ଜ୍ୟୋତିଷ

ଶରୀରରେ ଯଦି ଝିଟିପିଟି ଖସିପଡେ ତେବେ ଏହାର ଅର୍ଥ କଣ ହୋଇଥାଏ ? ଏହା ଆମକୁ କି ପ୍ରକାର ସୂଚନା ଦେଇଥାଏ

ବନ୍ଧୁଗଣ ଅନେକଙ୍କ ଘରେ ଘରେ ଝିଟିପିଟି ଦେଖିବାକୁ ମିଳିଥାଏ । ତେବେ ଝିଟିପିଟିକୁ ନେଇ ଅନେକ ଜ୍ଯୋତିଷ ସମ୍ବଦ୍ଧୀୟ କଥା ରହିଛି । ଯାହାକି ଆମକୁ ଝିଟିପିଟି ଦେଖିବା ଦ୍ଵାରା ମିଳିଥାଏ । ତେବେ ଝିଟିପିଟି ପଡିବାର ଅର୍ଥ କଣ ଚାଲନ୍ତୁ ଆଲୋଚନା କରିବା । ତେବେ ଝିଟିପିଟି ଏକ ସାମାନ୍ୟ ଜୀବ ହୋଇଥାଏ । ଯାହାକି ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ । ତେବେ ଝିଟିପିଟି କେଉଁ ସ୍ଥାନରେ ଓ କିପରି ଭାବେ ପଡିଲେ କଣ ସଂକେତ ଦେଇଥାଏ ଜାଣନ୍ତୁ ।

1- ଯଦି କୌଣସି ପୁରୁଷର ଡାହାଣ ହାତରେ ଝିଟିପିଟି ପଡିଥାଏ । ତେବେ ତାହାକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ହେଲେ ପୁରୁଷଙ୍କ ବାମ ହାତରେ ଝିଟିପିଟି ପଡିବାକୁ ଅଶୁଭ ବୋଲି କୁହାଯାଇଥାଏ । 2- ହେଲେ ଝିଅ ମାନଙ୍କର ବାମ ହାତରେ ଝିଟିପିଟି ପଡିବାକୁ ଶୁଭ ମନା ଯାଉଥିବା ବେଳେ ଡାହାଣ ହାତରେ ପଡିବାକୁ ଅଶୁଭ ବୋଲି ମାନାଯାଇଥାଏ । ଯଦି କୌଣସି ମହିଳାର ଡାହାଣ ହାତରେ ଝିଟିପିଟି ପଡିଥାଏ । ତେବେ ସେହି ମହିଳାଙ୍କ ଧନହାନୀ ହେବାର ସମ୍ଭାବନା ରହିଥାଏ ।

3- ଯଦି 2 ଟି ଝିଟିପିଟି ଗୋଟିଏ ଉପରେ ଆଉ ଗୋଟିଏ ରହିଥିବାର ଦେଖାଯାଇଥାଏ ତ । ଝିଟିପିଟିର ଏପରି ଦୃଶ୍ୟ ଦେଖିଥିବା ବ୍ୟକ୍ତିର କୌଣସି ପୁରୁଣା ମିତ୍ର ସହ ଭେଟ କରିବାର ସମ୍ଭାବନା ରହିଥାଏ । 4- ଭୋଜନ କରିବା ସମୟରେ ଝିଟିପିଟି ଦେଖାଯିବାର ଅର୍ଥ ଶୁଭ ସଂକେତ ଅଟେ ।

5- କୌଣସି ମହିଳାର ନାଭୀ ଉପରେ ଯଦି ଝିଟିପିଟି ଆସି ପଡିଥାଏ । ତେବେ ସେହି ମହିଳାର ଭବିଷ୍ୟତରେ ପୁତ୍ର ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ । 6- ଘରେ ଯଦି ଝିଟିପିଟି ଝଗଡା ଲାଗିବାର ଦେଖିବାକୁ ପାଇଥାନ୍ତି । ତେବେ ସେହି ଦିନ ଘରେ ସାବଧାନୀରେ ରହିବା ଦରକାର । ନଚେତ କାହା ସହ ଝଗଡା ମଧ୍ୟ ହୋଇପାରେ ।

7- ଯଦି କୌଣସି ବ୍ୟକ୍ତିର ଆଣ୍ଠୁ ଉପରେ ଝିଟିପିଟି ପଡିଥାଏ । ତେବେ ସେହି ବ୍ୟକ୍ତିର ନିକଟ ଭବିଷ୍ୟତରେ ସୁଖର ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ । 8- ଯିବାଆସିବା କରିବା ସମୟରେ କୌଣସି ପୁରୁଷର ମୁଣ୍ଡ କି ଡାହାଣ ହାତରେ ଝିଟିପିଟି ପଡିଥାଏ । ତେବେ ସେହି ପୁରୁଷକୁ ବହୁତ ଶୀଘ୍ର ମାନ ସମ୍ମାନ ମିଳିବାକୁ ଯାଉଅଛି । ହେଲେ ପୁରୁଷର ବାମ ହାତରେ ଝିଟିପିଟି ପଡିବା ମାନେ ଆର୍ଥିକ କ୍ଷତି ଘଟିପାରେ ବୋଲି ସଂକେତ ଝିଟିପିଟି ଦ୍ଵାରା ମିଳିଥାଏ ।

ନଚେତ ସେହି ବ୍ୟକ୍ତିର କୌଣସି ପ୍ରକାର ସ୍ଵାସ୍ଥବସ୍ତା ମଧ୍ୟ ଖରାପ ହେବାର ଦେଖାଯାଇଥାଏ । ଯଦି ଝିଟିପିଟି କୌଣସି ବ୍ୟକ୍ତିର ଡାହାଣ ହାତରେ ଚଢି ବାମ ପଟ ହାତ ପଟେ ଖସିଥାଏ । ତେବେ ଏହାର ମାନେ ସେହି ବ୍ୟକ୍ତିର ଭାଗ୍ୟ ଚମକିବା ପାଇଁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button