ଜ୍ୟୋତିଷ

କେଉଁ ପ୍ରକାର ପୁରୁଷ ଓ ମହିଳା ମାନେ ଲକ୍ଷ୍ମୀ ଛଡ଼ା ହୋଇଥାନ୍ତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସ୍ତ୍ରୀ ହେଉଛି ସ୍ୱାମୀ ର ସବୁ କିଛି। କାରଣ ସ୍ତ୍ରୀ ହିଁ ହେଉଛି ସ୍ୱାମୀର ଜୀବନ ସଙ୍ଗିନୀ। ହେଲେ ସବୁ ସ୍ତ୍ରୀ ମଧ୍ୟ ସମାନ ନାହାଁନ୍ତି।
କିଛି ସ୍ତ୍ରୀ ଏଭଳି ଅଛନ୍ତି କି ସ୍ୱାମୀ ରାଗି ଯିବା ମାତ୍ରେ ସ୍ୱାମୀ ଆଡ଼କୁ ବାଘୁଣୀ ଭଳି ମାଡି ଆସୁଥିବ , ଭୋଜନ ମଧ୍ଯ ଅସୁରୁଣୀ ସମାନ କରୁଥିବ ,
ସ୍ୱାମୀ ବିପଦରେ ପଡିଲେ ଯେ ସ୍ୱାମୀ କୁ ବିପଦ ମୁହଁକୁ ମଧ୍ଯ ଠେଲି ଦେଉଥିବ ତାକୁ ସ୍ତ୍ରୀ କୁହନ୍ତି ନାହିଁ ସେ ହେଉଛି ରାକ୍ଷସୀ।
ପ୍ରକୃତ ସ୍ତ୍ରୀ ହେଉଛି ଯେ ନିଜ ସ୍ୱାମୀ ନିକଟରେ ଦାସୀ ସଦୃଶ୍ୟ ରହୁଥିବ ଅର୍ଥାତ ସ୍ୱାମୀ ଙ୍କ କଟୁ କଥାକୁ ସବୁ ମୁଣ୍ଡ ପୋତି ସହି ଯାଉଥିବ। ସ୍ୱାମୀର କେବେ ହେଲେ ଅନାଦର ମଧ୍ୟ କରିବ ନାହିଁ।
ସ୍ୱାମୀ କୁ ଖାଇବାକୁ ଦେବା ସମୟରେ ମାଆ ସମାନ ଅର୍ଥାତ ମାଆ ଯେମିତି ପୁଅ କୁ ଖାଇବାକୁ ଦିଏ ସେଭଳି ସେ ନିଜ ସ୍ୱାମୀ କୁ ମଧ୍ଯ ଖାଦ୍ୟ ପରସି ଦେଉଥିବ। ଯେଭଳି ମନ୍ତ୍ରୀ ରାଜା ଙ୍କୁ ଉପଦେଶ ଦେଉ ଥାଏ ସେଭଳି ବିପଦ ସମୟରେ,
ସ୍ତ୍ରୀ ଜଣକ ନିଜ ସ୍ୱାମୀ କୁ ଉପଦେଶ ମଧ୍ୟ ଦେଉଥିବ। ଏବଂ ସ୍ୱାମୀର ମନ କୁ ସଦା ସର୍ବଦା ଶାନ୍ତ ମଧ୍ଯ ରଖିବାକୁ ଚେଷ୍ଟା କରୁଥିବ। ଏଭଳି ସ୍ତ୍ରୀ କୁ ଭଗବାନ ସର୍ବଦା ସହାୟ ହୋଇ ଥାଆନ୍ତି।
ଆଉ ଯଦି ଆପଣ ସେଭଳି ସ୍ତ୍ରୀ ମନରେ ଦୁଃଖ ଦିଅନ୍ତି ଓ ଆତ୍ମା କୁ ଆଘାତ ଦିଅନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଲକ୍ଷ୍ମୀ ଛଡ଼ା ହୋଇ ଯିବେ। ଆଉ ଲକ୍ଷ୍ମୀ ଛଡ଼ା ହେଲେ ପୁରୁଷର ଅବସ୍ଥା ଯାହା ହୁଏ ତାହା ଆପଣ ବେଶ ଭଲ ଭାବରେ ଜାଣିଥିବେ।
ଆପଣ ମାନେ ଜାଣିଥିବେ ସତ୍ୟ ଯୁଗରୁ ହିଁ ଲକ୍ଷ୍ମୀ ଛଡା ହେବାର ପ୍ରମାଣ ସବୁ ପୁରାଣରେ ଲେଖା ଯାଇ ଅଛି। ଆପଣ ମାନେ ଜଗତର କର୍ତ୍ତା ଧର୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ଯ ଏହି ଲକ୍ଷ୍ମୀଛଡ଼ା ହେବରୁ ବର୍ତ୍ତି ପାରି ନଥିଲେ।
ମାଆ ଲକ୍ଷ୍ମୀ ତାଙ୍କୁ ସବୁ ଦିନ ପାଇଁ ଛାଡ଼ି ଚାଲି ଯାଇଥିଲେ। ଏବଂ ଏହି କଥା ମଧ୍ଯ ଯୁଗ ଯୁଗ ପାଇଁ ରହି ଯାଇଛି। ତେଣୁ ଆପଣ ମାନେ ଜଣେ ସୁଶୀଳା ନାରୀ ଙ୍କୁ କେବେ ହେଲେ ଅପମାନ ଓ ତିରସ୍କାର କରିବେ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button