ସହିତ ଭେଟ କରିବେ।ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିପାରେ।ଏଥିରେ ଯୋଗଦାନ କରିବେ।
ଶୁଭ ରଙ୍ଗ ହେଉଛି ହଳଦୀ,ସୁନେଲି।
ବୃଷ:-
କୌଣସି ଖାଇବା ପିଇବା ରେ ଅସୁବିଧା ଯୋଗୁ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ।ପାରିବାରିକ ଜୀବନ ଭଲ ରହିବ।ବନ୍ଧୁ ବାନ୍ଧବ ଙ୍କ ଗହଣରେ ସମୟ ଅତିବାହିତ କରିବେ।ଦୂର ଯାତ୍ରା କରିବାର ଯୋଗ ରହିଛି।ବ୍ୟବସାୟୀ ମାନେ ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ କରିବେ।
ମିଥୁନ:-
କର୍ମ ଜୀବନ ଅନୁକୂଳ ରହିବ।କୌଣସି ସମ୍ପର୍କୀୟଙ୍କ ଦ୍ଵାରା କିଛିଟା ବାଧା ଭୀଘ୍ନ ପରିସ୍ଥିତି ଉପୁଜି ପାରେ।ପାରିବାରିକ ଜୀବନ ରେ ଛୋଟ ଛୋଟ ସମସ୍ୟା ଦେଖା ଦେବ।ଦାମ୍ପତ୍ୟ ଜୀବନରେ ମଧ୍ୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇପାରେ।ବହୁତ ଖର୍ଚ୍ଚ ହେବ।କୌଣସି ଦ୍ରବ୍ୟ ପ୍ରାପ୍ତ କରିବେ।ଅପରାହ୍ନ ସମୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି।
କର୍କଟ:-
ଦେହ, ମନ ସମ୍ପୂର୍ଣ୍ଣ ରୂପରେ ଭଲ ରହିବ।ପାରିବାରିକ ଜୀବନ ରେ ଯାହାବି ଅସୁବିଧା ରହିଥିବ ତାହା ଦୂର ହୋଇଯିବ।ବନ୍ଧୁ ବାନ୍ଧବ ଙ୍କ ସହିତ ସମ୍ପର୍କ ଉତ୍ତମ ରହିବ।ବନ୍ଧୁ ବାନ୍ଧବ ଙ୍କ ଗହଣରେ ସମୟ ଅତିବାହିତ କରିବେ।ଦାମ୍ପତ୍ୟ ଜୀବନ ସୁଖମୟ ହେବ।କର୍ମ କ୍ଷେତ୍ରରେ କର୍ମ ଚାପ ଥିଲେ ସେଥିରୁ ମୁକ୍ତି ପାଇ ପାରିବେ।
ସିଂହ:-
ଅନୁକୂଳ ରହିବ।ସନ୍ତାନ ମାନଙ୍କର କାର୍ଯ୍ୟ କଳାପ କୁ ନେଇ ପୂର୍ବରୁ ଯେଉଁ ଚିନ୍ତିତ ରହୁଥିଲେ ତାହା ଦୂର ହୋଇଯିବ।ମା ଙ୍କ ପାଖରୁ ଗୋଟିଏ ଉପହାର ପାଇବେ। ସ୍ୱାସ୍ଥ୍ୟ ଗତ ସମସ୍ୟା ରହିଥିଲେ ତାହା ଦୂର ହୋଇଯିବ।ଭାଇ ଭାଇ ମଧ୍ୟରେ ଯଦି ଦୁରତ୍ଵ ବଢ଼ି ଯାଇଥିବ ତାହା ଦୂରୀଭୂତ ହେବ।ପାଖ ପଡୋଶୀ ଙ୍କ ସହିତ ସୁ ସମ୍ପର୍କ ରହିବ।ଶୁଭ ରଙ୍ଗ ହେଉଛି ଲାଲ୍ ଆଉ ହଳଦିଆ।
କନ୍ୟା:-
ଦେହ, ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ।ପାରିବାରିକ ଜୀବନ ରେ ଯଦି କିଛି ଅସୁବିଧା ହେଉଥିବା ତାହା ଦୂରୀଭୂତ ହେବ। ପତି ପତ୍ନୀ ଙ୍କ ମଧ୍ୟରେ ଭୁଲ ବୁଝାମଣା ରହିଥିଲେ ତାହା ମଧ୍ୟ ଦୂରୀଭୂତ ହେବ।ସନ୍ତାନ ମାନେ ଶୁଭ ଫଳ ପ୍ରାପ୍ତ କରିବେ।କର୍ମ କ୍ଷେତ୍ରରେ କିଛିଟା ଚାପ ଯୋଗୁ ପରିବାର ରେ ସମୟ ଦେଇ ପାରିବେ ନାହିଁ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ ପାଇବେ।ଶୁଭ ରଙ୍ଗ ହେଉଛି ସବୁଜ,ନୀଳ, କମଳା ଆଉ ଗୋଲାପି।
ତୁଳା:-
ଶୁଭ ପ୍ରଦ ରହିଛି।ଭାଇ ଭଉଣୀ ପ୍ରତି ସମ୍ମାନ ରହିବ।ଭାଇ ଭଉଣୀ ଙ୍କ ଭିତରେ ଯଦି ମତାନ୍ତର ହୋଇଥିବ ତାହା ଦୂର ହେବ।ବନ୍ଧୁ ଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିବେ।ମା ଙ୍କ ର ସ୍ବାସ୍ଥ୍ୟ ଗତ ସମସ୍ୟା କୁ ସାମାନ୍ୟ ଚିନ୍ତିତ ହୋଇ ପାରନ୍ତି।ନଚେତ୍ ମା ଙ୍କ ର କୌଣସି ଉପଦେଶ ନ ମାନି ଅନୁତାପ କରନ୍ତି।କୌଣସି ଶୁଭ ସମ୍ବାଦ ଶୁଣିବାକୁ ପାଇବେ।
ବିଛା:-
କର୍ମ କ୍ଷେତ୍ରକୁ ନେଇ ଦୂର ଯାତ୍ରା କରିବେ।କର୍ମ କ୍ଷେତ୍ରରେ ଚାପ ଥିଲେ ତାହା ଦୂରୀଭୂତ ହୋଇଯିବ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ ପାଇବେ।ବନ୍ଧୁ ବାନ୍ଧବ ଙ୍କ ଗହଣରେ ସମୟ ଆନନ୍ଦରେ ଅତିବାହିତ କରିବେ।ଅପରାହ୍ନ ସମୟରେ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିବେ।
ଧନୁ:-
ଶୁଭ ପ୍ରଦ ରହିଛି।ପାରିବାରିକ ଜୀବନ ସୁଖମୟ ରହିବ।କୌଣସି ବାଧା ବିଘ୍ନ ଥିଲେ ତାହା ଦୂରୀଭୂତ ହେବ।ସ୍ବାସ୍ଥ୍ୟ ଗତ ସମସ୍ୟା ରହିଥିଲେ ତାହାର ସମାଧାନ ମଧ୍ୟ ପାଇବେ।ସନ୍ତାନ ଙ୍କ ର କୌଣସି କର୍ମ କୁ ନେଇ ସାମାନ୍ୟ ଚିନ୍ତିତ ରହିବେ।ଶୁଭ ରଙ୍ଗ ହେଉଛି ହଳଦୀ।
ମକର:-
ଦାମ୍ପତ୍ୟ ଜୀବନରେ କିଛିଟା କଳହ ଦେଖା ଦେଇପାରେ।ପୂର୍ବରୁ କୌଣସି ବିବାଦ ରହିଥିଲେ ତାହା ଦୂରୀଭୂତ ହେବ।ଭାଇ ମାନଙ୍କ ସହିତ ସାଧାରଣ କଥାକୁ ନେଇ ମତଭେଦ ଦେଖା ଦେଇପାରେ। ଟଙ୍କା ରୋଜଗାର କରିବେ।କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ।
କୁମ୍ଭ:-
ସତର୍କତା ସହିତ ଚଳନ୍ତୁ। ଆୟ ଅପେକ୍ଷା ବ୍ୟୟ ଭାର ବଢିଯିବ।ବହୁତ ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି।ପାଣିରେ ସଂଯମତା ରକ୍ଷା କରନ୍ତୁ।ବିବାଦ ଦେଖା ଦେଇପାରେ।ବିବାଦ କାରଣରୁ ମନ ଭଲ ରହିବ ନାହିଁ।ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ।
ମୀନ:-
ଶୁଭ ପ୍ରଦ ରହିବ।କର୍ମ କ୍ଷେତ୍ରରେ କିଛି ନୂତନ କର୍ମ ପାଇପାରିବେ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ ପାଇବେ।ଅଧିକ ଟଙ୍କା ରୋଜଗାର କରି ପାରିବେ।ପାରିବାରିକ ଜୀବନ ସୁଖମୟ ହେବ। ବନ୍ଧୁ ଙ୍କ ସହିତ ଉତ୍ତମ ଭଜନ ସହିତ,ଉତ୍ତମ ଖାଦ୍ୟପେୟ ସହିତ ସମୟ ଅତିବାହିତ କରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button