ମନୋରଞ୍ଜନ

ଆତଙ୍କବାଦୀ ଆକ୍ରମଣରୁ ବଞ୍ଚି ଯାଇଥିବା ଅଭିନେତା ବଖାଣିଲେ ନିଜ ଭୟାବହ ଅନୁଭୂତି – Kalinga News

[ad_1]

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରିଏସି ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଥିଲେ। ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଏହି ଭୟାବହ ଆତଙ୍କବାଦୀ ଆକ୍ରମଣକୁ ନେଇ ‘ଦିଲ ମିଲ ଗଏ’ ଧାରାବାହିକରେ ନଜର ଆସିଥିବା ଅଭିନେତା ପଙ୍କିତ ଠକ୍କର କହିଛନ୍ତି, ମୁଁ  ସେହି ଲୋମଟାଙ୍କୁରା ଆତଙ୍କବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛି। ଆତଙ୍କବାଦୀଙ୍କ ଗୁଳିମାଡ଼ରୁ ମୋ ଜୀବନକୁ ବଞ୍ଚାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ଘଟଣାରୁ ମୁକୁଳିବା ଓ ଏହାକୁ ବଖାଣିବା ପାଇଁ ମୋ‌ତେ ସମୟ ଲାଗିଲା।

ମୁଁ ଲୋକଙ୍କ ଯନ୍ତ୍ରଣା ଓ ଭୟକୁ ଦେଖିଛି। ମଁ କଟରାରେ ମା’ ବୈଷ୍ଣୋ ଦେବୀ ମନ୍ଦିର ଅଭିମୁଖେ ପାଦରେ ଚାଲିଚାଲି ଯାଉଥିଲି। ଏହି ସମୟରେ ମୋତେ ଖବର ମିଳିବା କି ବାଟରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି। ଭୟଭୀତ ହୋଇ ମୁଁ ହୋଟେଲକୁ ଫେରି ଆସିଥିଲି ଓ ମୋର ଯାତ୍ରା ଅଧାରେ ରହି ଯାଇଥିଲା। ଆତଙ୍କବାଦୀଙ୍କ ଆକ୍ରମଣ ଖବର ପାଇ ବାଟରୁ ହୋଟେଲ ଫେରିବା ସମୟ ମୋ ପାଇଁ ସହଜ ନଥିଲା। କାରଣ କୌଣସି ମୁହୂର୍ତ୍ତ‌ରେ ମୋ ଜୀବନ ଯିବାର ଆଶଙ୍କା ରହିଥିଲା।

କିଛିଦିନ ହେବ ଜମ୍ମୁ ଓ କଶ୍ମୀରରେ ହିଂସା ବଢ଼ିବଢ଼ି ଚାଲିଛି। ଯେଉଁଥିରେ ନୀରିହ ଲୋକଙ୍କ ଜୀବନ ଚାଲି ଯାଉଛି। ଏହି ଘଟଣା ମୋତେ ବହୁତ କଷ୍ଟ ଦେଇଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button