ଜ୍ୟୋତିଷ

ନନ୍ଦିଙ୍କ କାନରେ କହିଲେ ଭଗବାନ ମହାଦେବ କାହିଁକି ଶୁଣନ୍ତି ଦେଖନ୍ତୁ ଏହି ଗୁପ୍ତ କଥା

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ଯେ କୌଣସି ବି ଶିବ ମନ୍ଦିରକୁ ଯିବେ ସେଠି ଆପଣ ନନ୍ଦିକୁ ନିଶ୍ଚିତ ରୂପରେ ଦେଖିଥିବେ। ନନ୍ଦି ଭଗବାନ ଶିବଙ୍କ ବାହାନ ଅଟନ୍ତି। ସେଥିପାଇଁ ଭଗବାନ ଶିବଙ୍କ ସହ ନନ୍ଦିଙ୍କ ପୂଜା କରାଯାଏ।
ଶାସ୍ତ୍ରରେ ଉଲ୍ଲେଖ କଥା ଅନୁସାରେ ଆପଣ ନନ୍ଦିଙ୍କ କାନରେ ଯାହା ବି କହିବେ ତାହା ଶୀଘ୍ର ପୂରଣ ହୋଇଯିବ। ଭଗବାନ ଶିବ ଯଦି କେଉଁଠି ଯାଆନ୍ତି ତେବେ ସେ ନନ୍ଦିଙ୍କ ପିଠିରେ ବସି ଯାଆନ୍ତି । ସେଥିପାଇଁ ସବୁ ଶିବ ମନ୍ଦିରରେ ଭଗବାନ ଶିବଙ୍କ ଶିବଲିଙ୍ଗ ସାମ୍ନାରେ ନନ୍ଦିଙ୍କ ମୂର୍ତ୍ତି ଥାଏ।
ଲୋକମାନେ ପ୍ରଥମେ ନନ୍ଦିକୁ ଦର୍ଶନ କରିବା ପରେ ହିଁ ଭଗବାନ ଶିବଙ୍କୁ ଦର୍ଶନ କରିଥାନ୍ତି। ତେବେ ଭଗବାନ ଶିବଙ୍କ ବାହନ ହେଉଛନ୍ତି ନନ୍ଦୀ। ସେଥିପାଇଁ ନନ୍ଦୀଙ୍କ ପ୍ରତିମା ଶିବ ମନ୍ଦିର ବାହାରେ ରହିଥାଏ।
ଯେଉଁଠି ଶିବ ରହିଥାନ୍ତି ସେଠାରେ ନନ୍ଦୀ ମଧ୍ୟ ରହିଥାନ୍ତି। ଶିବଙ୍କ ପୂଜାରେ ଗଣେଶଜୀ, ମା’ ପାର୍ବତୀ, କାର୍ତ୍ତିକଜୀ ଓ ନନ୍ଦୀଙ୍କୁ ବି ପୂଜା କରାଯାଏ।
ଭଗବାନ ଶିବଙ୍କ ବାହନ ନନ୍ଦୀ କର୍ତ୍ତବ୍ୟର ପ୍ରତୀକ ଅଟନ୍ତି। ଭୋଳାନାଥଙ୍କ ମନ୍ଦିରରେ ଶିବଜୀଙ୍କ ପୂର୍ବରୁ ନନ୍ଦୀଙ୍କ ଦର୍ଶନ ହୋଇଥାଏ।
କ’ଣ ପାଇଁ ଶିବଜୀଙ୍କ ଏତେ ପ୍ରିୟ ନନ୍ଦୀ ଓ ନନ୍ଦୀଙ୍କ କାନରେ କାହିଁକି ନିଜର ମନସ୍କାମନା କୁହାଯାଇଥାଏ,ଆସନ୍ତୁ ଜାଣିବା। ନନ୍ଦୀଙ୍କ ପୂଜା ବିନା ଶିବ ପୂଜା ଅଧୁରା କୁହାଯାଏ।
ନନ୍ଦୀ କାନରେ ନିଜର ମନସ୍କାମନା କହିବାର ପରମ୍ପରା ରହିଛି। ମାନ୍ୟତା ଯେ ଭଗବାନ ଶିବ ସର୍ବଦା ତପସ୍ୟାରେ ଲୀନ ରହିଥାନ୍ତି। ତେଣୁ ନନ୍ଦୀ ଭକ୍ତଙ୍କ ମନସ୍କାମନା ଶୁଣିଥାନ୍ତି ଓ
ଶିବଜୀଙ୍କ ତପସ୍ୟା ପୂର୍ଣ୍ଣ ହେବା ପରେ ତାଙ୍କୁ ଭକ୍ତଙ୍କ ମନସ୍କାମନା ବିଷୟରେ କହିଥାନ୍ତି। ଏହା ପରେ ଭଗବାନ ତାଙ୍କ ଭକ୍ତର ମନସ୍କାମନା ପୂର୍ଣ୍ଣ କରିଥାନ୍ତି।
ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ବେଳେ ଯେଉଁ ବସ୍ତୁ ସମୁଦ୍ରରୁ ବାହାରୁଥିଲା ତାକୁ ନେଇ ଦେବତା ଓ ଅସୁରଙ୍କ ମଧ୍ୟରେ ଲଢ଼ାଇ ଲାଗିଥିଲା।
ଏହି ସମୟରେ ଶିବଜୀ ମନ୍ଥନରୁ ବାହାରିଥିବା ହଳାହଳ ବିଷକୁ ପାନ କରି ସଂସାରକୁ ରକ୍ଷା କରିଥିଲେ। ଏହି ସମୟରେ ବିଷର କିଛି ବୁନ୍ଦା ଭୂମି ଉପରେ ପଡିଯାଇଥିଲା। ଯାହାକୁ ନନ୍ଦୀ ନିଜେ ପାନ କରିଦେଇଥିଲେ।
ନନ୍ଦୀଙ୍କ ଏହି ପ୍ରେମ ଓ ନିଷ୍ଠା ଦେଖି ନନ୍ଦୀଙ୍କୁ ସବୁଠୁ ବଡ଼ ଭକ୍ତର ଉପାଧି ଦେଇଥିଲେ ମହାଦେବ। ଏଥିସହିତ ଏହା ବି କହିଥିଲେ ଯେ ଲୋକ ଶିବଜୀଙ୍କ ପୂଜା ସହିତ ନନ୍ଦୀଙ୍କର ବି ଆରଧନା କରିବେ
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button