ମନୋରଞ୍ଜନ

ଆଜିର ରାଶିଫଳ ୧୧/୦୧/୨୦୨୩ ବୁଧବାର, ଜାଣନ୍ତୁ କାହା ମୁଣ୍ଡ ରେ ହାତୀ ଢାଳିବ ସୁନା କଳସ

ଆଜି ହେଉଛି ୧୧ ଜାନୁଆରୀ।ବୁଧବାର।୨୦୨୩।ଚତୁର୍ଥୀ ତିଥି ସୂର୍ଯ୍ୟୋଦୟ ପରଠାରୁ ଅପରାହ୍ନ ଦୁଇ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ରହିବେ।ଆପଣମାନେ ମୂଳା କୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସପର୍କ ରେ ଜାଣନ୍ତୁ।
ମେଷ:-
ସାହସିକତା ସହିତ ସମସ୍ତ କାର୍ଯ୍ୟ କରିବେ।ଧର୍ଯ୍ୟ ହରା ହେବେ ନାହିଁ। ଧର୍ଯ୍ୟ ବାନ ହୋଇ ସବୁ କାର୍ଯ୍ୟ କରିବେ।ସମସ୍ତ କାର୍ଯ୍ୟରେ ବିଜୟ ହାସଲ କରିବେ।ପାରିବାରିକ ଜୀବନ ସୁଖମୟ ରହିବ।ମା ଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ହେବେ।ମା ଙ୍କ ସହିତ ମତାନ୍ତର ଦେଖା ଦେବ
ବୃଷ:-
ଅତ୍ୟନ୍ତ ଶୁଭ ପ୍ରଦ ରହିବ।ପୂର୍ବରୁ ଯଦି ଭାଇ ଭଉଣୀ ଙ୍କ ସହିତ ମତାନ୍ତର ରହିଛି ତାହା ଦୂରୀଭୂତ ହେବ।କର୍ମ ଜୀବନ ଅନୁକୂଳ ରହିବ। ଉଚ୍ଚ ପଦାଧିକାରୀ ପ୍ରଶଂସା କରିବେ।ସାମୁହିକ କାର୍ଯ୍ୟରେ ଯୋଗଦାନ କରିବେ।ନେତୃତ୍ଵ ମନା ହେବେ।
ମିଥୁନ:
ସ୍ତ୍ରୀ ଚନ୍ଦ୍ର ଯୋଗ ଥିବାରୁ ଯଶ, ସମ୍ମାନ, ପ୍ରତିଷ୍ଠା ପ୍ରାପ୍ତି କରିବେ।ଅତ୍ୟନ୍ତ ଶୁଭ ପ୍ରଦ ରହିବ।ଯାହାବି ମନରେ କଳ୍ପନା କରିଥିବେ ତାହା ବାସ୍ତବରେ ହୋଇପାରିବ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ଲାଭ କରିବେ।କର୍ମ କ୍ଷେତ୍ରରେ ଯଦି କର୍ମ ଚାପ ରହିଥିବ ତାହା ଦୂର ହୋଇଯିବ।ବ୍ୟବସାୟୀ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି।ମହିଳା ମାନଙ୍କ ପାଇଁ ଭଲ ରହିଛି।
କର୍କଟ:-
ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।ମାନସିକ ଭାରକ୍ରାନ୍ତ ହେବେ।ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।ମହିଳା ମାନଙ୍କର ପେଟ ଜନିତ ସମସ୍ୟା ଦେଖା ଦେଇପାରେ।ଆଣ୍ଠୁରେ ଯନ୍ତ୍ରଣା, ତଳ ପାଦରେ ଯନ୍ତ୍ରଣା, ଗଳା ଜନିତ ସମସ୍ୟା ଦେଖା ଦେଇପାରେ।ବହୁତ ଅସୁବିଧାରେ ସମ୍ମୁଖୀନ ହେବେ।
ସିଂହ:-
ଉଚ୍ଚ ଚିନ୍ତାଧାରା କରି ଅସୁବିଧାରେ ପଡି ପାରନ୍ତି। ତେବୁ ସତର୍କତା ଅବଲମ୍ବନ କରିବା ଉଚିତ।ଅନ୍ୟ ମାନଙ୍କୁ ସହଜେ ବିଶ୍ୱାସ କରନ୍ତୁ ନାହିଁ।ଅନ୍ୟକୁ ଟଙ୍କା ଦେଲେ ଅସୁବିଧାରେ ପଡିବେ।ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହିବେ।ଶରୀରରେ କିଛି ସମସ୍ୟା ଦେଖା ଦେଇପାରେ।
କନ୍ୟା:-
କୌଣସି କାର୍ଯ୍ୟକୁ ନେଇ ହଠାତ୍ ଦୂର ଯାତ୍ରା କରି ପାରନ୍ତି।କର୍ମ କ୍ଷେତ୍ରରେ କର୍ମର ସ୍ଥିତି ଭଲ ରହିବ।ପାରିବାରିକ ଜୀବନ ସୁଖମୟ ହେବ।ନୂତନ ଭୂମି,ନୂତନ ଜମି କ୍ରୟ କରିବା ପାଇଁ ମନରେ ବିଚାର ଆସିବ।ମହିଳା ମାନେ ଘର ପାଇଁ କିଛି ଜିନିଷ କ୍ରୟ କରିବେ।
ତୁଳା:-
କର୍ମ ଜୀବନରେ ସଫଳତା ହାସଲ କରିବେ।ବ୍ୟବସାୟୀ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି।କୌଣସି ଦ୍ରବ୍ୟ କୁ ହଜାଇ ଦେଇଥିଲେ ତାର ସନ୍ଧାନ ପାଇପାରିବେ ପୁରୁଣା ଅର୍ଥ ରାଶି ପ୍ରାପ୍ତ କରିବେ।ପାରିବାରିକ ଜୀବନରେ କୌଣସି ମତଭେଦ ରହିଥିଲେ ତାହା ଦୂରୀଭୂତ ହେବ।
ବିଛା:-
ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରନ୍ତୁ।ଗାଡ଼ି ମଟର ରେ ଯାଇଥିବା ସମୟରେ ଧ୍ୟାନ ଦୁଅନ୍ତୁ।ମହିଳା ମାନେ ସିଡି,ଉଚ୍ଚ ସ୍ଥାନ ରୁ ଓହ୍ଲାଇ ବା ବେଳେ ଧ୍ୟାନ ଦିଅନ୍ତୁ ।କୌଣସି ଶାରୀରିକ ଦୁର୍ଘଟଣା ଦେଖା ଦେଇପାରେ।
ଧନୁ:-
ବନ୍ଧୁଙ୍କ ଗୃହକୁ ଯାତ୍ରା କରିବେ।ଭ୍ରମଣର ସୁଯୋଗ ପାଇବେ।ବନ୍ଧୁ ଙ୍କ ସହିତ ନୂତନ ସ୍ଥାନକୁ ଯାତ୍ରା କରି ପାରନ୍ତି।ପାଖ ପଡୋଶୀ ଙ୍କ ସହିତ ମଧ୍ୟ ଦୂର ଯାତ୍ରା କରି ପାରିବେ।ସନ୍ତାନ ଙ୍କ ପାଇଁ ମଧ୍ୟ କେଉଁଆଡେ ଯାଇପାରନ୍ତି।ଯାତ୍ରା ର ସୁଯୋଗ ପାଇବେ।
ମକର:-
କର୍ମ କ୍ଷେତ୍ରକୁ ନେଇ ଅଯଥା ଭ୍ରମଣ କରି ପାରନ୍ତି।ପାରିବାରିକ ଜୀବନ ରେ ଛୋଟ ମୋଟ ସମସ୍ୟା ଦେଖା ଦେଇପାରେ।ମା ଙ୍କ ର ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତିତ ରହିବେ।ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇପାରେ।ସତର୍କତା ସହିତ ଚଳନ୍ତୁ।
କୁମ୍ଭ:-
ଆୟର ମାର୍ଗ ପ୍ରସସ୍ଥ ରହିବ।ଦେହ ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ।ବ୍ୟବସାୟୀ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି।କର୍ମ କ୍ଷେତ୍ରରେ କୌଣସି ଭୁଲ ବୁଝାମଣା ଥିଲେ ତାହା ଦୂରୀଭୂତ ହେବ।ପାରିବାରିକ ଜୀବନ ସୁଖମୟ ହେବ।
ମୀନ:-
ମଧ୍ୟମ ରହିବ।ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।ପାରିବାରିକ ଜୀବନରେ କିଛିଟା କାରଣ ପାଇଁ ଚିନ୍ତିତ ରହିବେ।ମା ଙ୍କ ର ସ୍ଵାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଭଲ ହୋଇଯିବ।ଦୂର ଯାତ୍ରା କରିବେ।ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button