ଜ୍ୟୋତିଷ

ମୃତ୍ୟୁ ପରେ ଯମଦଣ୍ଡ, ଜୀବ ବ୍ରହ୍ମ ହତ୍ୟା କଲେ ଯମପୂର ରେ କି କି ଦଣ୍ଡ ମିଳେ

ଗରୁଡ଼ ପୁରାଣରେ ଜୀବ ବ୍ରହ୍ମହ-ତ୍ୟା କରିଲେ ଯମ ଲୋକ ରେ କି ଦଣ୍ଡ ଦିଆଯାଇଥାଏ ତାହା ଉଲ୍ଲେଖ ରହିଛି। ଜୀବ ଜନ୍ମ ଲାଭ କରେ।ଯଦି ଜୀବନ ଭିତରେ କିଛି କାହାକୁ ଦାନ ପୁଣ୍ୟ କରନ୍ତି ନାହିଁ ତାହେଲେ ତାଙ୍କ ଜୀବନ ବୃଥା ହୋଇଥାଏ।
ଗୋଟିଏ ବିଲୁଆ ଗୋଟିଏ ଶବ କୁ ଖାଇବା ପାଇଁ ବସିଥିଲା।ଏହା ଦେଖି ଶାଗୁଣା ଟିଏ ଗଛ ଡାଳରେ ବସି ବିଲୁଆ କୁ ଖାଇବାକୁ ମନା କରୁଛି। ଆହୁରି କହୁଛି ଏହି ଲୋକଟି ମହାପାପି।ସେହି ଶବ କୁ ଖାଇଲେ ବିଲୁଆ ମଧ୍ୟ ପାପୀ ରେ ଭାଗି ହେବ।
ଏହାପରେ ବିଲୁଆ କୁ ବହୁତ ଜୋରେ ଭୋକ ଲାଗିଥିବାରୁ ହାତକୁ ଖାଇବାକୁ କହିଲା। ଶାଗୁଣା ହାତକୁ ଖାଇବାକୁ ବି ମନା କରିଲା ଆଉ କହିଲା,ଏହି ହାତ କେବେ କାହାକୁ ଦାନ ଦେଇନାହିଁ।
ଏହି ହାତ ବହୁତ ଅନ୍ୟାୟ କରିଛି।ଗୁରୁଜନ ମାନଙ୍କ ଉପରେ ହାତ ଉଠାଇଛି।ନିଜର ପତ୍ନୀଙ୍କୁ ମାରିଛି। ତେଣୁ ଏହି ହାତକୁ ଖାଇଲେ ଅପରାଧୀ ହେବ।
ଏହାପରେ ବିଲୁଆ କହିଲା ଭୋକ ପ୍ରବଳ ହେଉଛି ଯଦି ଏହି ହାତକୁ ଖାଇବ ନାହିଁ ତାହେଲେ ପାଦ ରୁ ଟିକେ ଖାଇଦେବ।
ଶାଗୁଣା ଟି ପାଦ କୁ ଖାଇବାକୁ ମଧ୍ୟ ମନା କରିଲା ଆଉ କହିଲା ଏହି ପାଦ କେବେ ହେଲେ ବି ତୀର୍ଥ ଗମନ କରିନାହିଁ।ଯେଉଁ ପାଦ ତୀର୍ଥ ଗମନ କରିନାହିଁ ସେ ପାଦର କିଛି ମହତ୍ୱ ହିଁ ନାହିଁ।
ଏହାପରେ ବିଲୁଆ ମନ ଦୁଃଖରେ କହିଲା ଯେ ଓପାଶ ରେ ମରିଯିବ କିନ୍ତୁ ଏଭଳି ପାପୀ ମଣିଷ କୁ ଖାଇବ ନାହିଁ।ଶରୀର ଯେତେବେଳେ ନାଶ ହୋଇଯାଏ ଯମ ଲୋକ ରେ ପହଞ୍ଚେ। ଯମ ଦୂତ ମାନେ ତାକୁ ନେଇ ମଳ ମୂତ୍ର ଛିଞ୍ଚନ କରନ୍ତି।
ତାଙ୍କ ମୁହଁରେ ପରିସ୍ରା କରନ୍ତି।ଯିଏ ଅନ୍ୟକୁ ସବୁବେଳେ ଦୁଃଖ ଦେଇଥାଏ,କଷ୍ଟ ଦେଇଥାଏ, ଆଉ ଅନ୍ୟ ଙ୍କୁ ହଇରାଣ ରେ ପକାଇଥାନ୍ତି,ପର ପାଇଁ ଗାତ ଖୋଳୁଥାଏ ସେମାନଙ୍କ ଉପରେ ପରିଶ୍ରା କରାଯାଏ।
ଏଭଳି ମଧ୍ୟ ଜମ ଲୋକରେ ଦଣ୍ଡ ମିଳିଥାଏ।ତେଣୁ ପାପୀ ଯଦି ଇହ ଲୋକରେ ପ୍ରାଶ୍ଚିତ ନକରେ ପର ଲୋକରେ ତାକୁ ଭୋଗିବାକୁ ପଡ଼ିଥାଏ।କାରଣ “ମୃ-ତ୍ୟୁ ପରେ ଯମଦଣ୍ଡ”।ଭୟଙ୍କର ଦଣ୍ଡ ଭୋଗିଥାନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button